Latest Odisha News

BREAKING NEWS

ରେସଲିଂ: ଏସିଆନ ଓ ବିଶ୍ୱ ଚାମ୍ପିୟନଶିପରେ ଅଂଶଗ୍ରହଣ କରିବ ଭାରତର ଗୋଟିଏ ଟିମ

ନୂଆଦିଲ୍ଲୀ: ଭାରତୀୟ ରେସଲିଂର ବିବାଦପୂର୍ଣ୍ଣ ପରିସ୍ଥିତି ମଧ୍ୟରେ ବୁଧବାର ଖେଳାଳି ଚୟନ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇଛି । ଗଠିତ ଆଡହକ କମିଟି ଏସିଆନ ଗେମ୍ସ ଓ ବିଶ୍ୱ ଚାମ୍ପିୟନଶିପ ପାଇଁ ଗୋଟିଏ ରେସଲିଂ ଟିମ ପଠାଇବା ପାଇଁ ଚୂଡାନ୍ତ କରାଯାଇଛି । ଏ ନେଇ ଆସନ୍ତା ମାସରେ ଏକ ଟ୍ରାୟଲର ଆୟୋଜିତ କରାଯିବ । ଏଥିରେ ଭଲ ପ୍ରଦର୍ଶନ କରିଥିବା ଆଥଲେଟ ଯୋଗ୍ୟତା ହାସଲ କରିବେ । ଏସିଆନ ଗେମ୍ସ ଓ ବିଶ୍ୱ ଚାମ୍ପିୟନଶିପରେ ଖେଳିବେ କି ନାହିଁ ତାହା ଟ୍ରାଏଲରେ ବିଜୟ ହାସଲ କରିଥିବା ରେସଲରଙ୍କ ଉପରେ ଛଡାଯିବ । ଯଦି ୨ଟି ଯାକ ଇଭେଂଟରେ ଖେଳିବା ମନା କରିବେ ତାହାହେଲେ ଦ୍ୱିତୀୟ ସ୍ଥାନରେ ଥିବା ରେସଲରଙ୍କୁ ସୁଯୋଗ ମିଳିବ । ଭାରତୀୟ କୁସ୍ତି ସଂଘର ଅଧ୍ୟକ୍ଷ ବ୍ରିଜଭୂଷଣ ଶରଣ ସିଂ ୨ଟି ଯାକ ଇଭେଂଟରେ ଅଲଗା ଅଲଗା ଟିମ ପଠାଇବା ପାଇଁ ବିଚାର କରୁଥିଲେ ।

ଯାହାକୁ କେତେକ ପହଲିୱାନ ବିରୋଧ କରିଥିଲେ । ଏହା ପରେ ଟ୍ରାଏଲରେ ଅଂଶଗ୍ରହଣ କରିବା ପାଇଁ ଜାତୀୟ ଚାମ୍ପିୟନଶିପରେ ଭାଗ ନେବା ଜରୁରୀ ବୋଲି ସଂଘ ଘୋଷଣା କରିବା ପରେ ଏହାକୁ ମଧ୍ୟ ବିରୋଧ କରାଯାଇଥିଲା । ଏବେ ଧାରଣାରେ ବସିଥିବା ରେସଲରମାନେ ମଧ୍ୟ ଟ୍ରାଏଲରେ ଅଂଶଗ୍ରହଣ କରିପାରିବେ ବୋଲି କମିଟି ଘୋଷଣା କରିଛି । ବିଶ୍ୱ ଚାମ୍ପିୟନଶିପ ୧୬ରୁ ୨୪ ସେପ୍ଟେମ୍ବର ପର୍ଯ୍ୟନ୍ତ ସର୍ବିୟାରେ ଖେଳାଯିବ । ସେହିପରି ଏସିଆନ ଗେମ୍ସ ୨୩ ସେପ୍ଟମ୍ବରରୁ ୮ ଅକ୍ଟୋବର ପର୍ଯ୍ୟନ୍ତ ଖେଳାଯିବ । ୨ଟି ଯାକ ଚାମ୍ପିୟନଶିପ ପାଖାପାଖି ହେବାକୁ ଥିବାରୁ ରାଷ୍ଟ୍ରୀୟ ଚାମ୍ପିୟନଶିପକୁ ବାତିଲ କରି ଦିଆଯାଇଛି ।

Leave A Reply

Your email address will not be published.