Latest Odisha News

ପାଳଗଦାରେ ନିଆଁ ଲାଗି ଜଳିଗଲେ ୪ ଶିଶୁ

ପୋଲସରା: ପାଳଗଦାରେ ନିଆଁ ଲାଗି ଜଳିଗଲେ ୪ ଶିଶୁ । ଏଭଳି ହୃଦୟ ବିଦାରକ ଘଟଣା ଘଟିଛି ଗଂଜାମ ଜିଲ୍ଲା ପୋଲସରା ଥାନା ଖରିଛଟା ଗାଁରେ । ପାଳଗଦାରେ ଖେଳୁଥିବା ବେଳେ ନିଆଁ ଲାଗି ୪ ଶିଶୁ ଜଳି ଯାଇଛନ୍ତି । ସେମାନଙ୍କ ଶରୀରର ପ୍ରାୟ ୮୦ ପ୍ରତିଶତ ଭାଗ ପୋଡି ଯାଇଥିବା ସୂଚନା ମିଳିଛି । ସମସ୍ତ ଗୁରୁତରଙ୍କୁ ପ୍ରଥମେ ପୋଲସରା ପରେ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଗୁରୁତରଙ୍କ ମଧ୍ୟରେ ୩ ଜଣ ପୁଅ ଓ ଜଣେ ଝିଅ ଥିବା ଜଣାପଡିଛି ।
ସୂଚନା ମୁତାବକ ଖଳାରେ ଥିବା ପାଳଗଦା ନିକଟରେ ଖେଳୁଥିବା ସମୟରେ ହଠାତ୍ କୌଣସି କାରଣରୁ ପାଳଗଦାରେ ନିଆଁ ଲାଗିଯାଇଥିଲା । ଫଳରେ ଶିଶୁମାନେ ନିଆଁ ସଂସ୍ପର୍ଶରେ ଆସିଥିଲେ । ପରେ ସେମାନଙ୍କ ଚିତ୍କାର ଶୁଣି ଗାଁ ଲୋକେ ସେମାନଙ୍କୁ ଉଦ୍ଧାର କରିବା ସହ ପୋଲସରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ପରେ ସେମାନଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ତେବେ କେଉଁ କାରଣରୁ ପାଳଗଦାରେ ନିଆଁ ଲାଗିଲା ତାହା ଜଣାପଡି ନାହିଁ ।

Leave A Reply

Your email address will not be published.