Latest Odisha News

BREAKING NEWS

ଆନ୍ଧ୍ରପ୍ରଦେଶ ପରେ ଛତିଶଗଡର ପେପର ମିଲ୍‌ରେ ଗ୍ୟାସ୍ ଲିକ୍‌, ୭ ଗୁରୁତର

ରାୟପୁର: ଆନ୍ଧ୍ରପ୍ରଦେଶ ପରେ ଛତିଶଗଡରେ ମଧ୍ୟ ସମାନ ଘଟଣା ଘଟିଛି । ରାୟଗଡ ଜିଲ୍ଲାର ଏକ ପେପର ମିଲ୍‌ରେ ଗ୍ୟାସ୍ ଲିକ୍ ଯୋଗୁଁ ୭ଜଣ କର୍ମଚାରୀ ଗୁରୁତର ଅସୁସ୍ଥ ହୋଇଛନ୍ତି । ସେମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଗୁରୁତରଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି ।
ସୂଚନା ଅନୁସାରେ, ବିଷାକ୍ତ ଗ୍ୟାସ ଲିକ୍ ହେବା ସମୟରେ ମିଲର ଏକ ଟାଙ୍କି ସଫା କରୁଥିବାରୁ ୭ଜଣ କର୍ମଚାରୀ ଗ୍ୟାସର ସଂସ୍ପର୍ଶରେ ଆସିଥିଲେ । ସେମାନଙ୍କ ମଧ୍ୟରୁ ତିନିଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି ବୋଲି ରାୟଗଡ ପୁଲିସ ଅଧୀକ୍ଷକ କହିଛନ୍ତି। ଏହି ତିନି ଜଣ ଗୁରୁତରଙ୍କୁ ଚିକିତ୍ସା ପାଇଁ ରାଜଧାନୀ ରାୟପୁରକୁ ସ୍ଥାନାନ୍ତର କରାଯାଉଥିବା ସୂଚନା ମିଳିଛି।
ରାୟଗଡ ଏସପି କହିଛନ୍ତି ଯେ, ପେପର ମିଲ ପରିଚାଳନା କମିଟି ପୁଲିସକୁ ସୂଚନା ଦେଇ ନାହିଁ ଜ୍ଝ ଡାକ୍ତରଖାନା ପକ୍ଷରୁ ସେମାନଙ୍କୁ ଗ୍ୟାସ୍ ଲିକ ସମ୍ପର୍କରେ ସୂଚନା ମିଳିଥିବା ସେ କହିଛନ୍ତି ।

Leave A Reply

Your email address will not be published.