Latest Odisha News

BREAKING NEWS

କେନ୍ଦ୍ର ସହାୟତାରେ ବୋଧେ ଓଡ଼ିଶା ସନ୍ତୁଷ୍ଟ: ପିସିସି ସଭାପତି

ଭୁବନେଶ୍ୱର: ଓଡ଼ିଶାକୁ ସାମୁଦ୍ରିକ ଝଡ ଅମ୍ଫାନ ସହାୟତା ପ୍ରସଙ୍ଗରେ ଉଭୟ କେନ୍ଦ୍ର ଓ ରାଜ୍ୟକୁ କଟାକ୍ଷ କରିଛନ୍ତି ପିସିସି ସଭାପତି ନିରଂଜନ ପଟ୍ଟନାୟକ । ସେ କହିଛନ୍ତି, କ୍ଷୟକ୍ଷତି ନେଇ ଓଡ଼ିଶା କେନ୍ଦ୍ର ପାଖରୁ ଚାଁହୁ ଥିଲା କଣ? ସେ ଦେଲେ କଣ ? ଯେତିକି ଦେଲେ ସେଥିରେ ବୋଧେ ଓଡିଶା ସନ୍ତୁଷ୍ଟ।

ସେ ଆହୁରି କହିଛନ୍ତି ଯେ, ଫନି ପଇସା ଏ ପର‌୍ୟ୍ୟନ୍ତ ଲୋକ ପାଇଲେ ନାହିଁ । କ୍ଷତିଗ୍ରସ୍ତ ସବୁ ଲୋକଙ୍କୁ ପକ୍କା ଘର ଦେବେ ବୋଲି ସରକାର ପ୍ରଚାର କଲେ । ହେଲେ ଖୋର୍ଦ୍ଧା ଓ ପୁରୀରେ ଅନେକ ଲୋକ ଏଯାଏଁ ପକ୍କା ଘର ପାଇନାହାନ୍ତି । ସରକାର କଚ୍ଚା ଘର ବାଲାଙ୍କୁ ପଇସା ନ ଦେଇ ପକ୍କା ଘର ବାଲାଙ୍କୁ ଦେଇଛନ୍ତି କି ବୋଲି ସେ ପ୍ରଶ୍ନ କରିଛନ୍ତି ।

ବିପର୍ଯ୍ୟୟର ସ୍ଥାୟି ସମାଧାନ ପାଇଁ ବ୍ଲୁ ପ୍ରିଣ୍ଟ ଦେବାକୁ ପୂର୍ବ ଥର ମୋଦି କହିଥିଲେ। ନବୀନ କହୁଛନ୍ତି କେନ୍ଦ୍ର ସ୍ଥାୟୀ ସମାଧାନ କରୁ। ହେଲେ ପ୍ରକୃତ ରେ କିଏ କରିବ ରାଜ୍ୟ ନା କେନ୍ଦ୍ର ? ଲୋକଙ୍କୁ କାହିଁକି ସରକାର ଅନ୍ଧାର ରେ ରଖୁଛନ୍ତି ବୋଲି ପିସିସି ସଭାପତି ପ୍ରଶ୍ନ କରିଛନ୍ତି ।

Leave A Reply

Your email address will not be published.