Latest Odisha News

BREAKING NEWS

ନିର୍ମାଣ ଶ୍ରମିକ କଲ୍ୟାଣ ସପ୍ତାହ ଉଦଘାଟିତ

ଭୁବନେଶ୍ୱର: ଆଜି ସ୍ଥାନୀୟ ସ୍ୱାଧିନତା ସଂଗ୍ରାମୀ ପଡିଆରେ ଶ୍ରମିକ ଓ ଇଏସଆଇ ବିଭାଗ ପକ୍ଷରୁ ନିର୍ମାଣ ଶ୍ରମିକ ସପ୍ତାହ ଆୟୋଜିତ ହୋଇଥିଲା । ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଉଦଘାଟନ କରିଥିଲେ ।

ମୁଖ୍ୟମନ୍ତ୍ରୀ ନିଜ ଅଭିଭାଷଣରେ କହିଥିଲେ, “ଶ୍ରମିକମାନେ ହେଉଛନ୍ତି ଦେଶର ପ୍ରକୃତ ନିର୍ମାତା । ଦେଶ ପାଇଁ ସେମାନଙ୍କ ତ୍ୟାଗ ଅତୁଳନୀୟ । ସେମାନଙ୍କ ସୁରକ୍ଷା ଆମ ସମସ୍ତଙ୍କର ଦାୟିତ୍ୱ ।”

ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡରେ ପ୍ରାୟ ୩୦ ଲକ୍ଷ ଶ୍ରମିକ ପଞ୍ଜିକୃତ ଅଛି । ସେମାନଙ୍କ କଲ୍ୟାଣ ପାଇଁ ୧୫୦୦ କୋଟିରୁ ଅଧିକ ଟଙ୍କାର ସହାୟତା ଦିଆଯାଇଛି । ୨୨ ହଜାର ଶ୍ରମିକଙ୍କୁ ପକ୍କା ଘର ଯୋଗାଇ ଦିଆଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ୫ଜଣ ହିତାଧିକାରୀଙ୍କୁ ନିର୍ମାଣ ଶ୍ରମିକ କଲ୍ୟାଣ ସହାୟତା ରାଶି ପ୍ରଦାନ କରିଥିଲେ ।

ବିଭାଗୀୟ ମନ୍ତ୍ରୀ ସୁଶାନ୍ତ ସିଂହ, ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡର ଅଧ୍ୟକ୍ଷ ସୁବାସ ସିଂ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡଃ ମୋନା ଶର୍ମା ଓ ଶ୍ରମ ନିର୍ଦ୍ଦେଶକ ଶ୍ରୀ ନାୟକ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ

Leave A Reply

Your email address will not be published.