Latest Odisha News

BREAKING NEWS

ସାନିଟାଇଜ୍‌ ହେଲା ପୁରୀ ବଡ଼ଦାଣ୍ଡ ସହ ଶ୍ରୀମନ୍ଦିର ଚାରିପାଖ

ପୁରୀ: କରୋନା ମହାମାରୀ କବଳରୁ ବର୍ତ୍ତିବା ଲାଗି ଏବେ ସାରା ଓଡ଼ିଶାରେ ଜାରି ରହିଛି ଲକ୍‌ଡାଉନ୍ । ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ଭକ୍ତମାନଙ୍କ ଲାଗି ବନ୍ଦ ରହିଥିଲେ ମଧ୍ୟ ସେବାୟତମାନଙ୍କ ଦ୍ୱାରା ଶ୍ରୀଜୀଉମାନଙ୍କ ଦୈନିକ ନୀତିକାନ୍ତି ଚାଲୁ ରହିଛି । କରୋନା ଭୂତାଣୁ ସଂକ୍ରମଣର ଭୟାବହକୁ ଦୃଷ୍ଟିରେ ରଖି ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଶ୍ରୀମନ୍ଦିର ଚାରିପାଖରେ ସାନିଟାଇଜେସନ କାର୍ଯ୍ୟ ହୋଇଛି ।

ଏବେ ଶ୍ରୀମନ୍ଦିର ଚାରିପାଖ ସହିତ ସିଂହଦ୍ୱାର ସମ୍ପୂର୍ଣ୍ଣ ଭାବେ ଖାଁ ଖାଁ ଲାଗୁଛି । ଲକ୍‌ଡ଼ାଉନ୍ ପୂର୍ବରୁ ବଡ଼ଦାଣ୍ଡରେ ପ୍ରତିଦିନ ପ୍ରତି ମୂହୁର୍ତ୍ତରେ ଶ୍ରଦ୍ଦାଳୁମାନଙ୍କ ଦ୍ୱାରା ଲୋକାରଣ୍ୟ ରହୁଥିବା ବେଳେ ଏବେ ଜନଶୂନ୍ୟ ।

ଓଡ଼ିଶା ଅଗ୍ନିଶମ ବିଭାଗ ପକ୍ଷରୁ ପୁରୀ ବଡ଼ଦାଣ୍ଡ ସାନିଟାଇଜେସନ କାର୍ଯ୍ୟ ହୋଇଛି । ଶ୍ରୀମନ୍ଦିର ଚାରିପାଖ ଦମକଳ ବାହିନୀର କର୍ମଚାରୀଙ୍କ ଦ୍ୱାରା ସାନିଟାଇଜର୍ ଦ୍ୱାରା ବିଶୋଧନ କରାଯାଇଛି ।

ଶ୍ରୀମନ୍ଦିର ଚାରିପାଖରେ ଥିବା ମେଘନାଦ ପାଚେରୀ ସମେତ ପାଖରେ ଥିବା ସମସ୍ତ ରାସ୍ତା ଗୁଡ଼ିକୁ ରାସାୟନିକ ବିଶୋଧନ ଦ୍ୱାରା ସମ୍ପୂର୍ଣ୍ଣ ଭାବେ ସାନିଟାଇଜେସନ କରାଯାଇଛି ।

Leave A Reply

Your email address will not be published.