Latest Odisha News

BREAKING NEWS

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ କରୋନା ପରୀକ୍ଷା

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଙ୍ଗଳବାର ଦିନ କରୋନା ପରୀକ୍ଷା କରିଛନ୍ତି । ପ୍ରାୟ ଦୁଇଦିନ ପୂର୍ବରୁ ସେ ଗଳାରେ କଷ୍ଟ ଅନୁଭବ କରୁଥିବା ବେଳେ ଜ୍ୱରରେ ମଧ୍ୟ ପୀଡ଼ିତ ଥିଲେ ।

ଅଧିକ ପଢନ୍ତୁ: ବିଜେପି ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ଓ ତାଙ୍କ ମାଆ କରୋନା ପଜିଟିଭ୍ ଚିହ୍ନଟ !

କେଜ୍ରିୱାଲଙ୍କ କରୋନା ଟେଷ୍ଟର ରିପୋର୍ଟ ମଙ୍ଗଳବାର ରାତି କିମ୍ବା ବୁଧବାର ସକାଳେ ଜଣାପଡ଼ିବ ବୋଲି ସୂଚନା ମିଳିଛି ।

ଆପ ନେତା କେଜ୍ରିୱାଲ ମଧ୍ୟ ଡାଇବେଟିସ ରୋଗରେ ପୀଡ଼ିତ । ତାଙ୍କ ଶରୀରରେ କରୋନା ଭୂତାଣୁ ଲକ୍ଷଣ ପ୍ରକାଶ ପାଇବା ପରେ ରବିବାର ଅପରାହ୍ନରୁ ସେ ନିଜକୁ ସଙ୍ଗରୋଧ କରି ରହିଛନ୍ତି । ତା’ପରଠାରୁ ସେ ତାଙ୍କର ସମସ୍ତ ଅଫିସିଆଲ୍ ମିଟିଂ ଗୁଡ଼ିକୁ ମଧ୍ୟ ବାତିଲ୍ କରିଦେଇଥିବା ନେଇ ଇଣ୍ଡିଆଟୁଡ଼େରେ ଏକ ରିପୋର୍ଟ ପ୍ରକାଶ ପାଇଛି ।

ସୋମବାର ଦିନ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଏବଂ ରାଜନେତା ।

Leave A Reply

Your email address will not be published.