Latest Odisha News

BREAKING NEWS

ରାଜ୍ୟରେ କରୋନା ନେଲା ଆଉ ୬ ମୁଣ୍ଡ

ଭୁବନେଶ୍ୱର: ରାଜ୍ୟରେ କରୋନା ନେଉଛି ମୁଣ୍ଡ । ଗତ ୨୪ ଘଣ୍ଟାରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ୬ ଜଣଙ୍କର ମୃତ୍ୟୁ ହୋଇଛି । ଏହାକୁ ମିଶାଇ ରାଜ୍ୟରେ ୭୦କୁ ବୃଦ୍ଧି ପାଇଛି କରୋନା ମୃତ୍ୟୁ ସଂଖ୍ୟା । ମୃତକଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲାରୁ ଚାରି ଜଣ ଥିବା ବେଳେ ଭୁବନେଶ୍ୱରରୁ ଜଣେ ଓ କଟକରୁ ଜଣେ ଅଛନ୍ତି ।

ଗଞ୍ଜାମ ଜିଲ୍ଲାରେ ମୃତ୍ୟୁବରଣ କରିଥିବା ୪୫ ବର୍ଷୀୟ ଆକ୍ରାନ୍ତଙ୍କର ଥିଲା ଡାଏବେଟିସ୍ ଓ ଉଚ୍ଚ ରକ୍ତଚାପ । ସେହିପରି ହୃଦରୋଗ ଓ କିଡନୀ ରୋଗରେ ପୀଡିତ ଜଣେ ୭୨ ବର୍ଷୀୟ ବୃଦ୍ଧଙ୍କର କରୋନାରେ ମୃତ୍ୟୁ ହୋଇଛି ।
ଏହାବ୍ୟତୀତ ଡାଏବେଟିସ ରୋଗ ଥିବା ୪୯ ବର୍ଷୀୟ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ କରୋନାରେ ଆଖି ବୁଜିଛନ୍ତି ଆଉ ଜଣେ ୬୩ ବର୍ଷୀୟ ଆକ୍ରାନ୍ତ । ଏହାକୁ ମିଶାଇ ଗଞ୍ଜାମ ଜିଲ୍ଲାର କରୋନା ମୃତ୍ୟୁ ସଂଖ୍ୟା ୪୩କୁ ବୃଦ୍ଧି ପାଇଛି ।
କଟକ ଜିଲ୍ଲାରେ ଜଣେ ୪୦ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ଜିଲ୍ଲାରେ କରୋନା ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି ପାଇଛି । ସେହିପରି ଭୁବନେଶ୍ୱରରେ ପ୍ରାଣଘାତୀ ଭାଇରସରେ ପ୍ରାଣ ହରାଇଛନ୍ତି ଜଣେ ୬୭ ବର୍ଷୀୟ ବ୍ୟକ୍ତି । ସେ ଡାଏବେଟିସ୍, ଉଚ୍ଚ ରକ୍ତଚାପ ଓ କିଡନୀ ରୋଗରେ ପୀଡ଼ିତ ଥିଲେ ।

Leave A Reply

Your email address will not be published.