Latest Odisha News

BREAKING NEWS

ଆସନ୍ତୁ ଜାଣିବା କଣ ପାଇଁ ଇଶା ଗୁପ୍ତା ରାଗିଗଲେ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଇଶା ଗୁପ୍ତା ଏବେ ସୋସିଆଲ ସାଇଟରେ କେତେକ ପ୍ରଶଂସକଙ୍କ ଉପରେ ଭୀଷଣ ଭାବେ ରାଗି ଯାଇଛନ୍ତି । କିଛି ଦିନ ତଳେ ସୋସିଆଲ ସାଇଟରେ ତାଙ୍କୁ ହଲିଉଡ ସୁପରଷ୍ଟାର ଆଞ୍ଜେଲିନା ଜୋଲି ସହିତ ତୁଳନା କରିବା ଠିକ୍ ନୁହେଁ ବୋଲି କହିଥିଲେ । ତେବେ ପ୍ରଶଂସକମାନେ ଏହାକୁ ଭିନ୍ନ ଅର୍ଥରେ ନେବା ସହ ତୁମେ ଗରିବଙ୍କ ଆଞ୍ଜେଲିନା କହିଥିଲେ ।

ବାରମ୍ବାର ପ୍ରଶଂସକଙ୍କ ଦ୍ୱାରା ଟ୍ରୋଲ ହେବା ପରେ ଇଶା ରାଗି ଯାଇଥିଲେ । ଜନ୍ନତ ୨, ରାଜ ୩, ହମଶକଲ ଓ ବେବୀ ପରି ଫିଲ୍ମରେ ଅଭିନୟ କରି ଇଶା ତାଙ୍କ ଦକ୍ଷତା ପ୍ରତିପାଦିତ କରିଛନ୍ତି । ଆଞ୍ଜେଲିନା ସହିତ ମୋତେ ତୁଳନା କରା ନ ଯାଉ କିମ୍ବା ସମାଲୋଚନା ମଧ୍ୟ ନ କରିବା ପାଇଁ ସେ କହିଛନ୍ତି ।

Leave A Reply

Your email address will not be published.