Latest Odisha News

BREAKING NEWS

୧୫ ନେତାଙ୍କୁ ବିଜେଡିର ବରିଷ୍ଠ ସାଧାରଣ ସମ୍ପାଦକ ଦାୟିତ୍ୱ

ଭୁବନେଶ୍ୱର: ବରିଷ୍ଠ ଉପସଭାପତି ପରେ ଆଜି ବରିଷ୍ଠସାଧାରଣ ସମ୍ପାଦକ ନିଯୁକ୍ତି ନେଇ ଘୋଷଣା କରିଛି ବିଜୁ ଜନତା ଦଳ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୫ ଜଣ ବରିଷ୍ଠ ନେତାଙ୍କୁ ବିଜେଡିର ବରିଷ୍ଠ ସାଧାରଣ ସମ୍ପାଦକ ଭାବେ ନିଯୁକ୍ତି ଦେଇ ବିଭିନ୍ନ ଦାୟିତ୍ୱ ମଧ୍ୟ ବଂଟନ କରିଛନ୍ତି। ଏନେଇ ବିଜେଡି ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି ।

ନୃସିଂହ ସାହୁଙ୍କୁ ଆଂଚଳିକ ଉନ୍ନୟନ ଦାୟିତ୍ୱ ଦିଆଯାଇଛି । ସେହିପରି ଅଶୋକ ଚନ୍ଦ୍ର ପଣ୍ଡା , କଳିକେଶ ନାରାୟଣ ସିଂଦେଓ, ପ୍ରିତିରଂଜନ ଘଡାଇଙ୍କୁ ସାମାଜିକ କଲ୍ୟାଣ ଦାୟିତ୍ୱ ଦିଆଯାଇଛି । ଅରୁଣ କୁମାର ସାହୁ ଏବଂ ରୋହିତ ପୁଜାରୀଙ୍କୁ କଳା, ସଂସ୍କୃତି ଓ ମାନବ ସମ୍ବଳ ଦାୟିତ୍ୱ ଦିଆଯାଇଛି । ସେହିପରି ଅତନୁ ସବ୍ୟସାଚୀ ନାୟକଙ୍କୁ ଓଡିଶା ମୋ ପରିବାର, ରବି ନନ୍ଦ ଏବଂ ରାଜେନ୍ଦ୍ର ଢେ଼ାଲକିଆଙ୍କୁ ପରିବେଶ, ପ୍ରତାପ ଜେନା ଓ ନବ କିଶୋର ଦାସଙ୍କୁ ସଶକ୍ତ ଓଡ଼ିଶା ଦାୟିତ୍ୱ ମିଳିଛି ।

ସେହିପରି ରମେଶ ମାଝି ଓ ସରୋଜିନି ହେମ୍ବ୍ରମଙ୍କୁ ଆଦିବାସୀ ଓ ସଂଖ୍ୟାଲଘୁ ବ୍ୟାପାର, ଶଶି ଭୂଷଣ ବେହେରାଙ୍କୁ ମହିଳା ସଶକ୍ତିକରଣ ଓ ଅନୁସୂଚିତ ଜାତି କଲ୍ୟାଣ ଏବଂ ସୁମିତ୍ରା ଜେନାଙ୍କୁ ମହିଳା ସଶକ୍ତିକରଣ ବ୍ୟାପାର ଦାୟିତ୍ୱ ଦିଆଯାଇଛି ।

ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜୁଲାଇ ୧ ତାରିଖରେ ୮ ଜଣ ବରିଷ୍ଠ ନେତାଙ୍କୁ ବରିଷ୍ଠ ଉପସଭାପତି ଏବଂ ୯ ଜଣଙ୍କୁ ଉପସଭାପତି ନିଯୁକ୍ତି କରିବା ସହ ଦାୟିତ୍ୱ ବଂଟନ କରିଥିଲେ ।

Leave A Reply

Your email address will not be published.