Latest Odisha News

BREAKING NEWS

ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ସହାୟତା ପ୍ରଦାନ କଲେ ମାଣିତରା ସରପଞ୍ଚ

ବୁଗୁଡ଼ା: ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ ଅନ୍ତର୍ଗତ ମାଣିତରା ସରପଞ୍ଚ ଶାନ୍ତିଲତା ନାୟକ କରୋନା ମହାମାରୀ ଲାଗି ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ସହାୟତା ରାଶି ପ୍ରଦାନ କରିଛନ୍ତି ।

ମାଣିତରା ସରପଞ୍ଚ ଶାନ୍ତିଲତା ନାୟକ ଏବଂ ନାଏବ ସରପଞ୍ଚ କାଳୁଚରଣ ପ୍ରଧାନ ସେମାନଙ୍କ ତିନିମାସର ଦରମା ଏବଂ ମା ସେନାପତି ଯୁବକ ସଂଘ ପକ୍ଷରୁ ୫୦୦୦ ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ପ୍ରଦାନ କରାଯାଇଛି ।

ଶୁକ୍ରବାର ଦିନ ବୁଗୁଡ଼ା ବିଡ଼ିଓ ତନ୍ମୟ ପାତ୍ରଙ୍କ ଜରିଆରେ ରିଲିଫ୍ ପାଣ୍ଠିକୁ ସମୁଦାୟ ୧୨,୬୫୦ ଟଙ୍କାର ଦୁଇଟି ଚେକ୍ ପ୍ରଦାନ କରାଯାଇଛି । ସରପଞ୍ଚ ଓ ନାଏବ ସରପଞ୍ଚଙ୍କ ତିନିମାସର ଦରମା ୭,୬୫୦ ଟଙ୍କା ଏବଂ ଯୁବକ ସଂଘ ପକ୍ଷରୁ ୫,୦୦୦ ଟଙ୍କାର ଦୁଇଟି ଚେକ୍ ପ୍ରଦାନ କରାଯାଇଛି ।

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଏହି ଚେକ୍ ପ୍ରଦାନ ସମୟରେ ଅନ୍ୟମାନଙ୍କ ମଧ୍ୟରେ ସରପଞ୍ଚ ପ୍ରତିନିଧି ବବୁଲ ନାୟକ, ନାଏବ ସରପଞ୍ଚକାଳୁ ଚରଣ ପ୍ରଧାନ, ସିଆରସିସି ଭବାନୀ ଶଙ୍କର ପାତ୍ର ଓ ମା ସେନାପତି ଯୁବକ ସଂଘର ପ୍ରତିନିଧିମାନେ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.