Latest Odisha News

BREAKING NEWS

ଓଡ଼ିଶାର ପ୍ରସିଦ୍ଧ ମିଠା ‘ଛେନାମୁଡୁକି’ର ପ୍ରସ୍ତୁତି ପ୍ରଣାଳୀ

ଓଡ଼ିଶାର ପ୍ରସିଦ୍ଧ ମିଠା ମାନଙ୍କ ମଧ୍ୟରୁ ଛେନାମୁଡୁକି ଅନ୍ୟତମ । ନିଆରା ଓ ସ୍ଵାଦିଷ୍ଟ ଛେନା ମୁଡୁକି ପାଇଁ ଓଡ଼ିଶାର ଭଦ୍ରକ ଜିଲ୍ଲାର ରହିଛି ବିଶେଷ ନାଁ । ଜାଣନ୍ତୁ ଘରେ ଏହାକୁ କିପରି ପ୍ରସ୍ତୁତ କରିବେ….

ଆବଶ୍ୟକୀୟ ସାମଗ୍ରୀ:

ପନିର ୨୦୦ଗ୍ରାମ
ଚିନି- ୩୫୦ ଗ୍ରାମ
ପାଣି- ୩ କପ

henaପ୍ରସ୍ତୁତି ପ୍ରଣାଳୀ:

ଛେନାମୁଡୁକି ତିଆରି କରିବା ପାଇଁ ସର୍ବ ପ୍ରଥମେ ଆଞ୍ଚରେ କଢାଇ ବସାଇ ସେଥିରେ ଚିନିଶିରା ପ୍ରସ୍ତୁତ କରନ୍ତୁ । ଅଢେ଼ଇ କପ ପାଣିରେ ୩କପ ଚିନି ଦେଇ ଶିରା ପ୍ରସ୍ତୁତ କରନ୍ତୁ । ଗ୍ୟାସ ଫ୍ଲେମ ହାଇ କରି ଚିନି ମିଳେଇବା ଯାଏ ଗୋଳାନ୍ତୁ । ଚିନି ମିଳେଇ ଗଲାପରେ ଗ୍ୟାସର ଆଞ୍ଚ କମ୍ କରି ଏଥିରେ ପନିର ପକାନ୍ତୁ । ପାନିର ପକାଇବା ପରେ ମଝିରେ ମଝିରେ ଏହାକୁ ହାଲକା ହାଲକା ଗୋଳାଉଥିବେ । ବେଶୀ ଗୋଲାଇଲେ ପନିର ଭାଙ୍ଗି ଯାଇପାରେ । ସେଥିପ୍ରତି ସାବଧାନ ରହିବେ । ୨୫ ରୁ ୨୦ ମିନିଟ ଯାଏଁ ପନିରକୁ ଶିରା ସହ ରାନ୍ଧିବେ, ଏହାଦ୍ୱାରା ଶିରା ପାନିରର ଭିତରକୁ ମଧ୍ୟ ପଶିଯିବ ।

ଧ୍ୟାନ ରଖିବେ ଯଦି ଶିରାର ମାତ୍ରା କମିଯାଏ, ତେବେ ଏଥିରେ ୧ ରୁ ୨ କପ ପାଣି ମିଶାଇ ଦେବେ । କାରଣ ଶିରା ବହଳିଆ ହୋଇଗଲେ ମୁଡିକି ଟାଣ ହୋଇଯିବ । ୨୦ ମିନିଟ ପରେ ଏହାର ଆଞ୍ଚ କମାଇ ଗୋଳାନ୍ତୁ । ଅନ୍ୟଏକ ଚୁଲାରେ ଆଉ ଏକ ପ୍ୟାନ ବସାଇ ସେଥିରେ ଆଉ ଏକ କପ ଚିନିକୁ ବିନା ପାଣି ଦେଇ ଘାଣ୍ଟି ଚାଲିନ୍ତୁ । ମନେ ରଖନ୍ତୁ ଆଞ୍ଚ ଅଧିକ କରିବେ ନାହିଁ କିମ୍ବା ଏଥିରେ ପାଣି ଆଦୌ ଦେବେ ନାହିଁ ।

ଧୀରେଧୀରେ ଏହି ଚିନି ତରଳି ବାଦାମୀ ରଙ୍ଗରେ ଏକ ପେଷ୍ଟ ଭଳି ହୋଇଗଲେ ଏହାକୁ ତୁରନ୍ତ ପନିର ବସିଥିବା ପାତ୍ରରେ ଢାଳି ଦୁଅନ୍ତୁ । ଏହା ଦ୍ୱାରା ମୁଡୁକିର ରଙ୍ଗ ବହୁତ ବଢିଆ ଆସିଥାଏ ।

ଏହାପରେ ଗ୍ୟାସ ଆଞ୍ଚ କମ୍ ରଖି ଲଗାଦାର ଏହାକୁ ଗୋଲାଇବେ । କିଛି ସମୟପରେ ମୁଡୁକିର ରଙ୍ଗ ବାଦାମୀ ହୋଇ ଆସିବ । ମୁଡୁକିର ରଙ୍ଗ ବାଦାମୀ ହୋଇଗଲେ ଏହାକୁ ଶିରାରୁ ବାହାର କରି ୧ ଘଣ୍ଟା ପରେ ପରସନ୍ତୁ ଛେନା ମୁଡୁକି ।

Leave A Reply

Your email address will not be published.