Latest Odisha News

BREAKING NEWS

‘ଆଇସିସିର ନେତୃତ୍ୱ ନେବା ଦକ୍ଷତା ଗାଙ୍ଗୁଲିଙ୍କର ରହିଛି’

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି)ର ନେତୃତ୍ୱ ନେବାର ଦକ୍ଷତା ସୌରଭ ଗାଙ୍ଗୁଲିଙ୍କର ରହିଛି ବୋଲି ଇଂଲଣ୍ଡର ପୂର୍ବତନ ଅଧିନାୟକ ଡେଭିଡ ଗାୱାର କହିଛନ୍ତି । ବିସିସିଆଇ ଅଧ୍ୟକ୍ଷ ଭାବେ ସେ ତାଙ୍କ କାର୍ଯ୍ୟ ସୁଚାରୂରୂପେ ତୁଲାଇ ଦକ୍ଷତା ପ୍ରତିପାଦିତ କରିପାରିଛନ୍ତି । ସମସ୍ତଙ୍କୁ ନେଇ ଚାଲିବା କଳା ଗାଙ୍ଗୁଲିଙ୍କୁ ଜଣା ବୋଲି ଗାୱାର କହିଛନ୍ତି ।

ଏହି ଅବସରରେ ସେ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ ପାଇଁ ଯୁକ୍ତି ବାଢ଼ିଥିଲେ । ଟେଷ୍ଟକୁ ବଂଚାଇବା ପାଇଁ ଆଇସିସିର ପଦକ୍ଷେପ ପ୍ରଶଂସନୀୟ । ଜଣେ କ୍ରିକେଟର ଟେଷ୍ଟ ମ୍ୟାଚରେ ପ୍ରକୃତ ଦକ୍ଷତା ଦେଖାଇ ପାରିଥାଏ ବୋଲି ଇଂଲଣ୍ଡର ପୂର୍ବତନ ଅଧିନାୟକ ଜଣଙ୍କ କହିଛନ୍ତି ।

Leave A Reply

Your email address will not be published.