Latest Odisha News

BREAKING NEWS

ଭାରତରେ ଲଞ୍ଚ ହେଲା ଗୁଗୁଲ ନେଷ୍ଟ ମିନି ସ୍ମାର୍ଟ ସ୍ପିକର

ଭୁବନେଶ୍ୱର: ସ୍ମାର୍ଟ ସ୍ପିକର କ୍ଷେତ୍ରରେ ଆମାଜନ ଇକୋ ଡଟ କୁ ମାତ ଦେବାପାଇଁ ଗୁଗୁଲ ଲଞ୍ଚ କଲା ତାର ନୂଆ ସ୍ମାର୍ଟ ସ୍ପିକର ଗୁଗୁଲ ନେଷ୍ଟ ମିନି ଲଞ୍ଚ କରିଛି । ପୂର୍ବ ମାସରେ ନ୍ୟୁୟର୍କ ରେ ଗୁଗୁଲ ପିକ୍ସେଲ ୪ ସହିତ ଗୁଗୁଲ ମିନି ଲଂଚକରିଥିଲା । ସ୍ମାର୍ଟ ସ୍ପିକର ଶ୍ରେଣୀର ସ୍ପିକର ୨୦୧୭ ଶ୍ରେଣୀର ଅଟେ । ୨୦୧୭ ଠାରୁ ଏହି ସ୍ପିକର ବଜାରକୁ ଆସିଛି । ଗୁଗୁଲ ନେଷ୍ଟ ମିନି ସ୍ମାର୍ଟ ସ୍ପିକର ଏହି ଶ୍ରେଣୀର ପରବର୍ତ୍ତୀ ପିଢ଼ିର ଅଟେ । ଉପରୁ ଦେଖିଲେ ଗୁଗୁଲ ନେଷ୍ଟ ମିନି ଓ ଗୁଗୁଲ ହୋମ ମିନି ସହ ପାଖାପାଖି ସମାନ । ଦୁଇଟି ଯାକ ସମାନ ଦେଖାଯାଉଥିଲେ ମଧ୍ୟ, ଗୁଗୁଲ ଦାବିକରିଛି କି ଏହି ସ୍ପିକର ପୂର୍ବ ସ୍ପିକର ଠାରୁ ଉନ୍ନତ ଶବ୍ଦ ଦିଆଯାଇଛି ।

ଗୁଗୁଲ ନେଷ୍ଟ ମିନି ର ମୂଲ୍ୟ ଓ ତାର ଗୁଣାବଳୀ : ଗୁଗୁଲ ତାର ଏହି ସ୍ପିକର ଏପରିଏକ ସମୟରେ ବଜାରକୁ ଛାଡିଛି ଯେ ଯେତେବେଳେ ଭାରତୀୟ ବଜାର ରେ ଏହି ପ୍ରକାର ସ୍ପିକର ର ଗ୍ରାହକ ଙ୍କ ଚାହିଦା ଅଛି । ଏହା ଚାରୋଟି ରଙ୍ଗରେ ଉପଲବ୍ଧ ହେଉଥିଲେ ମଧ୍ୟ ଭାରତରେ ଏହା ଦୁଇଟି ରଙ୍ଗରେ ଉପଲବ୍ଧ ହେବ ।ଏହି ସ୍ପିକର ର ମୂଲ୍ୟ ଭାରତୀୟ ମୁଦ୍ରାରେ ୪୯୯୯ ରଖାଯାଇଛି । ଏହି ସ୍ପିକର ଫ୍ଲିପକାର୍ଟ ରେ ଉପଲବ୍ଧ ହେଉଛି । ଏଥିରେ ଗୁଗୁଲ ଆସିଷ୍ଟାଣ୍ଡ ରେ ଇଂରାଜୀ ଓ ହିନ୍ଦୀ ଭାଷାରେ କାମକରିବ ।

Leave A Reply

Your email address will not be published.