Latest Odisha News

BREAKING NEWS

ଆଜ୍ଞାମାଳ ନେବା ବେଳେ ରଥଯାତ୍ରା ହେବ ବୋଲି ବିଶ୍ୱାସ ଥିଲା: ପୂଜାପଣ୍ଡା ସାମନ୍ତ ଗଣେଷ

ପୁରୀ: ରଥଯାତ୍ରା ହେବା ନେଇ ସମସ୍ତେ ସନ୍ଦେହରେ ଥିଲେ । ଶ୍ରୀଜଗନ୍ନାଥ ମହାପ୍ରଭୂ ପୁନର୍ବାର ତାଙ୍କ ଆଲୌକିକ କରାମତି ଦେଖାଇଲେ । ସବୁ କିଛି ଏପଟ ସେପଟ ହୋଇଗଲା । ପ୍ରବଳ ଖରାରେ ସେବକମାନେ ଯେଉଁଭଳି ଭାବେ ରଥକୁ ଭିଡି ନେଲେ ତାହାକୁ ଯେତେ ପ୍ରଶଂସା କରାଯିବ କମ୍ ହେବ । ଆମେ ପୂଜାପଣ୍ଡା ସାମନ୍ତ ଗଣେଷ ପୂଜାପଣ୍ଡାଙ୍କୁ ଏ ସମ୍ପର୍କରେ ପଚାରିଥିଲୁ । ସେ ଭାବପ୍ରବଣ ହୋଇ କହିଥିଲେ, ମହାପ୍ରଭୁଙ୍କୁ ନେଇ ଆମେ । ତାଙ୍କ ଆଜ୍ଞାମାଳ ନେଲାବେଳେ ରଥଯାତ୍ରା ହେବ ବୋଲି ଦୃଢ଼ ନିଶ୍ଚିତ ଥିଲି ।

ମୋ ମନରେ ଏହା ହେବ ନାହିଁ ବୋଲି ଜମାରୁ ଆସି ନ ଥିଲା । ଆଜି ବଡଦାଣ୍ଡରେ ରଥ ଗଡିଯିବା ପରେ ମୋ ଜୀବନ ସାର୍ଥକ ହୋଇଗଲା ବୋଲି ସେ କହିଛନ୍ତି । ସବୁଠାରୁ ବଡ କଥା ରଥ ଭିଡିଲା ବେଳେ ଆମ ସେବକଭାଇମାନେ ଯେଉଁଭଳି ଭକ୍ତିମୟ ପରିବେଶ ସୃଷ୍ଟି କଲେ ସେଥିରେ ସବୁ କଷ୍ଟ ପାଣି ଫୋଟକା ଭଳି ଉଭେଇଗଲା ବୋଲି ସେ କହିଛନ୍ତି । ଜୀବନ ଥିବା ଯାଏ ଠାକୁରଙ୍କ ପାଖକୁ ଦୌଡୁଥିବି ଆଉ ମୋର କିଛି ଦରକାର ନାହିଁ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.