Latest Odisha News

ଭାରତ-ଚୀନ ମଧ୍ୟରେ ଆଜି ତୃତୀୟ ପର୍ଯ୍ୟାୟ ଆଲୋଚନା

ନୂଆଦିଲ୍ଲୀ: ଭାରତ-ଚୀନ୍ ସୀମା ବିବାଦ ଥମୁନି । ଆଜି ତୃତୀୟ ଥର ଦୁଇ ଦେଶର ସେନା ମଧ୍ୟରେ ହେବ ଆଲୋଚନା । ଲେଫ୍ଟେନାଣ୍ଟ ଜେନେରାଲ ସ୍ତରୀୟ ଆଲୋଚାନ ହେବ । ଇଷ୍ଟର୍ଣ୍ଣ (ପୂର୍ବ) ଲଦାଖରେ ଶାନ୍ତି ଫେରାଇ ଆଣିବା ସହ ସୀମାର ସମ୍ବେଦନଶୀଳ ଅଞ୍ଚଳରୁ ସେନା ପ୍ରତ୍ୟାହାର ନେଇ ଆଲୋଚନା ହେବ । ଲାଇନ୍ ଅଫ୍ ଆକଚୁଆଲ୍ କଣ୍ଟ୍ରୋଲ୍ (LAC) ଅନ୍ତର୍ଗତ ଭାରତୀୟ ସୀମାର ଚୁଶୁଲ ସେକ୍ଟରରେ ସକାଳ ସାଢ଼େ ୧୦ଟାରେ ଏହି ସାକ୍ଷାତ ଆଲୋଚନା ହେବ ।

ଇଷ୍ଟର୍ଣ୍ଣ ଲଦାଖର ଭାରତ ସୀମାରେ ପାନଙ୍ଗଗ ସୁ, ଗଲଓ୍ୱାନ ଘାଟି, ହଟ ସ୍ପ୍ରିଙ୍ଗ ଆଦି ଅଞ୍ଚଳରେ ସେନା ମୁତୟନ କରିଛି ଚୀନ୍ । ଫିଙ୍ଗର-୪ ରୁ ୮ ଭିତରେ ଭାରତର ପାଟ୍ରୋଲିଂକୁ ଅଟକାଉଛି ଚୀନ୍ ସେନା । ସେସବୁ ସ୍ଥାନରୁ ସେନା ପ୍ରତ୍ୟାହାର ପାଇଁ ବାରମ୍ବାର ଦାବି କରି ଆସୁଛି ଭାରତ । ଏସବୁ ଦିଗରେ ନିର୍ଣ୍ଣାୟକ ଆଲୋଚନା ହୋଇପାରେ ।

ଆଜିକୁ ମିଶାଇ ତୃତୀୟ ଥର ସୀମା ବିବାଦକୁ ନେଇ ଦୁଇ ଦେଶର ସେନା ଅଧିକାରୀଙ୍କ ବୈଠକ ବସୁଛି । କୁହାଯାଉଛି ଶାନ୍ତି ବଜାୟ ରଖିବା ଓ ପୂର୍ବ ସ୍ଥିତି ଫେରାଇ ଆଣିବା ଦିଦରେ ଚୂଡ଼ାନ୍ତ ନିଷ୍ପତ୍ତି ହୋଇପାରେ । ପୂର୍ବରୁ ଜୁନ୍ ୬ ଓ ୨୨ ତାରିଖରେ ଦୁଇଟି ପର‌୍ୟ୍ୟାୟରେ ସେନା ଅଧିକାରୀସ୍ତରରେ ଆଲୋଚନା ହୋଇଛି ।

Leave A Reply

Your email address will not be published.