Latest Odisha News

BREAKING NEWS

ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଦିନିକିଆ: ଟିମ୍ ଇଣ୍ଡିଆର ପ୍ରଥମେ ବ୍ୟାଟିଂ

ହାମିଲଟନ: ଆଜି ହାମିଲଟନଠାରେ ନ୍ୟୁଜିଲାଣ୍ଡ ଓ ଭାରତ ମଧ୍ୟରେ ପ୍ରଥମ ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ ଅନୁଷ୍ଠିତ ହେଉଛି । ନ୍ୟୁଜିଲାଣ୍ଡ ଟସରେ ଜିତି ଭାରତକୁ ପ୍ରଥମେ ବ୍ୟାଟିଂ ଲାଗି ଆମନ୍ତ୍ରଣ କରିଛି ।

ଭାରତୀୟ ଦଳ: ପୃଥିବୀ ଶ’, ମାୟଙ୍କ ଅଗ୍ରୱାଲ, ବିରାଟ କୋହଲୀ (ଅଧିନାୟକ), ଶ୍ରେୟସ ଆୟର, କେ ଏଲ ରାହୁଲ, କେଦାର ଯାଦବ, ରବୀନ୍ଦ୍ର ଜାଡ଼େଜା, ସାର୍ଦ୍ଦୁଳ ଠାକୁର, କୁଲଦୀପ ଯାଦବ, ମହମ୍ମଦ ସାମି ଏବଂ ଯଶପ୍ରୀତ ବୁମରା ।

ଭାରତୀୟ ଦଳ ପ୍ରଥମେ ବ୍ୟାଟିଂ ଆରମ୍ଭ କରି ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି । ପୃଥିବୀ ଶ’ ୨୦ ଏବଂ ମାୟଙ୍କ ୩୨ ରନ କରି ୱିକେଟ ହରାଇଛନ୍ତି । ଏବେ କପ୍ତାନ କୋହଲୀ ୨୫ ଏବଂ ଆୟାର୍ ୧୫ ରନ କରି କ୍ରିଜରେ ଅଛନ୍ତି ।

ଖବର ଲେଖାହେଲାବେଳକୁ ଏପର୍ଯ୍ୟନ୍ତ ଭାରତ ୧୮ ଓଭରରେ ୨ ୱିକେଟ ବିନିମୟରେ କରିଛି ୧୦୦ ରନ ।

Leave A Reply

Your email address will not be published.