Latest Odisha News

BREAKING NEWS

ଆଉ ନାହିଁ ଚିନ୍ତା, ଏବେ ଲକ୍‌-ଡାଉନରେ ହେବ ବିବାହ !

ଭୁବନେଶ୍ୱର: କରୋନା ଲକ୍‌-ଡାଉନ୍ ପରେ ଅନେକ ଲୋକ ନିର୍ଦ୍ଧାରିତ ବିବାହ ତାରିଖକୁ ନେଇ ଚିନ୍ତାରେ ପଡିଛନ୍ତି । ହେଲେ ଆଉ ବ୍ୟସ୍ତ ହୁଅନ୍ତୁନି ସରକାରୀ ନିୟମ ଅଧିନରେ ବି ଏବେ ହୋଇପାରିବ ବାହାଘର ।

କରୋନାଭାଇରସ, ସାମାଜିକ ଦୂରତ୍ୱ ଓ ସାମୁହିକ ଉତ୍ସବ ଭଳି ତିନୋଟି ଶବ୍ଦକୁ ନେଇ ବିଚଳିତ ବିବାହ କରିବା ପାଇଁ ଯୋଜନା କରିଥିବା ବ୍ୟକ୍ତି କିମ୍ବା ପରିବାର । ଏହି ସମସ୍ୟାର ସମାଧାନ ନେଇ ଆସିଛି ଭାରତୀୟ ମ୍ୟାଚ୍ ମେକିଂ ଓ ମାଟ୍ରିମୋନିଆଲ୍ ପୋର୍ଟାଲ୍ Shaadi.com ।

ଏହି ପୋର୍ଟାଲ୍ ଏବେ ଭିଡିଓ କନଫେରେନ୍ସିଂ ଜରିଆରେ ବିବାହ କରାଉଛି । କରୋନା ଲକ୍‌-ଡାଉନରେ ଏହି ପୋର୍ଟାଲ କିଛି ଲୋକଙ୍କର ବିବାହ ସମ୍ପନ୍ନ କରିଥିଲାବେଳେ ଆଗକୁ ବି ଅଧିକରୁ ଅଧିକ ବିବାହ କରାଇବାକୁ ଯୋଜନା କରିଛି ।

ସାରା ଦେଶରେ ଲକ୍‌-ଡାଉନ ଘୋଷଣା ହେବା ପରେ ବିବାହ କରାଉଥିବା ଅନେକ ପ୍ରାଇଭେଟ ସଂସ୍ଥା ବିପୁଳ କ୍ଷତିର ସାମ୍ନା କରିଛନ୍ତି । ଏପରି ସ୍ଥିତିରେ ବିବାହର ଏହି ଅନନ୍ୟ ତରିକାକୁ ନେଇ ସଂପୃକ୍ତ ପୋର୍ଟାଲକୁ ସୋସିଆଲ ମିଡିଆରେ ଛୁଟିଛି ପ୍ରଶଂସାର ସୁଅ ।

Leave A Reply

Your email address will not be published.