Latest Odisha News

BREAKING NEWS

ବନ ବିଭାଗର ୧୨ଟି ଘର ଉଡାଇଲେ ମାଓବାଦୀ

ରାଞ୍ଚି: ଝାଡଖଣ୍ଡରେ ମାଓବାଦୀଙ୍କ ଲଙ୍କାକାଣ୍ଡ । ବନ ବିଭାଗର ୧୨ଟି ଘର ଉଡାଇଲେ ମାଓବାଦୀ । ଝାଡଖଣ୍ଡର ପଶ୍ଚିମ ସିଂହଭୂମି ଜିଲ୍ଲାର ନକ୍ସଲମାନେ ଶନିବାର ରାତିରେ ଏଭଳି କାଣ୍ଡ ଘଟାଇଛନ୍ତି । ଏନେଇ ପୋଲିସ ଅଧୀକ୍ଷକ ଇନ୍ଦ୍ରଜିତ ମହାଥା ସୂଚନା ଦେଇଛନ୍ତି ।

ସେ କହିଛନ୍ତି, ମାଓବାଦୀଙ୍କ ଏକ ଗୋଷ୍ଠୀ ଶନିବାର ରାତିରେ ଜିଲ୍ଲାର ବେରକେଲା ବନାଞ୍ଚଳରେ ବିଭାଗର ଘରକୁ ପଶିଥିଲେ। ନକ୍ସଲମାନେ ସମସ୍ତ କର୍ମଚାରୀଙ୍କୁ ପରିସର ଖାଲି କରିବାକୁ କହିଥିଲେ। ନକ୍ସଲ କିଛି କର୍ମଚାରୀଙ୍କ ସହିତ ମାରପିଟ୍ ମଧ୍ୟ କରିଥିଲେ। ପୋଲିସ୍‌କୁ ଏହାର ସୂଚନା ଦେଲେ ପରିଣାମ ଭୟଙ୍କର ହେବ ବୋଲି ଚେତାବନୀ ଦେଇଥିଲେ। ଏହା ପରେ ନକ୍ସଲ ଗୋଟିଏ ପରେ ଗୋଟିଏ ସମସ୍ତ କୋଠାକୁ ଆଇଇଡି ବ୍ୟବହାର କରି ଉଡାଇ ଦେଇଛନ୍ତି।

ପ୍ରାରମ୍ଭିକ ତଦନ୍ତରୁ ଜଣା ପଡିଛି ମାଓବାଦୀ ମାର୍ଗ  ପ୍ରସ୍ତୁତ ପାଇଁ କିଛି ଗଛ ମଧ୍ୟ ଭାଙ୍ଗି ଦେଇଛନ୍ତି। ସମ୍ଭବତଃ ସୁରକ୍ଷା  ବଳ ପରେ ହମଲା କରିବା ପାଇଁ ଏପରି କରିଥାଇ ପାରନ୍ତି  ବୋଲି ମହାଥା କହିଛନ୍ତି। ଏହି ଘଟଣା ପରେ  ଜଙ୍ଗଲରେ ସର୍ଚ୍ଚ ଅପରେସନ ଜାରି ରହିଛି। ଏହି ଘଟଣାକୁ ଗୁରୁତର ସହ ନିଆଯାଇଛି। ସୁରକ୍ଷାବଳର ଯବାନ ଅଞ୍ଚଳରେ ଆଣ୍ଟି ନକ୍ସଲ ଅଭିଯାନ ଚଳାଇବାକୁ ନିଷ୍ପତ୍ତି ନିଆଯାଇଛି।

Leave A Reply

Your email address will not be published.