Latest Odisha News

BREAKING NEWS

ଏକ ସପ୍ତାହ ବିଳମ୍ବରେ ଓଡ଼ିଶା ଛୁଇଁବ ମୌସୁମୀ: ଆଇଏମଡ଼ି

ଭୁବନେଶ୍ୱର: ଚଳିତ ବର୍ଷ ଦକ୍ଷିଣ ପଶ୍ଚିମ ମୌସୁମୀ ଜଳବାୟୁ ଏକ ସପ୍ତାହ ବିଳମ୍ବରେ ଓଡ଼ିଶା ଛୁଇଁବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମଡ଼ି) ସୋମବାର ଦିନ ସୂଚନା ପ୍ରଦାନ କରିଛି ।

“ସାଧାରଣତଃ ଜୁନ ୧ ତାରିଖରେ ମୌସୁମୀ ଜଳବାୟୁ କେରଳ ଛୁଇଁଥାଏ । ତେବେ ବଙ୍ଗୋପସାଗରରେ ସାମୁଦ୍ରିକ ଝଡ଼ ଯୋଗୁଁ ଚଳିତ ବର୍ଷ ଜୁନ ୫ ତାରିଖ ବେଳକୁ କେରଳ ଛୁଇଁବ ମୌସୁମୀ ।” ଏହି ସୂଚନା ପ୍ରଦାନ କରିଛନ୍ତି ଆଇଏମଡ଼ିର ଆଞ୍ଚଳିକ ପାଣିପାଗ କେନ୍ଦ୍ର ମୁଖ୍ୟ ରାଜେନ୍ଦ୍ର କୁମାର ଜେନାମଣି ।

ସ୍ୱାଭାବିକ ଭାବେ ଯେଉଁ ସମୟରେ ମୌସୁମୀ ଓଡ଼ିଶା ଛୁଇଁବା କଥା ତାହାର ୩ ରୁ ୭ ଦିନ ବିଳମ୍ବରେ ଆସିବାର ସମ୍ଭାବନା ରହିଥିବା ନେଇ ପ୍ରକାଶ କରିଛନ୍ତି ଶ୍ରୀ ଜେନାମଣି ।

ଏବେ ଓଡ଼ିଶାରେ ଗ୍ରୀଷ୍ଣ ଉତ୍ତାପ କ୍ରମାଗତ ଭାବେ ବୃଦ୍ଧି ପାଉଥିବା ସମ୍ପର୍କରେ ସେ କହିଛନ୍ତି ଯେ, ଅମ୍ଫାନ୍ ବାତ୍ୟା ଯୋଗୁଁ ଜଳବାୟୁରେ ପରିବର୍ତ୍ତନ ଘଟି ଏପରି ଉତ୍ତାପ ବୃଦ୍ଧି ପାଇଛି । ଆଉ କିଛି ଦିନ ଏହିପରି ଉତ୍ତାପ ରହିବା ନେଇ ସେ ସୂଚନା ଦେଇଛନ୍ତି । ତେବେ ମେ ୨୯ ରୁ ଜୁନ୍ ୨ ମଧ୍ୟରେ ବର୍ଷାର ସମ୍ଭାବନା ରହିଥିଲେ ମଧ୍ୟ ଉତ୍ତାପ ଜାରି ରହିବ । ମାତ୍ର ଏହାଠାରୁ ନିଶ୍ଚିତ ଭାବେ ଉତ୍ତାପ ହ୍ରାସ ପାଇବାର ସମ୍ଭାବନା ରହିଛି ବୋଲି ସେ କହିଛନ୍ତି ।

Leave A Reply

Your email address will not be published.