Latest Odisha News

ଜନସଂଖ୍ୟା ନିୟନ୍ତ୍ରଣରେ କିଭଳି ରହିବ ଭାରତୀୟ ଗଣତନ୍ତ୍ରର ଭୂମିକା: ନବୀନ ଜିନ୍ଦଲଙ୍କ ଗୁରୁତ୍ୱ

ନୂଆଦିଲ୍ଲୀ : କରୋନା ମହାମାରୀ ମାନବ ସଭ୍ୟତା ପ୍ରତି ବିପଦ ସୃଷ୍ଟି କରିଛି । ବର୍ତ୍ତମାନ ସ୍ଥିତିରେ ଜନସଂଖ୍ୟା ବିସ୍ଫୋରଣ ଓ ସାମାଜିକ ସରଞ୍ଚନା ସମ୍ପର୍କରେ ଆଲୋଚନା କରିବା ଉଚିତ ସମୟ ହୋଇ ନପାରେ । କିନ୍ତୁ ବହୁଳ ଜନସଂଖ୍ୟା ଯୋଗୁ ମହାମାରୀ ଭୟାନକ ରୂପ ନେଉଛି । ତେଣୁ ବର୍ଦ୍ଧିତ ଜନସଂଖ୍ୟା ସମ୍ପର୍କରେ ଆଲୋଚନା କରିବାର ଏହା ଉପଯୁକ୍ତ ସମୟ ବି ହୋଇପାରେ । ଏକଥା କହିଛନ୍ତି ପୂର୍ବତନ ସାଂସଦ ତଥା ଜେଏସପିଏଲ୍ ମୁଖ୍ୟ ନବୀନ ଜିନ୍ଦଲ ।

କୋଭିଡ ମୁକାବିଲାରେ ନ୍ୟୁଜିଲାଣ୍ଡର ଉଦାହରଣ ଦେଇ ସେ କହିଛନ୍ତି, ଅହମ୍ମଦାବାଦ ତୁଳନାରେ ସେଠାକାର ଲୋକ ସଂଖ୍ୟା କମ୍ ହୋଇଥିବାରୁ ମହାମାରୀକୁ ନିୟନ୍ତ୍ରଣରେ ରଖି ପାରିଲା । ପରିଚାଳନା ଗତ ଜନସଂଖ୍ୟା ଯୋଗୁ ଏହା ସମ୍ଭବ ହେଲା ।

ବିଶ୍ୱର ଦ୍ୱିତୀୟ ବୃହତ୍ତମ ଜନବହୁଳ ରାଷ୍ଟ୍ର ଭାରତ । ବିଶ୍ୱ ଜନସଂଖ୍ୟାର ୧୮ ପ୍ରତିଶତ । ଆଜି ଭାରତ କେବଳ ମହାମାରୀ ସହ ଲଢ଼ୁନାହିଁ । ସାମାଜିକ ଅସମାନତାରୁ ମୁକ୍ତି ପାଇବାକୁ ଚାହୁଁଛି । ବେରୋଜଗାର ସଂଖ୍ୟା ଯେଭଳି ବଢ଼ୁଛି, ଆଗାମୀ ଦିନରେ ବ୍ୟାପକ ସାମାଜିକ ଅସ୍ଥିରତା ସୃଷ୍ଟି କରିପାରେ । ଯଦି ଜନସଂଖ୍ୟା ବୃଦ୍ଧିର ନିୟନ୍ତ୍ରଣ, ପରିଚାଳନା ଓ ଏହାକୁ ସ୍ଥିର ସ୍ତରରେ ରଖିବା ପାଇଁ ଏକ ଆନୁଷ୍ଠାନିକ ବିଧି ବ୍ୟବସ୍ଥା ରହିଲେ ଭଲ ହେବ ବୋଲି ନବୀନ ଜିନ୍ଦଲ କହିଛନ୍ତି ।

ଜନସଂଖ୍ୟା ବୃଦ୍ଧି ପ୍ରାକୃତିକ, ଜାତୀୟ ଓ ସାମାଜିକ ସମ୍ବଳ ଉପରେ ଭୟଙ୍କର ଚାପ ପକାଇଥାଏ । ସର୍ବାଙ୍ଗୀନ ବିକାଶ ଦିଗରେ ସୃଷ୍ଟି କରିଥାଏ ଚ୍ୟାଲେଞ୍ଜ । ଜନସଂଖ୍ୟା ବୃଦ୍ଧି ସବୁ ଦିଗରୁ ସରକାର ଓ ଆଇନ ପ୍ରଣେତାଙ୍କ ଚିନ୍ତା ବଢାଇଛି । ସ୍ୱାଧୀନତା ପରଠୁ ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ସଂସଦରେ ଆଗତ ହୋଇଛି ୩୫ଟି ବେସରକାରୀ ସଦସ୍ୟ ବିଲ୍‍ ।

ନବୀନ ଜିନ୍ଦଲ କହିଛନ୍ତି, ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ଜାତୀୟ ସହମତିର ଆବଶ୍ୟକତା ରହିଛି । ମିଶନ ମୋଡ୍ରେି କାମ କରିବାକୁ ପଡି଼ବ । ସାଂସଦ ଭାବରେ ପାର୍ଲାମେଣ୍ଟରେ ଏସମ୍ପର୍କିତ ଆଲୋଚନାରେ ଭାଗ ନେଇଥିଲେ ଓ ସମସ୍ତ ରାଜନୈତିକ ଦଳ ସ୍ୱର ମିଳାଇଥିଲେ ବୋଲି କହିଛନ୍ତି ନବୀନ ଜିନ୍ଦଲ ।

ସରକାର, ଚାପ ସୃଷ୍ଟିକାରୀ ଗୋଷ୍ଠୀ, ନାଗରିକ ସମାଜ ଓ ଗଣମାଧ୍ୟମର ଉଦ୍ୟମ ଏବଂ ଶିକ୍ଷା, ବିଶେଷକରି ବାଳିକା ଶିକ୍ଷା ଯୋଗୁ ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ପରିବେଶ ସୃଷ୍ଟି ହୋଇଥିଲା । ୧୯୯୧-୨୦୦୧ ଏବଂ ୨୦୦୧-୨୦୧୧ ମଧ୍ୟରେ ଭାରତର ଜନସଂଖ୍ୟା ବୃଦ୍ଧି ହାର ୨୧.୫ ପ୍ରତିଶତରୁ ୧୭.୭ ପ୍ରତିଶତକୁ ହ୍ରାସ ପାଇଥିଲା ।

Leave A Reply

Your email address will not be published.