Latest Odisha News

BREAKING NEWS

କେନ୍ଦୁଝରରୁ ଚିହ୍ନଟ ହେଲେ ଆଉ ଜଣେ କରୋନା ପଜିଟିଭ, ୧୬୨ ଛୁଇଁଲା ମୋଟ ସଂଖ୍ୟା

ଭୁବନେଶ୍ୱର: ବର୍ତମାନ ସୁଦ୍ଧା ରାଜ୍ୟର ୧୬ ଜିଲ୍ଳାକୁ ବ୍ୟାପିଲାଣି କରୋନା । ରାଜ୍ୟରେ ପୁଣି ଆଉ ଜଣେ କରୋନା ପଜିଟିଭ୍ ରୋଗୀ ଚିହ୍ନଟ । ଆକ୍ରାନ୍ତ ଜଣଙ୍କ କେନ୍ଦୁଝର ଜିଲ୍ଲାର ବୋଲି ସୂଚନା ଦେଇଛି ସୂଚନା ଓ ଲୋକ ସମ୍ପର୍କ ବିଭାଗ ।

ଆକ୍ରାନ୍ତଙ୍କ ବୟସ ୩୦ ବର୍ଷ ହୋଇଥିବା ବେଳେ ସେ କୋଲକାତାରୁ ଫେରିଥିବା ଟ୍ୱିଟରରେ ସୂଚନା ଦିଆଯାଇଛି ।

କୋଲକାତାରୁ ଫେରିବା ପରେ କ୍ୱାରେଣ୍ଟାଇନ ସେଣ୍ଟରରେ ଥିଲେ । ତେବେ ପଜିଟିଭ୍ ଚିହ୍ନଟ ପରେ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ପ୍ରଶାସନ ପକ୍ଷରୁ ଚିହ୍ନଟ କରାଯାଉଛି ।

ଏହି ନୂଆ କରୋନା ରୋଗୀଙ୍କୁ ମିଶାଇ ରାଜ୍ୟରେ ମୋଟ କରୋନା ପଜିଟିଭଙ୍କ ସଂଖ୍ୟା ୧୬୨ ରେ ପହଞ୍ଚିଛି ।

Leave A Reply

Your email address will not be published.