Latest Odisha News

BREAKING NEWS

ଟ୍ରାକ୍ଟର ଓଲଟି ୩୦ରୁ ଉର୍ଦ୍ଧ୍ବ ଆହତ

ମାଲକାନଗିରି: ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ଅନ୍ତର୍ଗତ ଗୋବିନ୍ଦପାଲ୍ଲୀ ଗ୍ରାମ ନିକଟ ଛେଳିପୁର ଘାଟି ଠାରେ ଟ୍ରାକ୍ଟର ଓଲଟି ୩୦ରୁ ଉର୍ଦ୍ଧ୍ବ ବ୍ୟକ୍ତି ଆହତ ହୋଇଛନ୍ତି।

ପ୍ରାପ୍ତ ସୂଚନାନୁଯାୟୀ ଗୋବିନ୍ଦପାଲ୍ଲୀ ଠାରୁ ବଡ଼ଡୁରାଲ ଯିବା ରାସ୍ତାଟି ଖରାପ ହୋଇଥିବାରୁ ସେଇ ଘାଟି ଅଞ୍ଚଳକୁ ଯାତାୟାତ ପାଇଁ କେବଳ ଟ୍ରାକ୍ଟର ମାଧ୍ୟମ। ସେହି ଅଞ୍ଚଳରେ ଯାତ୍ରୀଙ୍କୁ ନେଇ ଏକ ଟ୍ରାକ୍ଟର ଯାଉଥିବା ବେଳେ କୌଣସି କାରଣରୁ ଭାରସାମ୍ୟ ହରାଇ ଓଲଟି ପଡିଥିଲା।

ଦୁର୍ଘଟଣାର ଖବର ପାଇ ସ୍ଥାନୀୟ ବାସିନ୍ଦା ଘଟଣାସ୍ଥଳରେ ପହଞ୍ଚି ଲୋକମାନଙ୍କୁ ଉଦ୍ଧାର କରିବା ସହ ସେ ସମସ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି।

ଏହି ଦୁର୍ଘଟଣାରେ ୩୦ଜଣ ଆହତ ହୋଇଥିବା ବେଳେ ୬ ଜଣ ଗୁରୁତର ଆହତ ହୋଇଛନ୍ତି। ତେବେ ସେମାନଙ୍କ ମଧ୍ୟରୁ ଜଣଙ୍କୁ କୋରାପୁଟ ଅନ୍ୟ ଜଣଙ୍କୁ ମାଲକାନଗିରି ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିବା ନେଇ ସୁତ୍ରରୁ ପ୍ରକାଶ।

Leave A Reply

Your email address will not be published.