Latest Odisha News

BREAKING NEWS

ମହାପ୍ରଭୁଙ୍କ ରଥଯାତ୍ରା ପ୍ରସ୍ତୁତି: ଆରମ୍ଭ ହେଲା ରଥଚକର ‘ଦଣ୍ଡା’ ନିର୍ମାଣ କାର୍ଯ୍ୟ

ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଉପଲକ୍ଷେ ପୁରୀ ବଡ଼ଦାଣ୍ଡରେ ଦ୍ରୁତଗତିରେ ଚାଲିଛି ତିନିରଥର ନିର୍ମାଣ କାର୍ଯ୍ୟ । ଖୁସିର କଥା ହେଉଛି ଯେ, ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ଲାଗି ନିର୍ମିତ ହେଉଥିବା ସମସ୍ତ ରଥର ସମସ୍ତ ଚକ ଗୁଡ଼ିକର ନିର୍ମାଣ କାର୍ଯ୍ୟ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ସୋମବାର ଦିନ ତିନିରଥର ‘ଦଣ୍ଡା’ ତିଆରି କାର୍ଯ୍ୟ ଦ୍ରୁତଗତିରେ ଚାଲିଛି । ରବିବାର ଦିନ ଏହି ଦଣ୍ଡା କାର୍ଯ୍ୟ ଆରମ୍ଭ ହୋଇଛି ।

ଭଗବାନ ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ ରଥର ୧୩ଟି ଚକ ସମ୍ପୂର୍ଣ୍ଣ ହୋଇଯାଇଛି । ବାକି ଏକ ଗୋଟି ଚକର ତୁମ୍ବରେ ଅର ସଂଯୋଗ ପୂର୍ବକ ବିଲେଇ ବାଡ଼ିଆ ପରେ ଜନ୍ତା ଗାଡ଼ରୁ ରଥ ଖଳାକୁ ଆସିଛି ।

ଅଧିକ ପଢନ୍ତୁ: ନୀଳମାଧବଙ୍କ ରୂପରେ ଶ୍ରୀଜଗନ୍ନାଥ…

ସୋମବାର ସକାଳୁ ତିନିରଥର ଦଣ୍ଡା କାର୍ଯ୍ୟ ଜୋର୍‌ସାର୍ ଚାଲିଛି, କାରଣ ରବିବାର ଦିନ ଏହି କାର୍ଯ୍ୟ ଆରମ୍ଭ ହୋଇଯାଇଛି । ତାଳଧ୍ୱଜ ରଥର ତିନୋଟି ଦଣ୍ଡା କାର୍ଯ୍ୟ ପ୍ରଥମେ ଆରମ୍ଭ ହୋଇଛି । ସେହିପରି ଭାବେ ଦେବଦଳନ ରଥର ୭ଟି ଦଣ୍ଡା ଏବଂ ନନ୍ଦିଘୋଷ ରଥର ୯ଟି ଦଣ୍ଡା କାର୍ଯ୍ୟ ବାରିସି ଦ୍ୱାର ଚାରିପାଖ ସମତୁଲ କରାଯାଉଛି ।

ରଥର କେଉଁ କାର୍ଯ୍ୟରେ ନିୟୋଜିତ ହୁଏ ‘ଦଣ୍ଡା’:

ରଥର ଚକ, ଅଖ ଯୋଡ଼ା ଯିବା ପ୍ରଥମ ପର୍ଯ୍ୟାୟ, ୨ୟ ପର୍ଯ୍ୟାୟରେ ଅଖଚକକୁ ବାନ୍ଧି ରଖିବାକୁ ‘ଦଣ୍ଡା’ ପକାଯାଏ । ୩ୟ ପର୍ଯ୍ୟାୟରେ ଦଣ୍ଡା ଉପରେ ‘ଗରଗରା’ ପଡ଼ିଲା ପରେ, ଚାରି ନହାକା ଉଠିଥାଏ । ତା’ପରେ ପୋଲ ଗୟଳ ରଥର ଉଭୟ ପାଶ୍ୱର୍ରେ ପଡ଼ିଲା ପରେ, ଛନ୍ଦା ଗୟଳ ଲାଗି ହେବ ।

ଅଧିକ ପଢନ୍ତୁ: ଓଡ଼ିଶା ଓ ଜଗନ୍ନାଥ…

ଗୟଳକୁ ମୁଣ୍ଡାଇ ରଖିବା ପାଇଁ ‘ଟାଣ’ ଦିଆଯାଇଥାଏ । ତେଣୁ ୩ ଗୁଣନ ୪ସାଇଜର ପାଞ୍ଚ ଫୁଟିଆ ‘ଟାଣ’ ପ୍ରତିରଥରେ ୧୧ଟି ଲେଖାଏଁ ଏହାପରେ ଯୋକା ଲାଗି ପରେ (ପ୍ରତି ରଥର ମୋଟ ଚକ ଯେତୋଟି ଯୋକା ସଂଖ୍ୟା ସେତୋଟି) ବେଦୀ ପଟା ପକାଯାଇଥାଏ ।

ଏଠାରେ ସୂଚନାଯୋଗ୍ୟ, ରୂପକାର ସେବକଙ୍କ ଦ୍ୱାରା ଗୁଜରେ ସିଂହ ବିରାଳ ରୂପ ଖୋଦେଇ କାର୍ଯ୍ୟ ପ୍ରାୟ ୭୫ ଭାଗ ସଂମ୍ପୂର୍ଣ୍ଣ ହୋଇଛି । ଦୋଳବେଦୀର ଅସ୍ଥାୟୀ କମାର ଶାଳରେ ଓଝା ସେବକମାନେ ଦଣ୍ଡାକଣ୍ଟା ବଡ଼ ଉତ୍ସାହର ସହିତ ପ୍ରସ୍ତୁତି କାର୍ଯ୍ୟରେ ଲାଗି ପଡ଼ିଛନ୍ତି ।

Leave A Reply

Your email address will not be published.