Latest Odisha News

ରଥଯାତ୍ରା ଲାଗି ସୁପ୍ରିମକୋର୍ଟରେ ପିଟିସନ୍ ଦାଏର୍ କଲେ ସମ୍ବିତ ପାତ୍ର

ପୁରୀ: ପୁରୀରେ ରଥଯାତ୍ରା ଅନୁଷ୍ଠିତ ହେବାଲାଗି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ରବିବାର ଦିନ ସୁପ୍ରିମକୋର୍ଟରେ ଏକ ପିଟିସନ ଦାଏର୍ କରିଛନ୍ତି ।

ଏସମ୍ପର୍କରେ ଶ୍ରୀ ପାତ୍ର ଟ୍ୱିଟ୍ କରି ଲେଖିଛନ୍ତି, “ଆଜି ମୁଁ ସୁପ୍ରିମକୋର୍ଟରେ ପୁରୀ ରଥଯାତ୍ରା ଅନୁଷ୍ଠିତ ହେବାନେଇ ସୁପ୍ରିମକୋର୍ଟଙ୍କ  କ୍ଲାରିଫିକେସନ/ମୋଡ଼ିଫିକେସନ୍ ନେଇ ତୁରନ୍ତ ନିର୍ଦ୍ଦେଶ ପ୍ରକାଶ କରିବାକୁ ଆବେଦନ କରିଛି । ଅନୁମତି ପ୍ରଦାନ ହେଲେ ଜୁନ୍ ୨୩ ତାରିଖରେ ପୁରୀରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ଅନୁଷ୍ଠିତ ହୋଇପାରନ୍ତା ।”

Leave A Reply

Your email address will not be published.