Latest Odisha News

BREAKING NEWS

ଭୋଟର୍ ସଚେତନତା ଲାଗି ରାଜ୍ୟର ୬ଜଣ ଯୁବ ସେଲିବ୍ରିଟି ମନୋନୀତ

ଭୁବନେଶ୍ୱର: ଆଗାମୀ ବିଧାନସଭା ଓ ଲୋକସଭା ନିର୍ବାଚନ ପରିପ୍ରେକ୍ଷୀରେ ଓଡ଼ିଶା ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) ସିଲଭର୍ କୁଇନ୍ ଦୂତୀ ଚାନ୍ଦଙ୍କ ସମେତ ୬ଜଣ ଓଡ଼ିଆ ଯୁବ ସେଲିବ୍ରିଟିଙ୍କୁ ନିର୍ବାଚନ ଆଚରଣ ବିଧି ଏବଂ ଭୋଟରଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଲାଗି ମନୋନୀତ କରିଛନ୍ତି ।

ଓଡ଼ିଶାର ଯେଉଁ ୬ଜଣ ରାଜ୍ୟସ୍ତରୀୟ ଆଇକନଙ୍କୁ ନିର୍ବାଚନ କମିଶନ ଚୟନ କରିଛନ୍ତି ସେମାନେ ହେଲେ ଦୌଡ଼ରାଣୀ ଦୂତୀ ଚାନ୍ଦ, ଗାୟକ ଋତୁରାଜ ମହାନ୍ତି, ପାରା ଆଥଲେଟ୍ ଜୟନ୍ତି ବେହେରା, ପାରା ବ୍ୟାଡ଼ମିଣ୍ଟନ ଖେଳାଳି ପ୍ରମୋଦ ଭଗତ, ସିନେମା କଳାକାର ଶିବାନୀ ସଙ୍ଗୀତା ଏବଂ ସ୍ୱରାଜ ।

ଚୟନ ହୋଇଥିବା ଏହି ଛଅ ଜଣ ସେଲେବ୍ରିଟିଙ୍କ ନାମ ଭାରତୀୟ ନିର୍ବାଚନ କମିଶନଙ୍କ ନିକଟକୁ ପଠାଇ ଦିଆଯାଇଛି ବୋଲି ସିଇଓ ସୁରେନ୍ଦ୍ର କୁମାର କହିଛନ୍ତି ।

ଏଠାରେ ଉଲ୍ଲେଖଯୋଗ୍ୟ, ସୋମବାର ଦିନ ରାଜ୍ୟସ୍ତରୀୟ ସିଷ୍ଟମେଟିକ୍ ଭୋଟର୍ସ ଏଜୁକେଶନ ଏଣ୍ଡ ଇଲେକ୍ଟ୍ରୋରାଲ୍ ପାର୍ଟିସିପେସନ (ଏସଭିଇଇପି) କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଆଗାମୀ ନିର୍ବାଚନରେ ଯୁବ ତଥା ନୂତନ ଭୋଟରମାନଙ୍କୁ ଏହି ରାଜ୍ୟ ଆଇକନମାନେ ସଚେତନତାମୂଳକ କାର୍ଯ୍ୟକ୍ରମ ମାଧ୍ୟମରେ ଭୋଟ ଦାନରେ ବିପୁଳ ଅଂଶଗ୍ରହଣ କରିବାକୁ ଆକୃଷ୍ଟ କରିବେ ।

ଇତିମଧ୍ୟରେ ନିର୍ବାଚନ କମିଶନ ୨,୯୦୮ ସ୍କୁଲ ଏବଂ ୬୬୫ଟି କଲେଜରେ ଏସଭିଇଇପି କମିଟି ଗଠନ କରିଛନ୍ତି ।

ରାଜ୍ୟବ୍ୟାପୀ ‘ଚୁନାବ ପାଠଶାଳା’ ଗଠନ ହୋଇ ଜନସାଧାରଣଙ୍କୁ ଭିଭିପିଏଟି ଏବଂ ଇଭିଏମ ମେସିନ ସମ୍ପର୍କରେ ଅବଗତ କରାଯିବ ।

ଜନସାଧାରଣଙ୍କ ମଧ୍ୟରେ ଭୋଟ ଲାଗି ସଚେତନତା ସୃଷ୍ଟି କରିବା ଲାଗି ବିଭିନ୍ନ ଟିଭି କାର୍ଯ୍ୟକ୍ରମ ଏବଂ ରେଡ଼ିଓ ଜିଙ୍ଗଲ୍ସମାନ ଦେସିଆ, ସମ୍ବଲପୁରୀ ଏବଂ ସାନ୍ତାଳୀ ଭାଷାରେ ମଧ୍ୟ ନିର୍ମାଣ କରାଯାଇଛି ।

ଏପରିକି ଲୋକନୃତ୍ୟ ମାଧ୍ୟମରେ ମଧ୍ୟ ଭୋଟରଙ୍କୁ ସଚେତନ କରାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି ।

Leave A Reply

Your email address will not be published.