Latest Odisha News

BREAKING NEWS

ଭୁଲ ସ୍ୱୀକାର କଲେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର

ଭୁବନେଶ୍ୱର: ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ମଙ୍ଗଳବାର ଦିନ ବିରୋଧୀ ଦଳ ନେତାଙ୍କୁ ବିଧାନସଭାରେ କ୍ଷମା ମାଗିଛନ୍ତି ।

ପ୍ରାପ୍ତ ସୂଚନା ଅନୁଯାୟୀ, ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକଙ୍କୁ ସୋମବାର ଗୃହରେ କହିବାକୁ ସୁଯୋଗ ଦେଇନଥିବାରୁ ସେ ଭୁଲ୍ ମାଗିଛନ୍ତି ।

ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ସୋମବାର ଦିନ ସ୍ମିତାରାଣୀ ପ୍ରସଙ୍ଗରେ ଗୃହରେ କିଛି କହିବା କ୍ଷଣି ଗୃହକୁ ମୁଲତବୀ କରି ଦେଇଥିଲେ ବାଚସ୍ପତି । ଏହାକୁ ନେଇ କ୍ଷୁବ୍ଧ ବିରୋଧୀ ଦଳ ନେତା ଗୃହକୁ ଚଳାଇଦେବେନାହିଁ ବୋଲି କହିଥିଲେ ।

ତେବେ ଗତକାଲିର ଏହି ଘଟଣାକୁ ନେଇ ଆଜି ବାଚସ୍ପତି ଦୁଃଖ ପ୍ରକାଶ କରିଛନ୍ତି । ଭୁଲ୍ ବୁଝାମଣା ଯୋଗୁଁ ସେ କହୁଥିବା ବେଳେ ଗୃହକୁ ମୁଲତବୀ କରିଦେଇଥିଲେ ବୋଲି ବାଚସ୍ପତି କହିଛନ୍ତି । ବିରୋଧୀ ଦଳ ନେତା କହୁଥିବା କଥାକୁ ଠିକ୍ ଭାବେ ବୁଝିପାରିନଥିଲେ ବୋଲି ବାଚସ୍ପତି କହିଛନ୍ତି ।

ଅନ୍ୟପଟେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ କହିଛନ୍ତି ହେ, ଭୁଲ ମାଗି ବାଚସ୍ପତି ନିଜର ଉଦାରତା ଦେଖାଇଛନ୍ତି।

Leave A Reply

Your email address will not be published.