Latest Odisha News

ଜୁଲାଇ ୧୯ ଯାଏଁ ଟାଙ୍ଗନାପଲ୍ଲୀ ସଟଡାଉନ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଟାଙ୍ଗନାପଲ୍ଲୀ ପଞ୍ଚାୟତ ଅନ୍ତର୍ଗତ ଟାଙ୍ଗନାପଲ୍ଲୀ ଗାଁର ଜଣେ ବାସିନ୍ଦା କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ପ୍ରଶାସନ ୭ ଦିନିଆ ସଟଡାଉନ ଘୋଷଣା କରିଛନ୍ତି।

ସରପଞ୍ଚ ଶ୍ରୀମତି କୁମାରୀ ପ୍ରଧାନଙ୍କ ସୂଚନା ଅନୁଯାୟୀ ଜୁଲାଇ ୧୩ରୁ ୧୯ ତାରିଖ ଯାଏଁ ଏହି ସଟଡାଉନ କାର୍ଯ୍ୟକାରୀ ହେବ। ମୁଁ ଗ୍ରାମବାସୀଙ୍କୁ ନିବେଦନ କରିଛି ଯେ “ଗାଁରୁ ବାହାରକୁ ନ ଯାଆନ୍ତୁ ଏବଂ କୌଣସି ବାହାର ଲୋକଙ୍କୁ ଗାଁ ଭିତରେ ପ୍ରବେଶ କରାଇ ନଦିଅନ୍ତୁ”।

ଏହା ବ୍ୟତୀତ ଗାଁ ପୋଖରୀରେ କାହାକୁ ଗାଧୋଇବାକୁ ଅନୁମତି ଦିଆଯିବ ନାହିଁ। ଏହି ସାତ ଦିନ ପାଇଁ ଗାଁର ସମସ୍ତ ଦୋକାନ ବଜାର ବନ୍ଦ ରହିବ ବୋଲି ସେ କହିଛନ୍ତି।

 

Leave A Reply

Your email address will not be published.