Latest Odisha News

BREAKING NEWS

Yearly Archives

2020

ସକାଳେ ୧୪୬ ପଜିଟିଭ, ଅପରାହ୍ଣରେ ୧୪୬ ସୁସ୍ଥ

ଭୁବନେଶ୍ୱର: ରାଜ୍ୟରେ ଆଉ ୧୪୬ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା ୨୮୫୪ରେ ପହଂଚିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍ କରି ସୂଚନା ଦେଇଛି । 3 each from Jajpur and Nayagarh 2 each from…

ନଭେମ୍ବରରେ ବିବାହ କରିଥାନ୍ତେ ସୁଶାନ୍ତ ସିଂହ ରାଜପୁତ !

ନୂଆଦିଲ୍ଲୀ: ବଲିଉଡର ଚର୍ଚ୍ଚିତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଦେହାନ୍ତରେ ପୂରା ବଲିଉଡ ସ୍ତବ୍ଧ ହୋଇପଡିଛି । ଏପରିକି ତାଙ୍କ ମୃତ୍ୟୁକୁ ଫ୍ୟାନ୍ ମାନେ ମଧ୍ୟ ବିଶ୍ୱାସ କରିପାରୁନଥିବା ବେଳେ ସୋସିଆଲ୍ ମିଡିଆରେ ସୁଶାନ୍ତଙ୍କ ଫଟୋକୁ ପୋଷ୍ଟ କରି ଶ୍ରଦ୍ଧାଞ୍ଜଳି ଜଣାଉଥିବା ନଜର ଆସୁଛି ।…

ବିଷାଦ ବ୍ୟାଧିର ବଳୟରେ ବିଶ୍ୱ

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ: ଶବ୍ଦ ତୂଣୀର… କରୋନା ମହାମାରୀ, ଭୋକର ଜ୍ୱାଳା ଭଳି ଏବେ ବିଷାଦର ବ୍ୟାଧି ସମଗ୍ର ବିଶ୍ୱରେ ବ୍ୟାପିବାରେ ଲାଗିଛି । ମଣିଷ ମନରୁ ଶାନ୍ତି ଉଭେଇ ଯାଇଛି । ଧନସମ୍ପତି, କୋଠାବାଡି, ସୁନାରୂପା, ଗାଡିଘୋଡା ସବୁଥାଇ ମଣିଷ ମନରେ ସୁଖ ନାହିଁ । ଏବେ ସେ ପାଗଳ ଭଳି…

ତେଲ ଦର ବଢୁଛି, ରାଜନୀତି ବି ତେଜୁଛି

ଭୁବନେଶ୍ୱର: ଲଗାତର ତେଲ ଦର ବୃଦ୍ଧିକୁ ନେଇ ଆରମ୍ଭ ହୋଇଯାଇଛି ରାଜନୀତି । ରାଜ୍ୟ ବିଜେପି କହିଛି, ତୈଳ ଦର ହଠାତ୍ କମିଗଲେ ଦେଶବାସୀଙ୍କ ପାଇଁ କ୍ଷତିକାରକ । ରାଜ୍ୟ ସରକାର ଚାହିଁଲେ ଯେଉଁ ଭାଟ୍ ଆଦାୟ କରୁଛନ୍ତି, ତାକୁ କମ୍ କରି ଦର କମାଇପାରିବେ । ୨୧ ବର୍ଷ ରହିବା ପରେ ବି ଅନ୍ୟ ସୂତ୍ରରୁ…

ଭୁବନେଶ୍ୱରକୁ ଫେରୁଛି କରୋନା, ଆଜି ଆଉ ୫ ପଜିଟିଭ୍‌

ଭୁବନେଶ୍ୱର: ଆଜି ଖୋର୍ଦ୍ଧାରେ ଚିହ୍ନଟ ହୋଇଥିବା ୭ ଜଣଙ୍କ ମଧ୍ୟରୁ ରାଜଧାନୀ ଭୁବନେଶ୍ୱରର ୫ ଜଣ ରହିଛନ୍ତି । ଏମାନଙ୍କ ମଧ୍ୟରେ ୩ ଜଣ ଘରେ ସଙ୍ଗରୋଧରେ ଥିବା ବେଳେ ଅନ୍ୟ ଦୁଇ ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି । ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଚିନ୍ତାମଣିଶ୍ୱର ବୁଦ୍ଧେଶ୍ୱରୀ…

ରଥଯାତ୍ରା ନେଇ ଶୀଘ୍ର ନିଷ୍ପତ୍ତି ନିଅନ୍ତୁ ସରକାର

ଭୁବନେଶ୍ୱର: ରଥଯାତ୍ରାକୁ ନେଇ ରାଜ୍ୟ ରାଜନୀତି ତେଜିବାରେ ଲାଗିଛି । ରାଜ୍ୟ ସରକାର ଏଯାଏ ଚୂଡାନ୍ତ ନିଷ୍ପତ୍ତି ନେଇନଥିବା ବେଳେ ଆଜି କଂଗ୍ରେସ କହିଛି, ରଥ ପ୍ରସ୍ତୁତ, ସେବାୟତ ବି ପ୍ରସ୍ତୁତ, ଶ୍ରୀମନ୍ଦିର ପ୍ରଶାସନ ବି ପ୍ରସ୍ତୁତ ତେଣୁ ରଥଯାତ୍ରା ହେବାରେ କୌଣସି ଅସୁବିଧା ନାହିଁ ।…

ରଥଯାତ୍ରାକୁ ନେଇ ସୁପ୍ରିମକୋର୍ଟରେ ଆଉ ଏକ ମାମଲା

ନୂଆଦିଲ୍ଲୀ: ରଥଯାତ୍ରାକୁ ନେଇ ସୁପ୍ରିମକୋର୍ଟରେ ଆଉ ଏକ ମାମଲା ହୋଇଛି । ଭାରତ ବିକାଶ ପରିଷଦ ସ୍ପେଶାଲ ଲିଭ୍ ପିଟିସନ ଜରିଆରେ ଏହି ମାମଲା କରିଛି । ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଂଜ କରି ସୁପ୍ରିମକୋର୍ଟରେ ଆବେଦନ କରିଛି ଭାରତ ବିକାଶ ପରିଷଦ । ରଥଯାତ୍ରା ବନ୍ଦ କରିବାକୁ ଭାରତ ବିକାଶ…

ଅନୁଗୁଳରେ ଚିହ୍ନଟ ୬ କରୋନା ଆକ୍ରାନ୍ତଙ୍କ ସମ୍ପର୍କରେ ଜାଣନ୍ତୁ

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ସୋମବାର ଦିନ ୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଯାହାକୁ ମିଶାଇ ମୋଟ ପଜିଟିଭଙ୍କ ସଂଖ୍ୟା ୪୭ ଛୁଇଁଛି । ଏହା ଭିତରୁ ୪ ଜଣ ଆଠମଲ୍ଲିକ ଅଞ୍ଚଳର ଏବଂ ଏକ ଘରୋଇ ସଂସ୍ଥାରେ କାମ କରୁଥିଲେ । ତନ୍ମଧ୍ୟରେ ଦୁଇଜଣ ପଶ୍ଚିମବଙ୍ଗ ଓ ୨ ଜଣ ସ୍ଥାନୀୟ ଲୋକ ରହିଥିବା…

ରାତ୍ରଭୋଜନରୁ ବାହାରିଲା ବେଙ୍ଗ; ଅନ୍ତେବାସୀଙ୍କ ମଧ୍ୟରେ ଅସନ୍ତୋଷ

କେନ୍ଦ୍ରାପଡା: ଅନ୍ତେବାସୀଙ୍କ ପାଇଁ ରନ୍ଧା ହୋଇଥିବା ରାତ୍ରଭୋଜନରୁ ଏକ ମୃତ ବେଙ୍ଗ ମିଳିବା ପରେ କେନ୍ଦ୍ରାପଡା ଜିଲ୍ଲାର ଏକ ଅସ୍ଥାୟୀ ମେଡିକାଲ କ୍ୟାମ୍ପ (ଟିଏମସି)ରେ ଉତ୍ତେଜନା ଦେଖାଦେଇଛି । ଗତ ଶନିବାର ରାତିରେ ମହାକାଳପଡା ବ୍ଲକର ବାଡିହା ସ୍ଥିତ ଟିଏମସିରେ ଏହି ଘଟଣା ଘଟିଥିବା ସୂଚନା…

ନନ୍ଦନକାନନ ନିକଟରେ ବାଘ ଠାବ! ଜାଣନ୍ତୁ ଗୁଜବ ନା ସତ

ଭୁବନେଶ୍ୱର: ସହରର ଉପକଣ୍ଠରେ ଥିବା ନନ୍ଦନକାନନ ପ୍ରାଣୀ ଉଦ୍ୟାନର ସୀମା କାନ୍ଥ ନିକଟରେ ସୋମବାର ଦିନ ଏକ ବାଘ ବୁଲୁଥିବାର ଖବର ଗଣମାଧ୍ୟମରେ ପ୍ରଚାର ହେବାପରେ ଅଧିକାରୀମାନେ ଏହାକୁ ଖଣ୍ଡନ କରିଛନ୍ତି। ପ୍ରାଣୀ ଉଦ୍ୟାନ କର୍ତ୍ତୃପକ୍ଷ ଏକ ବିବୃତ୍ତିରେ କହିଛନ୍ତି ,“ବାଘ ଦେଖାଯିବା…