Latest Odisha News

BREAKING NEWS

Yearly Archives

2020

ଦିଲ୍ଲୀରେ ୩ ଗୁଣା ହେବ କରୋନା ଟେଷ୍ଟ: ଶାହା

ନୂଆଦିଲ୍ଲୀ: କେନ୍ଦ୍ର ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା ରବିବାର ଦିଲ୍ଲୀରେ ବଢୁଥିବା କରୋନା ଭୂତାଣୁ ସଂକ୍ରମଣର ସ୍ଥିତି ଉପରେ ସମୀକ୍ଷା କରିଛନ୍ତି। ବୈଠକରେ ଦିଲ୍ଲୀରେ କରୋନାକୁ ରୋକିବା, ଟେଷ୍ଟିଂ କ୍ଷମତା ବଢାଇବା, ହସ୍ପିଟାଲରେ ରୋଗୀଙ୍କୁ ଶଯ୍ୟା ସୁନିଶ୍ଚିତ କରିବା ଏବଂ ବାକି ସ୍ଵାସ୍ଥ୍ୟ…

ସୁଶାନ୍ତଙ୍କ ସହ ପୁରୁଣା ଦିନର ଫଟୋ ସେୟାର କରିବା ସହ ଦୁଃଖପ୍ରକାଶ କଲେ ଆଇଜି ଅମିତାଭ ଠାକୁର

ଭୁବନେଶ୍ୱର: ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ଘଟଣାରେ ଆଇପିଏସ୍ ଅଧିକାରୀ ଅମିତାଭ ଠାକୁର ଦୁଃଖପ୍ରକାଶ କରିଛନ୍ତି । ସୁଶାନ୍ତ ଆଜି ସକାଳେ ତାଙ୍କ ବାନ୍ଦ୍ରା ସ୍ଥିତ ବାସଭବନରେ ଆତ୍ମହତ୍ୟା କରିଛନ୍ତି । ସୁଶାନ୍ତ ଆଇପିଏସ୍ ଅମିତାଭ ଠାକୁରଙ୍କର ନିକଟ ସମ୍ପର୍କୀୟ ଅଟନ୍ତି…

ପୁଣି ସଙ୍କଟରେ ଗଜରାଜ, ଦୁଇଟି ହାତୀ ମୃତଦେହ ଉଦ୍ଧାର

କେନ୍ଦୁଝର: ପୁଣି ସଙ୍କଟରେ ଗଜରାଜ । ଚମ୍ପୁଆ ରେଂଜ ଯୋଡା ଫରେଷ୍ଟ ଡିଭିଜନ ଅନ୍ତର୍ଗତ ବୈତରଣୀ ରିଜର୍ଭ ଫରେଷ୍ଟର ଗୁରୁବେଡା ନିକଟରୁ ଦୁଇଟି ହାତୀର ମୃତଦେହ ଉଦ୍ଧାର ହୋଇଛି । ମୃତ ଦୁଇ ହାତୀଙ୍କ ମଧ୍ୟରେ ଜଣେ ମାଇ ହାତୀ ଥିବା ବେଳେ ଆଉ ଜଣେ ଦନ୍ତା ହାତୀ ରହିଛି । ଦୁଇଟି ହାତୀର ମୃତ ଦେହକୁ…

କରୋନା ଯୋଗୁ ଫାଇଦାରେ ଓଟିଟି ପ୍ଲାଟଫର୍ମ : ୨୦୨୪ ସୁଦ୍ଧା ଲାଭ ହେବ ୭୪୦୦ କୋଟି

ମୁମ୍ବାଇ:କରୋନା ମହାମାରୀ ଯୋଗୁ ବିଗ୍ ବ୍ୟାନରର ଫିଲ୍ମ ଥିଏଟର ବଦଳରେ ଓଟିଟି ( ଓଭର ଦି ଟପ୍‌) ପ୍ଲାଟଫର୍ମରେ ରିଲିଜ କରିବାକୁ ପସନ୍ଦ କରୁଛନ୍ତି । ୨୦୨୪ ବେଳକୁ ଏହି ପ୍ଲାଟଫର୍ମରେ କେବଳ ୭୪୦୦ କୋଟି ଆୟ ହେବ ବୋଲି ଆକଳନ କରାଯାଉଛି । ନିକଟରେ ଗୁଲାବୋ ସିତାବୋ ଓଟିଟିରେ ଫିଲ୍ମ ରିଲିଜ କରିଥିଲା…

ଗ୍ରୁପ ଟଙ୍କାକୁ ନେଇ ଗୋଷ୍ଠୀ ସଙ୍ଘର୍ଷ, ୫ ଆହତ

ଗଞ୍ଜାମ: ମହିଳା ଏସ୍‌ଏଚ୍‌ଜି ଗ୍ରୁପ ଟଙ୍କାକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ । ଏଥିରେ ୫ ଜଣ ଆହତ ହୋଇଛନ୍ତି । ଗଂଜାମ ଜିଲ୍ଲା ବେଗୁନିଆପଡା ଫାଣ୍ଡି ଅନ୍ତର୍ଗତ ଉଜ୍ଜଳା ପଲ୍ଲୀ ଗାଁରେ ଘଟିଛି ଏହି ଘଟଣା । ସୂଚନା ଯୋଗ୍ୟ ଯେ, ଦୁଇଟି ମହିଳା ଗୋଷ୍ଠୀ ଶୁକ୍ରବାର ଦିନ ସୁମଣ୍ଡଳ ସ୍ଥିତ…

ବଜ୍ରାଘାତରେ ଦୁଇ ଯୁବକ ମୃତ

ସୁନ୍ଦରଗଡ: ସୁନ୍ଦରଗଡ ଜିଲ୍ଲା ଖୁକୁଣ୍ଡିବାହାଲ ପଂଚାୟତ ଲଡୋସେରା ଗାଁରେ ବଜ୍ରାଘାତ ହୋଇଛି । ଏଥିରେ ଦୁଇ ଜଣ କାର୍ଯ୍ୟରତ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ସିମଡୋଗା ଜିଲ୍ଲାର ବିନୀତ ଡୁଙ୍ଗଡୁଙ୍ଗ ଓ ସୁନ୍ଦରଗଡ ଏକମା ଗାୀଁ ଭୀମ କେର୍କେଟା । ସୂଚନା ଯୋଗ୍ୟ ଯେ, ଲଡୋସେରା ଗାଁରେ ଏକ…

ଇଟାଲିଆନ୍ କପ ଫୁଟବଲ : ଇଂଟର ମିଲାନ ସହ ମ୍ୟାଚ ଡ୍ର ରଖି ଫାଇନାଲରେ ନାପୋଲି

ନାପଲ୍ସ: ଚଳିତ ଇଟାଲିଆନ କପ ଫୁଟବଲ ଟୁର୍ଣ୍ଣାମେଂଟର ଫାଇନାଲରେ ନାପୋଲି ଟିମ୍ ପ୍ରବେଶ କରିଛି । ବୁଧବାର ଫାଇନାଲରେ ଦଳ ଜୁଭେଟଂସକୁ ଭେଟିବ । ଶନିବାର ଏକ ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ନାପୋଳି ଶକ୍ତିଶାଳୀ ଇଂଟର ମିଲାନ ବିପକ୍ଷରେ ମ୍ୟାଚ ୧-୧ରେ ଡ୍ର ରଖିବାରେ ସଫଳ ହୋଇଥିଲା । ଇଂଟରମିଲାନ…

ସରକାର ମାଗିଲେ ଖର୍ଚ୍ଚ ହିସାବ, କଟାକ୍ଷ କଲା ବିଜେପି

ଭୁବନେଶ୍ୱର: ପଂଚାୟତିରାଜ ବିଭାଗ ପକ୍ଷରୁ ସଙ୍ଗରୋଧ କେନ୍ଦ୍ରରେ ହୋଇଥିବା ଖର୍ଚ୍ଚର ହିସାବ ମଗାଯିବା ପରେ ଏହାକୁ ନେଇ କଟାକ୍ଷ କରିଛି ରାଜ୍ୟ ବିଜେପି । ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଅନେକ ଜାଗାରେ ଭିତ୍ତିଭୂମିକୁ ନେଇ ବହୁ ଦୁର୍ନୀତି…

‘ରଥଯାତ୍ରାକୁ ବ୍ୟାକଡୋରରେ ବନ୍ଦ ପାଇଁ ଉଦ୍ୟମ କରୁଛନ୍ତି ସରକାର’

ଭୁବନେଶ୍ୱର: ଚଳିତ ବର୍ଷ ରଥଯାତ୍ରା ହେବ କି ନାହିଁ, ସେନେଇ ରାଜ୍ୟ ସରକାର ଚୂଡାନ୍ତ ନିଷ୍ପତ୍ତି ନେଇନଥିବା ବେଳେ ଆଜି ପୁଣି ସରକାରଙ୍କୁ ଘେରିଛି ବିଜେପି । ଦଳର ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ଯେ, ରଥଯାତ୍ରା ସମ୍ପର୍କରେ ସରକାର କିଛି ସ୍ପଷ୍ଟ ଚିତ୍ର ଦେଉନାହାଁନ୍ତି।…

କାଲିଫର୍ଣ୍ଣିଆ ୟୁନିଭରସିଟିରୁ ତଥ୍ୟ ଚୋରି କରିବା ଅଭିଯୋଗରେ ଚୀନ୍ ସେନାର ମେଜର ଗିରଫ

ନ୍ୟୁୟର୍କ: ଆମେରିକାର ସାନ୍ ଫ୍ରାନସିସ୍କୋ ସ୍ଥିତ କାଲିଫର୍ଣ୍ଣିଆ ୟୁନିଭରସିଟିରୁ ଗବେଷଣା ସମ୍ପର୍କିତ ତଥ୍ୟ ଚୋରି କରିବା ଅଭିଯୋଗରେ ଚୀନ୍ ସେନାର  ମେଜର ଜିନ୍ ୱାଙ୍ଗ୍ ଗିରଫ ହୋଇଛନ୍ତି । ଆମେରିକାର ସୁରକ୍ଷା ଏଜେନ୍ସି ଏଫବିଆଇ ଏହି ଅଧିକାରୀଙ୍କୁ ରବିବାର ଗିରଫ କରାଯାଇଥିଲା । ଏଫବିଆଇ…