Latest Odisha News

BREAKING NEWS

Yearly Archives

2020

କରୋନା ମୁକାବିଲା ପାଇଁ କଟକରେ ଚେକିଂ ଜୋରଦାର୍ କଲା କମିଶନରେଟ୍ ପୋଲିସ

କଟକ: ଟ୍ୱିନସିଟିରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ବେଳେ କୋଭିଡ୍ ନିୟମ ପାଳନକୁ କଡ଼ାକଡ଼ି କରିବା ପାଇଁ ଅଣ୍ଟା ଭିଡିଛି କମିସନରେଟ୍ ପୋଲିସ । ପୋଲିସ ଡିଜି ସ୍ଥିତି ପରଖିବା ପରେ କୋଭିଡ ଯାଞ୍ଚ ଜୋରଦାର କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଆଜି ସନ୍ଧ୍ୟା କଟକରେ ବିଭିନ୍ନ ଅଂଚଳ…

ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆରମ୍ଭ ହେଲା ‘ମୋତିଆ ବିନ୍ଦୁ’ ଅପରେସନ

ସୁନ୍ଦରଗଡ଼ : କୋଭିଡ୍ କଟକଣାକୁ ପାଳନ କରି ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପୁଣି ଆରମ୍ଭ ହୋଇଛି ମାଗଣା ‘ମୋତିଆ ବିନ୍ଦୁ’ ଅପରେସନ । କରୋନା ସଂକ୍ରମଣ ପାଇଁ ଏହି ଚିକିତ୍ସା ଗତ କିଛି ମାସ ହେଲା ବନ୍ଦ ରହିଥିଲା। ଗତ ମାସକ ଭିତରେ ୮ଟି ବ୍ୟାଚରେ ମୋଟ ୪୬ ଜଣଙ୍କ ଅପରେସନ କରାଯାଇଛି।…

ଦଶହରାରେ ଆସୁଛି ‘ଦୁର୍ଗତିନାଶିନୀ’

ଭୁବନେଶ୍ୱର: କରୋନା ପାଇଁ ଗତ ମାର୍ଚ୍ଚ ମାସରୁ ଗୋଟିଏ ବି ଚଳଚ୍ଚିତ୍ର ରିଲିଜ ହୋଇନାହିଁ । ଗୋଟିଏ ପଟେ ସୁଟିଂ ଉପରେ କଟକଣା ଓ ଅନ୍ୟ ପକ୍ଷରେ ସିନେମା ହଲ ବନ୍ଦ ରହିବା ମନୋରଂଜନ ଶିଳ୍ପକୁ ଯେପରି ସ୍ଥାଣୁ କରିଦେଇଛି । ଗତ କିଛି ଦିନ ହେଲା ଲକ୍ ଡାଉନ ନିୟମ କୋହଳ ହେବା ପରେ ସୁଟିଂ ପାଇଁ ଅନୁମତି…

କୋଭିଡ ଯୁଦ୍ଧରେ ଅବଦାନ ନିମନ୍ତେ ସୋଆ ଜାତୀୟ ସ୍ତରରେ ସମ୍ମାନିତ

ଭୁବନେଶ୍ୱର: କୋଭିଡ-୧୯ ମହାମାରୀ ସମୟରେ ସଚେତନତା ସୃଷ୍ଟି କରିବା କ୍ଷେତ୍ରରେ ଦେଶର ଉଚ୍ଚ ଶିକ୍ଷା କ୍ଷେତ୍ରରେ ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ ଭାବେ ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସିଟି)କୁ “ଉତ୍କୃଷ୍ଟ ସଂସ୍ଥାନ ବିଶ୍ୱକର୍ମା ପୁରସ୍କାର” ରେ ସମ୍ମାନିତ କରାଯାଇଛି ।…

କବିତା: ଚନ୍ଦ୍ରିକା କୁମାର

ଅନନ୍ତାଂଶୁ ଜେନା ଅବେଳ ମୌସୁମୀ ପରି ମିଛି ମିଛିକା ସ୍ୱପ୍ନରେ ତୁମେ, ହଠାତ ମନେ ପଡିଯାଅ ଯେ ବିଗତ ଦିନର ସାଇତା ଅଙ୍ଗାର ସବୁ ଝାପ୍ସା ନିଶାରେ ଗୋଟାପଣେ ଓଦା କରି ପକାଏ । ତୁମକୁ ତୁମେ ବୋଲି ଜାଣିବା ଆଗରୁ ଶୁଣିଥିଲି ତୁମ କଥା ତୁମେ କୁଆଡ଼େ ତୋଳିପାର ଯେତେସବୁ ମନଛୁଆଁ କୋହ…

ବନ୍ୟାରେ ହୋଇଛି ୧୧୦୦ କୋଟିର କ୍ଷତି, କେନ୍ଦ୍ରକୁ ସହାୟତା ମାଗିଲା ରାଜ୍ୟ

ଭୁବନେଶ୍ୱର: ରାଜ୍ୟରେ ଗତମାସରେ ହୋଇଥିବା ବନ୍ୟାରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ପ୍ରାଥମିକ ପର୍ଯ୍ୟାୟରେ ପ୍ରାୟ ୧୧ଶହ କୋଟି ଟଙ୍କାର ସହାୟତା ଦେବା ପାଇଁ କେନ୍ଦ୍ର ସରକାରଙ୍କ ନିକଟରେ ଓଡ଼ିଶା ଦାବି ରଖିଛି । ଏହି ସହାୟତା ରାଶି ସମେତ ବିପର୍ଯ୍ୟୟ ପ୍ରତିରୋଧ ଲାଗି ସ୍ଥାୟୀ ପଦେକ୍ଷପ ନେବାକୁ…

ନୂତନ ଚାଷ ବିଲକୁ ଅକାଳୀ ଦଳର ବିରୋଧ, ଇସ୍ତଫା ଦେଲେ ଖାଦ୍ୟ ପ୍ରକ୍ରିୟାକରଣ ମନ୍ତ୍ରୀ ହରସିମରତ

ନୂଆଦିଲ୍ଲୀ: ନୂତନ ଚାଷ ବିଲକୁ ନେଇ ବିଜେପି ଅଡୁଆରେ ପଡିଛି । ଏହି ବିଲକୁ ସହଯୋଗୀ ଶିରୋମଣୀ ଅକାଳୀ ଦଳ ବିରୋଧ କରିଛି । ଏପରିକି ଖାଦ୍ୟ ପ୍ରକ୍ରିୟାକରଣ ମନ୍ତ୍ରୀ ହରସିମରତ କୌର ବାଦଲ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି । ପୂର୍ବରୁ ଏହି ବିଲକୁ ଆକଳୀ ଦଳ ସମର୍ଥନ କରୁଥିଲେ ମଧ୍ୟ ପଞ୍ଜାବ ଓ…

ରାଜ୍ୟରୁ ସୁସ୍ଥ ହେଲେ ଆଉ ୩୬୦୭ କରୋନା ରୋଗୀ

ଭୁବନେଶ୍ୱର: ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୩୬୦୭ କରୋନା ରୋଗୀ ଆରୋଗ୍ୟ ଲାଭ କରିଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ଜାଣନ୍ତୁ ଆଜି କେଉଁ ଜିଲ୍ଲାରୁ କେତେ ଆରୋଗ୍ୟ ଲାଭ କରିଛନ୍ତି। ଖୋର୍ଦ୍ଧାରୁ ୧୦୩୭, ପୁରୀରୁ ୪୧୫, କଟକରୁ ୨୯୯,…

କ’ଣ ପାମ୍ପଡ ଖାଇକି ସୁସ୍ଥ ହୋଇଛନ୍ତି ସବୁ କରୋନା ରୋଗୀ? କାହିଁକି କହିଲେ ସଞ୍ଜୟ ରାଉତ…

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ବଢୁଥିବା କରୋନା ମାମଲାକୁ ନେଇ ଶିବସେନା ସରକାରଙ୍କୁ ଗୁରୁବାର ଦିନ ଘେରିଲେ ସଂସଦର ଅନ୍ୟ ସଦସ୍ୟମାନେ । ଏଭଳି ପ୍ରଶ୍ନରେ ଚିହିଁକି ପଡି ସଞ୍ଜୟ ରାଉତ ଓଲଟା ପ୍ରଶ୍ନ କରିଛନ୍ତି ଯେ “ମୁଁ ସମସ୍ତ ସଦସ୍ୟ ମାନଙ୍କୁ ପଚାରିବାକୁ ଚାହୁଁଛି ଯେ ଏତେ ଲୋକ କେମିତି ସୁସ୍ଥ…

ହସ୍ପିଟାଲରୁ ଡିସଚାର୍ଜ ହେଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ଦିଲ୍ଲୀ ଏମସରୁ ଡିସ୍ ଚାର୍ଜ ହୋଇଛନ୍ତି । ଗତ ରବିବାର ଦ୍ୱିତୀୟ ଥର ପାଇଁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଏହା ପୂର୍ବରୁ ତାଙ୍କ ଠାରେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।…