Latest Odisha News

BREAKING NEWS

Yearly Archives

2020

୧୯୮୬ରେ ବାବ୍ରି ମସିଜିଦ୍ ତାଲା ଖୋଲାଯିବା ସମ୍ପର୍କରେ ଜାଣିନଥିଲେ ରାଜୀବ ଗାନ୍ଧୀ!

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ଉତ୍ତର ପ୍ରଦେଶର ଅଯୋଧ୍ୟା ସ୍ଥିତ ବାବ୍ରୀ ମସଜିଦ୍ ର ତାଲା ୧୯୮୬ରେ ଖୋଲାଯିବା ନେଇ ତତ୍କାଳୀନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କୁ ଜଣାନଥିଲା । ଏନେଇ ତାଙ୍କର ଜଣେ ଘନିଷ୍ଠ ବନ୍ଧୁ ୱାଜହତ ହବିବୁଲ୍ଲାଙ୍କ ଦ୍ୱାରା ଲିଖିତ ପୁସ୍ତକରୁ ଜଣାପଡିଛି। ଯିଏକି…

ଭୁବନେଶ୍ୱରରେ ଲୁଟର ନୂଆ ଫଣ୍ଡା, ଯୁବତୀ ଦେଖାଇ କରୁଥିଲେ ଲୁଟ୍‌, ୨ ଗିରଫ

ଭୁବନେଶ୍ୱର: ଲୁଟ ର ନୂଆ ଫଣ୍ଡା ।  ଯୁବତୀ ଦେଖେଇ ଲୁଟ କରୁଥିଲେ ଲୁଟେରା । ଏଭିଲି ଏକ ଗ୍ୟାଙ୍ଗ ର ୨ ଲୁଟେରାଙ୍କୁ ଗିରଫ କଲା ଖଣ୍ଡଗିରି ଥାନା ପୋଲିସ । ଦୁଇ ଅଭିଯୁକ୍ତ ହେଲେ ଭୁବନେଶ୍ୱର ୟୁନିଟ 8 ର  ଅମର ସେନାପତି ଓ  ଗଞ୍ଜାମ ରମନୋଜ ଗୌଡ଼। ଗତ 13 ତାରିଖରେ ତାଳଚେର ଅଞ୍ଚଳର ଜଣେ…

ରାଜନୀତି ପ୍ରତି ଆଗ୍ରହ ରଖୁନଥିବା ରାଜୀବ ଗାନ୍ଧୀ ଖୁବ୍ କମ୍ ବୟସରେ ହୋଇଥିଲେ ଦେଶର ପ୍ରଧାନମନ୍ତ୍ରୀ; ଜନ୍ମଜୟନ୍ତୀ…

ନୂଆଦିଲ୍ଲୀ: ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ଆଜି ହେଉଛି ୭୬ତମ ଜୟନ୍ତୀ । ଏହି ଅବସରରେ ପୁଅ ରାହୁଲ ଗାନ୍ଧୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ମଧ୍ୟ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଜନ୍ମ ଜୟନ୍ତୀ ଅବସରରେ ଜାଣନ୍ତୁ ରାଜୀବ ଗାନ୍ଧୀଙ୍କ ସମ୍ପର୍କରେ; ଯିଏକି ଖୁବ୍ କମ୍…

ଆଲର୍ଟ: ନୂଆଦିଲ୍ଲୀରେ ପ୍ରବେଶ କଲେ ୩ ଜୈଶ ଆତଙ୍କୀ, ସୁରକ୍ଷା ବ୍ୟବସ୍ଥା କଡାକଡି

ନୂଆଦିଲ୍ଲୀ: ଭାରତର ରାଜଧାନୀ ଦିଲ୍ଲୀରେ ୩ ଜଣ ଜୈଶ ଇ ମହମ୍ମଦ ଆତଙ୍କବାଦୀ ପ୍ରବେଶ କରିଥିବା ଗୋଇନ୍ଦା ବିଭାଗ ପକ୍ଷରୁ ସତର୍କ କରାଯାଇଛି। ଜନଗହଳିପୂର୍ଣ୍ଣ ସ୍ଥାନ ଏବଂ ଗୁରୁତ୍ୱପୂର୍ଣ୍ଣ ସରକାରୀ କାର୍ଯ୍ୟାଳୟରେ ଆକ୍ରମଣ କରିବା ଲାଗି ସେମାନେ ଷଡଯନ୍ତ୍ର ରଚିଛନ୍ତି । ଜୈଶ ମୁଖ୍ୟ ମୁଫତି…

[ଭାଇରାଲ୍ ଭିଡିଓ] ହସ୍ପିଟାଲରେ କାହିଁକି ନାଚିଲେ ମଧ୍ୟପ୍ରଦେଶର ଏହି ପରିବାର ?

ମଧ୍ୟପ୍ରଦେଶ: ଗୋଟିଏ ପରିବାରର ୧୯ଜଣ ସଦସ୍ୟ ହୋଇଥିଲେ କରୋନାଭାଇରସରେ ସଂକ୍ରମିତ । ଅଗଷ୍ଟ ୮ରେ ଭର୍ତ୍ତି ହୋଇଥିଲେ ମଧ୍ୟପ୍ରଦେଶର କଟନି ଜିଲ୍ଲା ହସ୍ପିଟାଲରେ । ତେବେ ସ୍ୱାଧୀନତା ଦିବସରେ ସେମାନଙ୍କ ରିପୋର୍ଟ ନେଗେଟିଭ ବାହାରିଥିଲା । ଏହି ଖୁସୀରେ ପରିବାରର କିଛି ସଦସ୍ୟ ହସ୍ପିଟାଲରେ ହିଁ…

ବିଜେଡି ନେତାଙ୍କୁ ନୂଆ ସାଂଗଠନିକ ଦାୟିତ୍ୱ ବଣ୍ଟନ

ଭୁବନେଶ୍ୱର: ବିଜେଡି ନେତାଙ୍କୁ ବଂଟାଗଲା ନୂଆ ସାଂଗଠନିକ ଦାୟିତ୍ୱ । ବିଜେଡିରେ ୪୫ ଜଣଙ୍କୁ ନୂଆ ସମ୍ପାଦକ ଓ ୪୧ ଜଣଙ୍କୁ ନୂଆ ଯୁଗ୍ମ ସମ୍ପାଦକ ଭାବେ ନିଯୁକ୍ତି ମିଳିଛି । ବିଜେଡି ସଭାପତି ନବୀନ ପଟ୍ଟନାୟକ ଏହି ନିଯୁକ୍ତି ଦେଇଛନ୍ତି । କିଶୋର ତରାଇ ଓ ସଂଘମିତ୍ରା ଦଳେଇଙ୍କୁ ଏସସି କଲ୍ୟାଣ…

ପୋଷା କୁକୁର ଖାଇଗଲା ୯ ହଜାର ୮ଶହ ଟଙ୍କା !

ସାଧାରଣତଃ ପୋଷା କୁକୁରମାନେ ମାଲିକର ବେଶ୍ ବିଶ୍ୱସ୍ତ ହୋଇଥାନ୍ତି । ସେମାନଙ୍କୁ ଘରେ ଛାଡି ବେଶ୍ ନିଶ୍ଚିନ୍ତରେ ମାଲିକ ବାହାରକୁ ଯାଇପାରନ୍ତି । କିନ୍ତୁ ଆଜି ଏମିତି ଏକ ପୋଷା କୁକୁର ସମ୍ପର୍କରେ ଜାଣିବା ଯିଏ ମାଲିକ ନ ଥିବା ବେଳେ ଯାହା କାଣ୍ଡ କରିଛି ସେଥିରେ ମାଲିକ ଜଣଙ୍କ ହସିବେ ନା…

ସୁଶାନ୍ତ ସିଂ ରାଜପୁତ୍ କେସ୍‌: ଦୁଇ ଡେପୁଟି କମିଶନରଙ୍କୁ ପଚରା ଉଚରା କରିବ ସିବିଆଇ

ମୁମ୍ବାଇ: ସୁଶାନ୍ତ ସିିଂ ରାଜପୁତ କେସ୍ ସିବିଆଇ ହାତକୁ ନେଇଛି । ଏହାର ତଦନ୍ତ କାର୍ଯ୍ୟ ମଧ୍ୟ ସିବିଆଇ ଜୋରସୋରରେ ଆରମ୍ଭ କରି ଦେଇଛି । ରିପୋର୍ଟ ମୁତାବକ ଏସଆଇଟି ମୁମ୍ବାଇ ପୋଲିସର ଦୁଇ ଡେପୁଟି କମିଶନରଙ୍କୁ ପଚରା ଉଚରା କରିବ । ଏହି ଦୁଇ ଜଣ ହେଲେ ଅଭିଷେକ ତ୍ରିମୁଖ ଓ ପରଜିତ ସିଂ ଧାହିୟା ।…

ପ୍ରଶାନ୍ତ ଭୂଷଣଙ୍କୁ ପୁଣି ଝଟକା

ନୂଆଦିଲ୍ଲୀ:ସୁପ୍ରିମକୋର୍ଟର ଆଇନଜୀବୀ ପ୍ରଶାନ୍ତ ଭୂଷଣଙ୍କୂ ଗୁରୁବାର ପୁନର୍ବାର ଆଉ ଏକ ଝଟକା ଲାଗିଛି । ଅଦାଲତ ଅବମାନନା ମାମଲାରେ ସେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ତାଙ୍କୁ କେଉଁ ଦଣ୍ଡ ମିଳିବ ସେ ସମ୍ପର୍କରେ ସୁପ୍ରିମକୋର୍ଟ ରାୟ ପ୍ରକାଶ କରିବେ । ଦୋଷୀ ସାବ୍ୟସ୍ତ କରିଥିବା ଖଣ୍ଡପୀଠ ହିଁ…

ଅଗଷ୍ଟ ୨୪ ଯାଏଁ ଖୋର୍ଦ୍ଧାର ଏହିସବୁ ଅଞ୍ଚଳ ସଟଡାଉନ୍

ବାଲିପାଟଣା: କରୋନା ସଂକ୍ରମଣ ଦିନକୁ ଦିନ ବଢୁଥିବାରୁ ଖୋର୍ଦ୍ଧା ଜିଲ୍ଲାର ବାଲିପାଟଣା ବ୍ଲକ ଅନ୍ତର୍ଗତ ତିନି ଗ୍ରାମ ପଞ୍ଚାୟତର ସରପଞ୍ଚ ନିଜ ଅଞ୍ଚଳକୁ ଗୁରୁବାର ଦିନ ସଟଡାଉନ୍ ଘୋଷଣା କରିଛନ୍ତି । ଆଜି ଅପରାହ୍ନ ୨ ଟାରୁ ଆସନ୍ତା ୨୪ ତାରିଖ ଯାଏଁ ସଟଡାଉନ୍ ଘୋଷଣା କରାଯାଇଛି । ଉକ୍ତ ଅଞ୍ଚଳ…