Latest Odisha News

BREAKING NEWS

Yearly Archives

2021

ଆସନ୍ତା ବର୍ଷ ଭାରତରେ ସିଙ୍ଗଲ୍‌ ଡୋଜ୍ ଟିକା ଲଞ୍ଚ କରିପାରେ ମଡର୍ନା; ଚଳିତ ବର୍ଷ ୫ କୋଟି ଡୋଜ ଦେବ ଫାଇଜର!

ନୂଆଦିଲ୍ଲୀ: ସୂଚନା ଅନୁଯାୟୀ ଆସନ୍ତା ବର୍ଷ ଭାରତରେ ସିଙ୍ଗଲ୍‌ ଡୋଜ୍ ଟିକା ଲଞ୍ଚ କରିପାରେ ମଡର୍ନା। ଏହାସହିତ ଆମେରିକାର ଅନ୍ୟ ଏକ ବୃହତ୍ ଟିକା ପ୍ରସ୍ତୁତକାରୀ କମ୍ପାନି ଫାଇଜର ଚଳିତ ବର୍ଷ ୫ କୋଟି ଡୋଜ୍‌ ଦେବାକୁ ପ୍ରସ୍ତୁତ ଥିବା ଜଣାପଡ଼ିଛି। ତେବେ ୨୦୨୧ରେ ଅତିରିକ୍ତ ଟିକା ନଥିବା ନେଇ…

ଆଜି ଓଡ଼ିଶାରୁ କରୋନା ନେଇଛି ରେକର୍ଡ ୩୫ ଜୀବନ, ସପ୍ତାହେ ଭିତରେ ୨୦୦ ମୃତ

ଭୁବନେଶ୍ୱର: କରୋନା ମୃତ୍ୟୁସଂଖ୍ୟାରେ ଲାଗୁନି ବ୍ରେକ୍ । ରାଜ୍ୟରେ ବଢୁଛି ମୃତ୍ୟୁସଂଖ୍ୟା । ଗତ ୨୪ ଘଣ୍ଟାରେ ଆଉ ୩୫ ଜୀବନ ନେଇଛି କରୋନା । ଯାହାକି ବର୍ତ୍ତମାନ ସୁଦ୍ଧା ଦିନକରେ ସର୍ବାଧିକ । ୧୬ ଜିଲ୍ଲାରୁ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି । ଖୋର୍ଦ୍ଧା ଓ ଅନୁଗୋଳ…

କରୋନା ଦ୍ୱିତୀୟ ତରଙ୍ଗ ଯୋଗୁ ଅନାଥ ହେଲେଣି ୫୦୦ରୁ ଅଧିକ ଶିଶୁ

ନୂଆଦିଲ୍ଲୀ: କୋଭିଡ-୧୯ ମାମଲାରେ ବୃଦ୍ଧି ଯୋଗୁ ଅନେକ ଲୋକ ପ୍ରାଣ ହରାଇସାରିଲେଣି। ଏହାର ଅଧିକ ପ୍ରଭାବ ପଡ଼ିଛି ଶିଶୁମାନଙ୍କ ଉପରେ। କରୋନା ଜନିତ ମୃତ୍ୟୁ ଯୋଗୁ ଭାରତରେ ପ୍ରାୟ ୫୦୦ରୁ ଅଧିକ ଶିଶୁ ଅନାଥ ହୋଇଥିବା ସୂଚନା ମିଳିଛି। ସରକାରୀ ସୂତ୍ର ଅନୁଯାୟୀ ୫୭୭ ପିଲା ମହାମାରୀ ହେତୁ…

କାଲି କମିଥିଲା, ଆଜି ବଢ଼ିଲା: ଦେଶରେ ପୁଣି ୨ ଲକ୍ଷ ପାର କଲା ଦୈନିକ ସଂକ୍ରମଣ, ମୃତ୍ୟୁସଂଖ୍ୟା ୪ ହଜାର

ନୂଆଦିଲ୍ଲୀ: କାଲି କମିଥିଲା । ଆଜି ବଢ଼ିଲା । ଦେଶରେ ଗତକାଲି ଦୈନିକ ସଂକ୍ରମଣ ୪୦ ଦିନ ପରେ ୨ ଲକ୍ଷ ତଳକୁ ଖସିଥିଲା । ସେହିପରି ମୃତ୍ୟୁସଂଖ୍ୟା ବି ୪ ହଜାର ତଳକୁ ହ୍ରାସ ପାଇଥିଲା । ଆଜି ପୁଣି ଥରେ ବଢ଼ିଛି । ଗତ ୨୪ ଘଣ୍ଟାରେ ଦେଶରୁ ଚିହ୍ନଟ ହୋଇଛନ୍ତି ୨ଲକ୍ଷ ୮ହଜାର ୯୨୧ ନୂଆ ଆକ୍ରାନ୍ତ ।…

ରେମୁଣା-ବାହାନଗା ଭିତରେ ଲାଣ୍ଡଫଲ୍ କରୁଛି ୟାସ୍, ବାଲେଶ୍ୱର ପରେ ମୟୂରଭଞ୍ଜ ଯିବ

ଭୁବନେଶ୍ୱର: ଧାମରାରୁ ଉତ୍ତର ଆଡ଼କୁ ଗତି କରି ବାଲେଶ୍ୱର ଉପକୂଳର ଦକ୍ଷିଣରେ ଲାଣ୍ଡଫଲ୍ କରିଛି ବାତ୍ୟା ୟାସ୍ । ବାହାନଗା ସଦରରେ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଜାରି ରହିଛି । ଦିନ ଗୋଟାଏ ସୁଦ୍ଧା ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଶେଷ ହେବ । ଏହି ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ…

ବାତ୍ୟା ମୁକାବିଲା ନେଇ ସ୍ୱତନ୍ତ୍ର ଟିମ

ପୁରୀ: ପୁରୀ ଜିଲ୍ଲା ପ୍ରଶାସନ ବାତ୍ୟା ମୁକାବିଲା ନେଇ ସମ୍ପୂର୍ଣ୍ଣ ପ୍ରସ୍ତୁତ। ବିଶେଷ କରି ପୁରୀ ଟାଉନ , ପୁରୀ ସଦର , କୋଣାର୍କ , ଗୋପ , କାକଟପୁର , ଅସ୍ତରଙ୍ଗ , ବ୍ରହ୍ମଗିରି , କୃଷ୍ନ ପ୍ରସାଦ ଅଞ୍ଚଳ ପ୍ରଭାବିତ ହେବାର ଆଶଙ୍କା ରହିଛି। ଏଣୁ ଉକ୍ତ ଅଞ୍ଚଳରୁ ହଜାର ହଜାର ଲୋକଙ୍କୁ ବାତ୍ୟା…

ବାଲେଶ୍ୱର ଜିଲ୍ଲାର ଏହି ସ୍ଥାନରେ ହିଟ୍ କଲା ୟାସ୍

ବାଲେଶ୍ୱର: ଆରମ୍ଭ ହୋଇଛି ବାତ୍ୟା ୟାସର ସ୍ଥଳଭାଗ ପ୍ରବେଶ ପ୍ରକ୍ରିୟା । ସକାଳ ୯ଟାରୁ ଲାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହୋଇଛି । ଧାମରାରୁ ଉତ୍ତର ଓ ବାଲେଶ୍ୱରରୁ ଦକ୍ଷିଣକୁ ବାହାନଗା ବ୍ଲକ ଉପକୂଳରେ ଲାଣ୍ଡଫଲ୍ କରିଛି ବାତ୍ୟା । ଏହି ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା…

ବଡ଼ ଖବର: ବାଲେଶ୍ୱର ଉପକୂଳରେ ବାତ୍ୟା ୟସର ଲାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ

ବାଲେଶ୍ୱର: ଧାମରା ପାଖରୁ ଦୂରେଇ ଯାଇଛି ବାତ୍ୟା ୟସ୍ । ଏବେ ବାଲେଶ୍ୱର ଉପକୂଳ ପାଖାପାଖି ପହଞ୍ଚିଛି । ଆରମ୍ଭ ହୋଇଛି ୟସର ଲାଣ୍ଡଫଲ୍ ପ୍ରକ୍ରିୟା । ସକାଳ ପାଖାପାଖି ୯ଟା ବେଳକୁ ଆରମ୍ଭ ହୋଇଛି ଲାଣ୍ଡଫଲ୍ ପ୍ରକ୍ରିୟା । ଏହି ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ । ପାଖାପାଖି ୩-୪ ଘଣ୍ଟା…

ଆଜି ଓଡ଼ିଶାରୁ ୧୧୬୨୩ ପଜିଟିଭି ଚିହ୍ନଟ, ଖୋର୍ଦ୍ଧାରେ ପୁଣି ୨ହଜାର ପାର୍

ଭୁବନେଶ୍ୱର: ଗତକାଲି ଅପେକ୍ଷା ରାଜ୍ୟରେ ଆଜି ବଢ଼ିଛି କରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୧୧ହଜାର ୬୨୩ ନୂଆ ଆକ୍ରାନ୍ତ । ଗତକାଲି ଏହି ସଂଖ୍ୟା ଥିଲା ୧୦ହଜାର ୯୩୯ । ଅର୍ଥାତ ଗତକାଲି ଅପେକ୍ଷା ଆଜି ଆଉ ୬୮୪ ଅଧିକ ସଂକ୍ରମିତ ବାହାରିଛନ୍ତି । ୨୪ ଘଣ୍ଟାରେ କ୍ୱାରେଣ୍ଟାଇନରୁ…

ଉଗ୍ର ହେଉଛି ସମୁଦ୍ର, ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରେ ସ୍ଥଳ ଭାଗକୁ ମାଡ଼ି ଆସିଛି

ବାଲେଶ୍ୱର: ଆଜି ରାତିରୁ ବାତ୍ୟା ୟାସ୍ ଓଡ଼ିଶା ଉପକୂଳରେ ପ୍ରଭାବ ଦେଖାଇଛି । ଏବେ ଭଦ୍ରକ ଓ ବାଲେଶ୍ୱର ଉପକୂଳ ମୁହାଁ ହୋଇଛି । ସ୍ଥଳଭାଗ ଆଡ଼କୁ ଯେତିକି ଅଗ୍ରସର ହେଉଛି, ସେତିକି ଉଗ୍ର ରୂପ ଦେଖାଉଛି । ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରେ ଉତ୍ତାଳ ସମୁଦ୍ର ସ୍ଥଳଭାଗକୁ ମାଡ଼ି ଆସିଛି । ଘୂ ଘୂ…