Latest Odisha News

BREAKING NEWS

Yearly Archives

2021

ଭୋରରେ ଲାଗିଲା ନିଆଁ, ଜଳିଗଲା ଡ୍ରେସ ଗୋଦାମ

ପୁରୀ: ଭୋରରୁ ଲାଗିଲା ନିଆଁ । ଜଳିଗଲା ଡ୍ରେସ୍ ଗୋଦାମ । ପୁରୀ ଟାଉନ ଥାନା ଅନ୍ତର୍ଗତ ହାଡ଼ଗୋଡ଼ିଆ ସାହିରେ ଏହି ଅଗ୍ନିକାଣ୍ଡ ହୋଇଛି । ଆଜି ଭୋର୍ ପ୍ରାୟ ୩ଟା ବେଳେ ଗୋବିନ୍ଦ ଚନ୍ଦ୍ର ସାହୁଙ୍କ ଘରେ ନିଆଁ ଲାଗିଥିଲା । ଏନେଇ ସ୍ଥାନୀୟ ଲୋକ ୧୧୨ ଜରୁରିକାଳୀନ ନମ୍ୱରକୁ ଫୋନ୍ କରିଥିଲେ ।…

ଲଗାତାର ତୃତୀୟ ଦିନ ପାଇଁ ରାଜ୍ୟରେ ୪୦୦ ଉପରେ ସଂକ୍ରମଣ, ସୁନ୍ଦରଗଡ଼ରୁ ସର୍ବାଧିକ ପଜିଟିଭ୍

ଭୁବନେଶ୍ୱର: ରାଜ୍ୟରେ ଥମୁନି କରୋନା ସଂକ୍ରମଣ । ଲଗାତାର ତିନିଦିନ ଧରି ରାଜ୍ୟରେ ୪ ଶହରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୨୭ ଜିଲ୍ଲାରୁ ୪୭୧ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡ଼ରୁ ସର୍ବାଧିକ ୮୫ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହା…

ଝାରସୁଗୁଡ଼ା ଜିଲ୍ଲାର ୧୨ଟି ସ୍ଥାନ, କଳାହାଣ୍ଡିର ଗୋଟିଏ ଗାଁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍

ଝାରସୁଗୁଡ଼ା/କଳାହାଣ୍ଡି: କରୋନା ସଂକ୍ରମଣ ବଢ଼ିବା ପରେ ଝାରସୁଗୁଡ଼ା ଜିଲ୍ଲାର ୧୨ଟି ସ୍ଥାନ ଓ କଳାହାଣ୍ଡିର ଗୋଟିଏ ଗାଁକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି । ଝାରସୁଗୁଡ଼ା ପୌରାଞ୍ଚଳର ୮ଟି ସ୍ଥାନ ସହ ବେହେରାମାଳ, ସରବାହାଲ, ଝଣ୍ଡା ଛକ, ବମ୍ବେ ଛକ, ସରବାହାଲ ୧, ରେଲୱେ…

ଧାରଣାରୁ ଉଠିଲେ ବିଜେପି ବିଧାୟକ, ରାଜ୍ୟପାଳଙ୍କୁ ଭେଟିବେ

ଭୁବନେଶ୍ୱର: ବିଧାନସଭା ପରିସରରେ ଥିବା ଗାନ୍ଧି ମୂର୍ତ୍ତି ତଳେ ବସିଥିବା ବିଜେପି ବିଧାୟକମାନେ ଧାରଣାରୁ ଉଠିଲେ । ଗତକାଲିଠାରୁ ସେମାନେ ଧାରଣାରେ ବସିଥିଲେ । ସେଠାରେ ରାତି ବି କାଟିଥିଲେ ବିଜେପି ବିଧାୟକ । ଆଜି ସକାଳେ ବିଜେପି ସହପ୍ରଭାରୀ ବିଜୟପାଲ ସିଂ ତୋମାର ଭେଟିବା ପରେ ସେମାନେ…

ଦେଶରେ ଲକ୍ଷେ ମୁହାଁ ଦୈନିକ ସଂକ୍ରମଣ, ପାଖାପାଖି ସାତ ଲକ୍ଷ ଆକ୍ଟିଭ୍ କେସ୍

ନୂଆଦିଲ୍ଲୀ: କରୋନାର ମାରୁଛି ଲମ୍ବା ଲମ୍ଫ । ହୁ ହୁ ହୋଇ ବଢୁଛି ସଂକ୍ରମିତଙ୍କ ସଂଖ୍ୟା । ଲକ୍ଷେ ମୁହାଁ ହେଲାଣି ଦୈନିକ ସଂକ୍ରମଣ । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୯୩ହଜାର ୨୪୯ ନୂଆ ଆକ୍ରାନ୍ତ । ଏହି ସମୟରେ ମହାମାରୀ ନେଇଛି ୫୧୩ ଜୀବନ । ଗତବର୍ଷ ସେପ୍ଟେମ୍ବର ପରଠୁ ଦେଶରେ…

୫୩୩ ମିଲିୟନ୍ ଫେସବୁକ୍ ବ୍ୟବହାରକାରୀଙ୍କ ତଥ୍ୟ ଲିକ୍

ନୂଆଦିଲ୍ଲୀ: ପୁଣି ଥରେ ଫେସବୁକରୁ ଡାଟା ଲିକ୍ ହୋଇଛି । ୧୦୬ଟି ଦେଶର ୫୩୩ ମିଲିୟନ୍ ଫେସବୁକ୍ ବ୍ୟବହାରକାରୀଙ୍କ ଡାଟା ଲିକ୍ ହୋଇଥିବା ଜଣାପଡ଼ିଛି । ଏହା ଏକ ହ୍ୟାକିଂ ଫୋରମରେ ଲିକ୍ ହୋଇଛି । ରିପୋର୍ଟ ଅନୁସାରେ ଲିକ୍ ହୋଇଥିବା ଡାଟା ଭିତରେ ୬ ମିଲିୟନ୍ ଭାରତୀୟ ଫେସବୁକ୍ ବ୍ୟବହାରକାରୀଙ୍କ…

ଅକ୍ଷୟ କୁମାରଙ୍କୁ କରୋନା, ହୋମ୍ କ୍ୱାରେଣ୍ଟାଇନରେ ଖିଲାଡି ଷ୍ଟାର

ମୁମ୍ବାଇ: କରୋନା କବଳରେ ମାୟାନଗରୀ । ଜଣଙ୍କ ପରେ ଜଣେ ସେଲିବ୍ରିଟି କରୋନା ସଂକ୍ରମିତ ହେଉଛନ୍ତି । ଆଜି ବଲିଉଡ ଷ୍ଟାର ଅକ୍ଷୟ କୁମାର କରୋନା ସଂକ୍ରମିତ ହୋଇଛନ୍ତି । ନିଜେ ଟ୍ୱିଟ କରି ଏହି ସୂଚନା ଦେଇଛନ୍ତି ଅକ୍ଷୟ କୁମାର । ଆଜି ସକାଳୁ ତାଙ୍କର ରିପୋର୍ଟ ପଜିଟିଭ୍ ବାହାରିଥିଲା । ଏହାପରେ ସେ…

ଛତିଶଗଡ଼ ମାଓବାଦୀଙ୍କ ସହ ଗୁଳିବିନିମୟ ପରେ ୧୫ ଯବାନ ନିଖୋଜ

ବିଜାପୁର: ଛତିଶଗଡ଼ରେ ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟରେ ଏବେ ବି ୧୫ ଯବାନ ନିଖୋଜ ଅଛନ୍ତି । ଗତକାଲି ସୁକମା-ବିଜାପୁର ସୀମାବର୍ତ୍ତୀ ଅଞ୍ଚଳରେ ସୁରକ୍ଷାକର୍ମୀ ଓ ନକ୍ସଲ ମୁହାଁମୁହିଁ ହୋଇଥିଲେ । ଉଭୟପକ୍ଷ ମଧ୍ୟରେ ୩ ଘଣ୍ଟା ଧରି ଚାଲିଥିଲା ଗୁଳି ବିନିମୟ । ଏଥିରେ ୫ ଜଣ ଯବାନ ସହିଦ…

ସ୍ୱାସ୍ଥ୍ୟକର୍ମୀ ଓ ସମ୍ମୁଖଯୋଦ୍ଧାଙ୍କ ଲାଗି ବନ୍ଦ ହେଲା କୋଭିଡ୍ ଟିକାକରଣ ପଞ୍ଜିକରଣ

ନୂଆଦିଲ୍ଲୀ: ଆଉ କରୋନା ଟିକା ପାଇଁ ପଞ୍ଜିକରଣ କରି ପାରିବେନି ସ୍ୱାସ୍ଥ୍ୟକର୍ମୀ ଓ ସମ୍ମୁଖଯୋଦ୍ଧା । ଶନିବାର କେନ୍ଦ୍ର ସରକାର ଏନେଇ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଚିଠି ଲେଖି ଜଣାଇଛନ୍ତି । ନ୍ୟାସନାଲ୍ ଏକ୍ସପୋର୍ଟ ଗ୍ରୁପ୍ ଫର୍ ଭ୍ୟାକ୍ସିନ୍ ଆଡମିନଷ୍ଟ୍ରେସନର ସୁପାରିସ୍ କ୍ରମେ…

ଗଛରେ ପିଟି ହେଲା କୁକୁଡ଼ା ବୋଝେଇ ପିକଅପ୍, ଡ୍ରାଇଭର ମୃତ

କରଞ୍ଜିଆ(ମୟୂରଭଞ୍ଜ): ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ଗଛରେ ପିଟି ହେଲା କୁକୁଡ଼ା ବୋଝେଇ ପିକଅପ୍ । ଦୁର୍ଘଟଣାରେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି । ଗୁରୁତର ହୋଇଛନ୍ତି ହେଲପର୍ । ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ରୋଡ୍ ଚାଇଁବାଇଁଶି ପେଟ୍ରୋଲ ପମ୍ପ ନିକଟରେ ଏହି ଦୁର୍ଘଟଣା ଘଟିଛି ।…