Latest Odisha News

BREAKING NEWS

Yearly Archives

2021

ଓମିକ୍ରନ୍ ଚିନ୍ତା: ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ରାଜ୍ୟରେ କୋଭିଡ୍ ସ୍ଥିତି, କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍ ମୁକାବିଲା ପ୍ରସ୍ତୁତି ଓ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଟିକାକରଣକୁ ତ୍ୱରାନ୍ୱିତ କରିବା, ସବୁ କୋଭିଡ ଚିକିତ୍ସା ବ୍ୟବସ୍ଥାକୁ କ୍ରିୟାଶୀଳ କରିବା ପାଇଁ…

ଓଲଟିଲା OSRTC ବସ୍, କୁହୁଡ଼ିରେ ଦେଖାଗଲାନି ରାସ୍ତା

ଜୟପୁର(କୋରାପୁଟ): କୁହୁଡ଼ିରେ ଦେଖାଗଲାନି ରାସ୍ତା । ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଓଲଟି ପଡ଼ିଲା OSRTC ବସ୍ । ଏଥିରେ ୫ ଜଣ ଆହତ ହୋଇଛନ୍ତି । ବିଶାଖାପାଟଣାରୁ ଉମରକୋଟ ଯାଉଥିବା ବେଳେ କୋରାପୁଟ ଜିଲ୍ଲା ଜୟପୁର ସଦର ଥାନା ଅନ୍ତର୍ଗତ ଉମୁରି ନିକଟରେ ଆଜି ଭୋରରୁ ଏହି ଦୁର୍ଘଟଣା ଘଟିଛି ।…

ସନେଟ : ଶୀତ

ରବି ପଣ୍ଡା ଶୀତ ସହ ମିତ ଏବେ ଗୀତଗାଏ ଜାଡର ପଉଷ ଉତ୍ତରା ପବନ ହୁଏ ଆଉ ଟିକେ ଉଗ୍ର, ଆକ୍ରାମକ ଭୂମି ଭୂମା ଏକାକାର, ଧୂଆଁଳିଆ କୁହୁଡ଼ି ବିଶେଷ ମାୟାଚ୍ଛନ୍ନ ଲାଗେ ସବୁ ପ୍ରକୃତିର ପ୍ରକାଶ କୁହୁକ। ଫୁଲର ଫୁଲେଇ ଶେଯ ଢାଙ୍କିଦିଏ ଚିତ୍ରିତ ଚାଦର ରଙ୍ଗେ ରଙ୍ଗେ ରଙ୍ଗିଣୀର କୋମଳ ଓ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୪୦ ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଗଜାନନ ରୂପକୁ ସ୍ନାନ ମଣ୍ଡପରେ ଦର୍ଶନ କଲେ ମଣିଷର ଜ୍ଞାନର ଉଦୟ ହୁଏ । କାରଣ ଶାସ୍ତ୍ର କହେ "ମହୋଦର ଇତି ଖ୍ୟାତୋ ଜ୍ଞାନ ବ୍ରହ୍ମ ପ୍ରକାଶକ । " ଅର୍ଥାତ…

ଧାରାବାହିକ ଉପନ୍ୟାସ : ଦେବୀ (୨୭)

କାମଦେବ ମହାରଣାଙ୍କ ଧାରାବାହିକ ଉପନ୍ୟାସ “ଦେବୀ” : ଭାଗ ୨୭ ଝର୍କା ଦେଇ ଦିଶୁଥିଲା ତା' ଜୀବନ ପରି ଆକାଶ,ଅଧା ଆଲୁଅ ଅଧା ଅନ୍ଧାର । ବେଳେବେଳେ ପୂର୍ଣ୍ଣ ଆଉ ବେଳେବେଳେ ଶୂନ୍ୟ-ମହାଶୂନ୍ୟ। ମୁହାଣ ଆରପାଖ ଆକାଶ ଏବେ ସିନ୍ଦୂର ବୋଳି ହୋଇସାରିବଣି। ଶେଷଥର ଦେଖା ହୋଇଥିବା ସେ ଅଚିହ୍ନା…

ମିଶନାରିଜ ଅଫ ଚ୍ୟାରିଟିର ଆକାଂଉଟ ଫ୍ରିଜ କରାଯାଇନି: ଗୃହ ମନ୍ତ୍ରଣାଳୟ

କୋଲକାତା: ମିଶନାରିଜ ଅଫ ଚ୍ୟାରିଟର ବ୍ୟାଙ୍କ ଆକାଂଉଟକୁ ଫ୍ରିଜ କରାଯାଇ ନାହିଁ ବୋଲି ଆଜି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ସ୍ପଷ୍ଟ କରିଛି । ସୋମବାର ମଦର ଟେରେସାଙ୍କ ଦ୍ୱାରା ପ୍ରତିଷ୍ଠିତ ଚ୍ୟାରିଟ ବ୍ୟାଙ୍କ ଆକାଂଉଟଗୁଡିକ କେନ୍ଦ୍ର ସରକାର ଅଚଳ କରି ଦେଇଛନ୍ତି ବୋଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ…

କଂଗ୍ରେସର ସଂକଳ୍ପ ସମାବେଶ

ନବରଙ୍ଗପୁର: ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ଶହେ ବର୍ଷ ପୂର୍ତ୍ତି ଉପଲକ୍ଷେ ନବରଙ୍ଗପୁର ନୂଆ ମଣ୍ଡେଇ ପଡ଼ିଆରେ କଂଗ୍ରେସ ପକ୍ଷରୁ ଏକ ସଂକଳ୍ପ ସମାବେଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଜେଏନୟୁ ଛାତ୍ର ସଂସଦର ପୂର୍ବତନ ସଭାପତି କହ୍ନେୟା କୁମାର…

ବିକ୍ରମ ମିଶ୍ରି ହେଲେ ଡେପ୍ୟୁଟି ନ୍ୟାସନାଲ ସିକ୍ୟୁରିଟି ଆଡଭାଇଜର

ନୂଆଦିଲ୍ଲୀ: ବିକ୍ରମ ମିଶ୍ରିଙ୍କୁ ସୋମବାର ଡେପୁଟି ନ୍ୟାଶନାଲ ସିକ୍ୟୁରିଟି ଆଡଭାଇଜର ଭାବେ ନିଯୁକ୍ତ କରାଯାଇଛି । ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କୁ ସେ ସହାୟତା କରିବେ । ୧୯୮୯ ବ୍ୟାଚ ଆଇଏଫଏସ ଅଧିକାରୀ ମିଶ୍ରୀଙ୍କ ଚୀନ ପ୍ରସଙ୍ଗରେ ଭଲ ଅଭିଜ୍ଞତା ରହିଥିବାରୁ ଏହି…

ଆସନ୍ତୁ ଜାଣିବା ସଲମାନଙ୍କୁ ଟାର୍ଗେଟ କରି କିଏ କହିଲେ ସାପ ତା କାମ ଠିକ କରିଥିଲା, ସାମ୍ନା ଲୋକର ବିଷ ଅଧିକ ଥିଲା

ମୁମ୍ବାଇ: ସଲମାନ ଖାଁଙ୍କୁ ସାପ କାମୁଡା ଖବର ବେଶ ଚର୍ଚ୍ଚା ସାଉଁଟିଛି । ପ୍ରଶଂସକମାନେ ଏଥିନେଇ ବ୍ୟସ୍ତ ହୋଇ ପଡିଥିବା ବେଳେ ନିନ୍ଦୁକମାନେ ମନେ ମନେ ଖୁସି ହୋଇଥିଲେ । ଏହା ମଧ୍ୟରେ ଆତ୍ମଘୋଷିତ ସମାଲୋଚକ କମାଲ ଆର ଖାଁ ସୋମବାର ଏ ନେଇ ବିବାଦୀୟ ବୟାନ ଦେଇଛନ୍ତି । ସେ ଟୁଇଟ କରି ସଲମାନଙ୍କ…

ପୋଲିସ ଓ ଏସଟିଏଫ୍ ପଞ୍ଝାରେ ଦୁଇ ବ୍ରାଉନସୁଗର ବେପାରୀ

ପୁରୀ : ପୋଲିସ ପଞ୍ଝାରେ ଧଳା ଜହର ବେପାରୀ । ଏସଟିଏଫ୍ ଓ ତାଳବଣିଆ ପୋଲିସ ଦୁଇ ଜଣ ବ୍ରାଉନସୁଗର ବେପାରୀଙ୍କୁ ଗିରଫ କରିଛି । ଗିରଫ ହୋଇଥିବା ଦୁଇ ଜଣ ବେପାରୀ ହେଲା ପୁରୀ ଜିଲ୍ଲା ଗୋପ ଅଞ୍ଚଳର ସମ୍ପଦ କୁମାର ଦାସ ଓ ବାଲେଶ୍ୱର ଖଣ୍ଟପଡାର କମଳ କିଶୋର ପଣ୍ଡା । ଅଭିଯୁକ୍ତମାନଙ୍କ ଠାରୁ ୧୦୦…