କବିତା : ମେଘମୋହ ଓ ମେଘପକ୍ଷୀର ଗୀତ
ମମତା ବିଶ୍ୱାଳ ପୁହାଣ
ମେଘ ଓ ମାଟିର ପ୍ରେମମୟତାରେ ହିଁ
ବନ୍ଧା ଆକାଶର ସଂସାରିପଣ !!
ପ୍ରଗଳ୍ଭ ହୁଏ ସ୍ବପ୍ନଗୁଚ୍ଛର ଅନ୍ୱେଷ,
ମୋହଜ ଅନୁରାଗରେ ପ୍ରଣୟର
ଛନ୍ଦମୟ ଶବ୍ଦ ସବୁ
ସଂଚରି ଯାଏ ମାଟିର ଛାତିରେ,
ପ୍ରତିଶ୍ରୁତିର ଅସ୍ମିତା ପଲ୍ଲବିତ ହୁଏ।।
ଉଦୁଆଁ ଆକାଶରେ ଧ୍ୱନିମୟ ଏବେ…