Latest Odisha News

BREAKING NEWS

Yearly Archives

2021

ଖୁବଶୀଘ୍ର ଆଫଗାନିସ୍ତାନକୁ ଇସଲାମିକ ଏମିରେଟ୍ ଅଫ୍ ଆଫଗାନିସ୍ତାନ ଭାବେ ଘୋଷଣା କରିବ ତାଲିବାନ

ଆଫଗାନିସ୍ତାନ : ଖୁବଶୀଘ୍ର ଆଫଗାନିସ୍ତାନକୁ ଇସଲାମିକ ଏମିରେଟ୍ ଅଫ୍ ଆଫଗାନିସ୍ତାନ ଭାବେ ଘୋଷଣା କରିବ ତାଲିବାନ । ତାଲିବାନର ଅନ୍ୟତମ କମାଣ୍ଡର ମୁଲ୍ଲା ଅବଦୁଲ ଘନି ବରଦାର ହୋଇପାରନ୍ତି ଦେଶର ନୂଆ ରାଷ୍ଟ୍ରପତି । ତାଲିବାନର ସେ ସହପ୍ରତିଷ୍ଠାତା ଥିଲେ । ବର୍ତ୍ତମାନ ସେ ଏହି ବିଦ୍ରୋହୀ…

ଆଫଗାନିସ୍ତାନ କାବୁଲରେ ବିଗିଡିଲା ସ୍ଥିତି, ବିମାନ ବନ୍ଦରରେ ଫୁଟିଲା ଗୁଳି, ୫ ମୃତ

ଆଫଗାନିସ୍ତାନ : ତାଲିବାନ ହାତକୁ ଯାଇଛି ଆଫଗାନିସ୍ତାନ । ଏହାକୁ ଦଖଲ କରିବା ପରେ କାବୁଲରେ ବିଗିଡିଛି ସ୍ଥିତି । ହମିଦ କାରଜାଇ ଆନ୍ତର୍ଜାତିକ ବିମାନ ବନ୍ଦରରେ ଉତ୍ତ୍ୟକ୍ତ ଲୋକଙ୍କ ଉପରେ ହୋଇଛି ଗୁଳିକାଣ୍ଡ । ପ୍ରବଳ ଗହଳି ପରିଲକ୍ଷିତ ହେବାରୁ ବିମାନ ବନ୍ଦରରେ ଅଚଳାବସ୍ଥା ସୃଷ୍ଟି ହୋଇଛି ।…

ପେଗାସସ ମାମଲା, ଅଭିଯୋଗକୁ ଭିତ୍ତିହୀନ କହିଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ : ପେଗାସସ ଜାସୁସୀ ମାମଲା ବିଭିନ୍ନ କପୋଳକଳ୍ପିତ ତଥ୍ୟ ଉପରେ ଆଧାରିତ ଏବଂ ତଥାକଥିତ ମିଡିଆ ରିପୋର୍ଟ ଅନୁସାରେ ପର୍ଯ୍ୟବେଶିତ । ଏହାର କୌଣସି ଭିତ୍ତି ନାହିଁ । ଏହାର ସତ୍ୟତା ଯାଞ୍ଚ ଲାଗି ଏକ ବିଶେଷଜ୍ଞ କମିଟି ଗଠନ କରାଯିବ ବୋଲି ସୁପ୍ରିମକୋର୍ଟ ନିକଟରେ କହିଛନ୍ତି କେନ୍ଦ୍ର…

ପ୍ରଥମ ରାଜ୍ୟ ଭାବେ ଓଡ଼ିଶାରେ ଆରମ୍ଭ ହେଲା ଶିଶୁଙ୍କ କରୋନା ସଂକ୍ରମଣର ମ୍ୟାପିଙ୍ଗ

ଭୁବନେଶ୍ବର : ରାଜ୍ୟରେ ନିୟନ୍ତ୍ରଣକୁ ଆସୁଛି ମହାମାରୀ କରୋନା । ସ୍ଥିତି ସୁଧୁରୁଥିବା ବେଳେ, ଏବେ ଚିନ୍ତା ବଢ଼ାଇଲାଣି ଶିଶୁଙ୍କ ସଂକ୍ରମଣ । ଗତ ୨୪ ଘଣ୍ଟାରେ ଶୂନରୁ ୧୮ ବର୍ଷ ମଧ୍ୟରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୧୦୪ ଜଣ ଆକ୍ରାନ୍ତ । ତେବେ ଏସବୁକୁ ନଜରରେ ରଖି ଦେଶର ପ୍ରଥମ ରାଜ୍ୟ ଭାବେ…

ପ୍ରଦୂଷିତ ଅଞ୍ଚଳରେ ନିୟମିତ ବ୍ୟାୟାମ ମୃତ୍ୟୁର ଆଶଙ୍କା କମାଇପାରେ

ନୂଆଦିଲ୍ଲୀ: ନୂତନ ଗବେଷଣା ଅନୁଯାୟୀ, ପ୍ରଦୂଷିତ ଅଞ୍ଚଳରେ ନିୟମିତ ବ୍ୟାୟାମ ମୃତ୍ୟୁ ଆଶାଙ୍କାକୁ କମ୍‌ କରିପାରେ। 'କାନାଡିୟାନ୍‌ ମେଡିକାଲ୍ ଆସୋସିଏସନ୍ ଜର୍ନାଲ୍'ରେ ଏହି ତଥ୍ୟ ପ୍ରକାଶ ପାଇଛି। ରିପୋର୍ଟ ଅନୁଯାୟୀ ନିୟମିତ ବ୍ୟାୟାମ ଅଭ୍ୟାସ ବାୟୁ ପ୍ରଦୂଷଣର ସଂସ୍ପର୍ଶରେ ଆସିଲେ ମଧ୍ୟ…

୨୦ରେ ମାଲକାନଗିରି ଯିବେ ମୁଖ୍ୟମନ୍ତ୍ରୀ, ବାଣ୍ଟିବେ ବିଏସକେଓ୍ବାଇ ସ୍ମାର୍ଟ ହେଲ୍‌ଥ କାର୍ଡ

ଭୁବନେଶ୍ବର : ନୂତନ ରୂପରେ ଶୁଭାରମ୍ଭ ହୋଇଛି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା । ଏଡି ଯୋଜନାରେ ସ୍ମାର୍ଟ କାର୍ଡ ସେବାର ଶୁଭାରମ୍ଭ ମୁଖ୍ୟମନ୍ତ୍ରୀ କରିଛନ୍ତି । ଏହି କାର୍ଡ ବଣ୍ଟନ ପାଇଁ ଆସନ୍ତା ଆସନ୍ତା ୨୦ ତାରିଖରୁ ଜିଲ୍ଲା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ । ପ୍ରଥମ ପର୍ଯ୍ୟାୟରେ…

ଆନ୍ଧ୍ରକୁ ଜବାବ ଦେବାକୁ କୋଟିଆରେ ସର୍ବଦଳୀୟ ବିଧାୟକ ଏକଜୁଟ

କୋରାପୁଟ : ତୁଟିବ କୋଟିଆ କଳି । ବିବାଦର ସମାଧାନ ପାଇଁ ଦଳମତ ନିର୍ବିଶେଷରେ କୋଟିଆରେ ପହଞ୍ଚିଛନ୍ତି ବିଜେଡି, ବିଜେପି ଓ କଂଗ୍ରେସ ନେତା । ଓଡ଼ିଶା ମାଟିର ଇଞ୍ଚେ ଜମି ଆନ୍ଧ୍ରକୁ ଦିଆଯିବ ନାହିଁ ବୋଲି ସବୁ ଦଳର ନେତା କହିଛନ୍ତି । ଆଜି ସାଲୁର ବିଧାୟକ ବିଡିକା ରାଜନ ଦୋରା କୋଟିଆ ଆସିବାର…

ୱାନଫିଟ୍ ପ୍ଲସ୍‌ର ବ୍ରାଣ୍ଡ୍‌ ଆମ୍ବାସାଡର ହେଲେ କିଆରା ଓ ସିଦ୍ଧାର୍ଥ

ନୂଆଦିଲ୍ଲୀ: ଫିଟନେସ୍ ଷ୍ଟାର୍ଟଅପ୍ ୱାନଫିଟ୍ ପ୍ଲସ୍ ସୋମବାର ଅଭିନେତ୍ରୀ କିଆରା ଆଡଭାନି ଏବଂ ଅଭିନେତା ସିଦ୍ଧାର୍ଥ ମଲହୋତ୍ରାଙ୍କୁ ଏହାର ବ୍ରାଣ୍ଡ୍‌ ଆମ୍ବାସାଡର ଭାବରେ ନିଯୁକ୍ତ କରିଛି। ଏହି କମ୍ପାନୀ ପ୍ରଥମ ଥର ପାଇଁ ବଲିଉଡ୍‌ ସେଲିବ୍ରିଟିଙ୍କୁ ବ୍ରାର୍ଡ୍‌ ଆମ୍ବାସାଡାର ଭାବେ ନିଯୁକ୍ତି…

ଆଫଗାନିସ୍ତାନ ମହିଳାଙ୍କୁ ନେଇ ଚିନ୍ତାରେ ରିୟା

ମୁମ୍ବାଇ: ଏବେ ତାଲିବାନ କବ୍‌ଜାରେ ଆଫଗାନିସ୍ତାନ। ଆଫଗାନିସ୍ତାନରେ ବିନାଶର ଦୃଶ୍ୟ ଦେଖିବାକୁ ମିଳୁଛି। ଆଫ୍‌ଗାନିସ୍ତାନର ଯେଉଁ ବିକଳ ଚିତ୍ର ଏବଂ ଭିଡିଓଗୁଡ଼ିକ ସାମ୍ନାକୁ ଆସିୁଛି ତାହା ପ୍ରକୃତରେ ଭୟଙ୍କର। ଯାହା ଏବେ ସମଗ୍ର ବିଶ୍ବ ପାଇଁ ଚିନ୍ତାର ବିଷୟ ପାଲଟିଛି। ଆଫଗାନିସ୍ତାନର…

ତାଲିବାନ ସହ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ଚାହୁଁଛି ଚୀନ୍‌

ନୂଆଦିଲ୍ଲୀ: ତାଲିବାନ ଆଫଗାନିସ୍ତାନ ଦଖଲ କରିବା ପରେ ଅଧିକାଂଶ ଦେଶ କାବୁଲରେ ଥିବା ଦୂତାବାସ ବନ୍ଦ କରି ନିଜ ନାଗରିକଙ୍କୁ ଫେରାଇ ନେବାରେର ବ୍ୟସ୍ତ ଥିବାବେଳେ ଚୀନ୍ ବିଦ୍ରୋହୀ ଗୋଷ୍ଠୀ ସହ ବନ୍ଧୁତା ଘୋଷଣା କରିଛି। ତାଲିବାନ ସହ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ବିକାଶ କରିବାକୁ ଚାହୁଁଛି ବୋଲି…