Latest Odisha News

BREAKING NEWS

Yearly Archives

2021

କୋଭାକ୍ସିନ୍‌ର ୪ ନିୟୁତ ଡୋଜ ଆମଦାନୀକୁ ସ୍ଥଗିତ ରଖିଲା ବ୍ରାଜିଲ୍‌

ନୂଆଦିଲ୍ଲୀ: ଭରତ ବାୟୋଟେକ୍‌ କୋଭିଡ୍‌ ଟିକା କୋଭାକ୍ସିନ୍‌ର ପ୍ରସ୍ତାବିତ କ୍ଲିନିକାଲ୍ ପରୀକ୍ଷା ଏବଂ ଜରୁରୀକାଳୀନ ବ୍ୟବହାର ପ୍ରାଧିକରଣ ପାଇଁ ଅନୁରୋଧ ସ୍ଥଗିତ ରଖିବା ପରେ ବ୍ରାଜିଲ ବର୍ତ୍ତମାନ କୋଭାକ୍ସିନ୍‌ର ୪ ନିୟୁତ ଡୋଜ ଆମଦାନୀ କରିବା ନିଷ୍ପତ୍ତିକୁ ସ୍ଥଗିତ ରଖିଛି। ବ୍ରାଜିଲର…

ଫିଲ୍ମ ‘ରଙ୍ଗ୍‌ ଦେ ବସନ୍ତୀ’ ବିଳମ୍ବ ପାଇଁ ୮ କୋଟି ଦାବି କରିଥିଲେ ଅମୀର

ନୂଆଦିଲ୍ଲୀ: ନିକଟରେ ରାକେଶ ଓମପ୍ରକାଶ ମେହେରା ତାଙ୍କ ଆତ୍ମଜୀବନୀ ‘ଦ ଷ୍ଟ୍ରେଞ୍ଜର୍‌ ଇନ୍‌  ଦ ମିରର୍‌’ ମୁକ୍ତିଲାଭ କରିଥିଲା। ରିତା ରାମମୂର୍ତ୍ତି ଗୁପ୍ତାଙ୍କ ସହ-ଲିଖିତ ଏହି ପୁସ୍ତକରେ ଚଳଚ୍ଚିତ୍ର ନିର୍ମାତା ତାଙ୍କ ଚଳଚ୍ଚିତ୍ର ଏବଂ ଜୀବନ ବିଷୟରେ ଅନେକ ଖୁଲାସା କରିଥିଲେ। ଏଥିରେ ସେ ଆଉ…

ରାଜ କୁନ୍ଦ୍ରାଙ୍କ ବିରୋଧରେ ସେକ୍ସୁଆଲ ମିସକଣ୍ଡକ୍ଟ ଅଭିଯୋଗ ଆଣିଲେ ଶାର୍ଲିନ

ମୁମ୍ବାଇ: ରାଜ କୁନ୍ଦ୍ର ପର୍ଣ୍ଣଗ୍ରାଫି ମାମଲାରେ ମଡେଲର ଶାର୍ଲିନ ଚୋପ୍ରା ମୁମ୍ବାଇ କ୍ରାଇମ ବ୍ରାଂଚ ସମ୍ମୁଖରେ ହାଜର ହୋଇଛନ୍ତି । ରାଜଙ୍କ ବିରୋଧରେ ଶାର୍ଲିନ ସେକ୍ସୁଆଲ ମିସକଣ୍ଡକ୍ଟ ପରି ଗୁରୁତ୍ୱପୂର୍ଣ୍ଣ ଅଭିଯୋଗ ଆଣିଛନ୍ତି । ପୂର୍ବରୁ ଏ ନେଇ ସେ ୨୦୨୧ରେ ରାଜଙ୍କ ବିରୋଧରେ କେସ କରିଥିଲେ…

୧୩୨ ଦେଶକୁ ବ୍ୟାପିଲାଣି ଡେଲ୍‌ଟା ପ୍ରଜାତି

ଜେନେଭା: ୧୩୨ ଦେଶକୁ ବ୍ୟାପିଲାଣି କୋଭିଡ୍‌ ପ୍ରମୁଖ ପ୍ରଜାତି ଡେଲ୍‌ଟା। ଗତ ସପ୍ତାହରେ ସମଗ୍ର ବିଶ୍ବରେ କୋଭିଡ୍‌ ମାମଲା ରିପୋର୍ଟ ୩.୮ ନିୟୁତରୁ ଅଧିକ ଥିଲା। ଯାହା ପୂର୍ବ ସପ୍ତାହ ତୁଳନାରେ ୮% ବୃଦ୍ଧି ହୋଇଛି ବୋଲି ଜାତିସଂଘ ସ୍ୱାସ୍ଥ୍ୟ ଏଜେନ୍ସି ବୁଧବାର ରିପୋର୍ଟ କରିଛି। ବିଶ୍ୱ…

୨ଟି ଗେଟ୍‌ ବନ୍ଦ କଲା ହୀରାକୁଦ ଡ୍ୟାମ

ସମ୍ବଲପୁର: ମହାନଦୀର ଉପରମୁଣ୍ଡରେ କମ୍ ବର୍ଷା ହେବା ପରେ ହୀରାକୁଦ ଡ୍ୟାମର କର୍ତ୍ତୃପକ୍ଷ ଗୁରୁବାର ଦୁଇଟି ସ୍ଲୁଇସ୍ ଗେଟ୍‌କୁ ବନ୍ଦ କରି ଦେଇଛନ୍ତି। ବର୍ତ୍ତମାନ ବନ୍ୟା ଜଳ ଛାଡିବା ପାଇଁ ୧୨ ଟି ଫାଟକ ଖୋଲା ଅଛି। ଜଳଭଣ୍ଡାରରେ ବନ୍ୟା ଜଳର ପ୍ରବାହ ୧.୭୯୯ ଲକ୍ଷ କ୍ୟୁସେକ୍ ହୋଇଥିବାବେଳେ…

ବ୍ୟାଡମିଂଟନରେ ସିନ୍ଧୁ, ବକ୍ସିଂରେ ସତୀଶ କ୍ୱାର୍ଟରରେ

ଟୋକିଓ: ଟୋକିଓ ଅଲିମ୍ପିକ୍ସରେ ଆଜି ଭାରତୀୟ ଆଥଲେଟ ଜବରଦସ୍ତ ପ୍ରଦର୍ଶନ ଜାରୀ ରଖିଛନ୍ତି । ବ୍ୟାଡମିଂଟନରେ ଭାରତର ଷ୍ଟାର ଖେଳାଳି ପିଭି ସିନ୍ଧୁ ମହିଳା ସିଙ୍ଗଲ୍ସ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି । ସେ ପ୍ରି-କ୍ୱାର୍ଟର ମୁକାବିଲାରେ ଡେନମାର୍କର ମିୟା ବ୍ଲିଚଫେଲ୍ଟଙ୍କୁ ୨୧-୧୫,…

କେରଳରେ କରୋନା ସ୍ଥିତି ଉଦ୍‌ବେଗଜନକ

ନୂଆଦିଲ୍ଲୀ: କେରଳରେ କ‌ୋଭିଡ୍‌ ସ୍ଥିତି ଉଦ୍‌ବେଗଜନକ। ଦେଶରେ ଅଧା ମାମଲା କେରଳରୁ ଆସୁଥିବାରୁ ଏହା ଏବେ ଚିନ୍ତାର ବିଷୟ ହୋଇଛି। ରାଜ୍ୟରେ କରୋନା ମାମଲା ବୃଦ୍ଧି ହେତୁ ୩୧ ଜୁଲାଇ ଏବଂ ୧ ଅଗଷ୍ଟରେ କେରଳରେ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ କରାଯିବା ନେଇ ସରକାର ଘୋଷଣା କରିଛନ୍ତି। ନ୍ୟାସନାଲ…

ଅଲିମ୍ପିକ୍ସ: ୩୭ ବର୍ଷ ପରେ ଗ୍ରୁପ ଷ୍ଟେଜରେ ୩ ମ୍ୟାଚ ଜିତିଲେ ଭାରତୀୟ ହକି ଟିମ୍‌

ଟୋକିଓ: ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ଖେଳାଳି ଲୟକୁ ଫେରିଛନ୍ତି । ଗୁରୁବାର ଏକ ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ଭାରତୀୟ ହକି ଦଳ ଅଲିମ୍ପିକ ଚାମ୍ପିୟନ ଆର୍ଜେଂଟିନାକୁ ୩-୧ରେ ପରାସ୍ତ କରି କ୍ୱାର୍ଟର ଫାଇନାଲରେ ପ୍ରବେଶ କରିିଛି । ଦୀର୍ଘ ୩୭ ବର୍ଷ ପରେ ଅଲିମ୍ପିକ୍ସରେ ଭାରତ ଗ୍ରୁପ ଷ୍ଟେଜରେ…

ଏବେ ବି ରେଡ୍‌ ଲିଷ୍ଟରେ ଭାରତ; ଭାରତୀୟ ଯାତ୍ରୀଙ୍କ ପାଇଁ କୋହଳ ହେବନି ନିୟମ

ନୂଆଦିଲ୍ଲୀ: ୟୁଏସ୍‌ ଏବଂ ୟୁରୋପୀୟ ୟୁନିଅନ୍ (ଇୟୁ) ଦେଶଗୁଡିକର ସମ୍ପୂର୍ଣ୍ଣ ଟିକାକୃତ ଯାତ୍ରୀମାନେ ଇଂଲଣ୍ଡରେ ପହଞ୍ଚିବା ପରେ ୧୦ ଦିନିଆ ବାଧ୍ୟତାମୂଳକ ସଙ୍ଗରୋଧରୁ ଦୂରେଇ ରହିପାରିବେ। କିନ୍ତୁ ଭାରତରୁ ଯାଉଥିବା ଯାତ୍ରୀମାନଙ୍କ ପାଇଁ ଏହି ନିୟମ ଲାଗୁ ହେବ ନାହିଁ। ଭାରତ ଏବେ ବି ରେଡ୍‌…

ଟିଭିରୁ ବିଦାୟ ନେବେ ଆଦିତ୍ୟ

ନୂଆଦିଲ୍ଲୀ: ଭାରତୀୟ ସିଙ୍ଗର୍‌ ତଥା ଇଣ୍ଡିଆନ୍ ଆଇଡଲ୍ ୧୨ର ଉପସ୍ଥାପକ ଆଦିତ୍ୟ ନାରାୟଣ ୨୦୨୨ ମସିହାରେ ଟେଲିଭିଜନରୁ ବିରତି ନେବେ ବୋଲି କହିଛନ୍ତି। ସେ ଏଥିରୁ ବିରତି ଦନଇ ସଙ୍ଗୀତ କ୍ୟାରିୟରକୁ ପ୍ରତି ଧ୍ୟାନ ଦେବେ ବୋଲି ସେ କହିଛନ୍ତି। ସଙ୍ଗୀତ ତାଙ୍କର ପ୍ରଥମ ପ୍ରେମ ବୋଲି କହିଛନ୍ତି…