Latest Odisha News

BREAKING NEWS

Yearly Archives

2021

କରୋନା ମୃତ୍ୟୁରେ ଲାଗୁନି ବ୍ରେକ୍: ଆଜି ଓଡ଼ିଶାରେ ୪୬ ମୃତ

ଭୁବନେଶ୍ୱର: ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟାରେ ବ୍ରେକ ଲାଗି ପାରୁନି । କାଲି କମିବା ପରେ ଆଜି ପୁଣି ଥରେ ବଢ଼ିଛି । ୨୪ ଘଣ୍ଟାରେ ରାଜ୍ୟରୁ କରୋନା ନେଇଛି ଆଉ ୪୬ ଆକ୍ରାନ୍ତଙ୍କ ଜୀବନ । ଗତକାଲି ଏହି ସଂଖ୍ୟା ଥିଲା ୩୮ । ଆଜି ୧୫ ଜିଲ୍ଲାରୁ ସଂକ୍ରମିତ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ…

କାଲି କମିଥିଲା, ଆଜି ବଢ଼ିଲା: ଆଜି ରାଜ୍ୟରୁ ୩୪୫୬ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: କାଲି ୩ ହଜାର ତଳକୁ ହ୍ରାସ ପାଇଥିଲା କରୋନା ସଂକ୍ରମଣ । ଆଜି ପୁଣି ଥରେ ତିନି ହଜାର ପାର କରିଛି । ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୩ହଜାର ୪୫୬ ନୂଆ ଆକ୍ରାନ୍ତ । କ୍ୱାରେଣ୍ଟାଇନରୁ ୧୯ଶହ ୭୩ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୧୪ଶହ ୮୩ । ଖୋର୍ଦ୍ଧାରୁ ସର୍ବାଧିକ ୪୯୯…

ବିଚାରଧୀନ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ

ବାଲେଶ୍ୱର: ସୋର ଉପକାରାଗାରେ ଜଣେ ବିଚାରଧୀନ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି । ତାଙ୍କ ନାଁ କମଳାକାନ୍ତ ବାରିକ । ତାଙ୍କ ଶରୀରରେ କ୍ଷତ ଚିହ୍ନ ରହିଛି । ଗତକାଲି ବିଳମ୍ବିତ ରାତିରେ କମଳାକାନ୍ତଙ୍କୁ ସୋର ହସ୍ପିଟାଲ ଆଣିଥିଲେ ଜେଲ୍ କର୍ତ୍ତୃପକ୍ଷ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା…

ଭୁବନେଶ୍ୱର ଓ କଟକରେ ନିର୍ଧୁମ ବର୍ଷିଲା, ବିଭିନ୍ନ ସ୍ଥାନରେ ଜଳବନ୍ଦୀ ଅବସ୍ଥା

ଭୁବନେଶ୍ୱର: ଟୁଇନ୍ ସିଟିରେ ୨-୩ ଘଣ୍ଟା ଅବିଶ୍ରାନ୍ତ ବର୍ଷା । ଭୁବନେଶ୍ୱର ଓ କଟକରେ ଭୋରରୁ ପ୍ରବଳ ବର୍ଷା ହୋଇଛି । ଲଗାଣ ବର୍ଷାରେ ଭୁବନେଶ୍ୱର ହାଲ୍ ବେହାଲ୍ ହୋଇଛି । ଏମିତି ବର୍ଷା ହେଉଥିବା ଯେ ରାସ୍ତାଘାଟ ଦେଖା ଯାଉ ନଥିଲା । ବିଭିନ୍ନ ସ୍ଥାନରେ ରାସ୍ତାରେ ଲହଡ଼ି ଭାଙ୍ଗୁଛି ବର୍ଷା ପାଣି…

ଆଗାମୀ ୩ ଘଣ୍ଟା ଓଡ଼ିଶାର ଏସବୁ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା

ଭୁବନେଶ୍ୱର: ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରଭାବର ବର୍ଷା ଲାଗି ରହିଛି । ଆସନ୍ତା ୨୬ ତାରିଖ ଯାଏ ବର୍ଷା ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଉତ୍ତର ପଞ୍ଜାବରୁ ହରିୟାଣା, ଉତ୍ତରପ୍ରଦେଶ, ବିହାର, ଝାଡ଼ଖଣ୍ଡ ଓ ଗାଙ୍ଗେୟ ପଶ୍ଚିମବଙ୍ଗ ଉପତ୍ୟକା ମଧ୍ୟ ଦେଇ ଉତ୍ତରପୂର୍ବ…

ବ୍ୟଙ୍ଗ : ବିବାହ ବାର୍ଷିକୀ ଦିବସ

ଓଁ ଅଭିଜ୍ଞାନ ସାହୁ  ଏ ବିବାହ ବାର୍ଷିକୀ ଦିବସଟା ଗୋଟେ ବଡ଼ ବିଚିତ୍ର ଦିବସ । ବିଶେଷକରି ଫେସବୁକ ଆଉ ହ୍ଵାଟ୍ସଆପର ବହୁଳ ପ୍ରସାର ପରେ ଯେଉଁ ସବୁ ଉଛୁଳା ପ୍ରେମର ଏକ ନୂତନ ସାହିତ୍ୟ ଧାରା ଆରମ୍ଭ ହୋଇଛି, ତାକୁ ଦେଖି ବେଳେ ବେଳେ ଆଖି ତରାଟି ହୋଇ ଯାଉଛି । ମୋର ଗୋଟେ ଫେସବୁକ ସାଙ୍ଗ ।…

କବିତା : ରବର

ଗଦାଧର ସାହୁ ଲିଭେଇ ଚାଲିଛି ଯେତେ ଭୁଲ୍ ଭାଲ୍ ଠିକ୍ ଠାକ୍ କରିବାକୁ, ଆଉ କେତେ ଅଛି କହିଦିଅ ଥରେ ଲିଭେଇ ଦେବି ମୁଁ ସବୁ। ଲିଭେଇ ଲିଭେଇ ସରି ମୁଁ ଯାଉଛି ନ ସରୁଛି ତୁମ ଭୁଲ୍, ସେହି ଭୁଲ୍ ପାଇଁ କେତେ ଗାଳି ମାଡ ତଥାପି ବି କର ଭୁଲ୍ ।

ଜାଣନ୍ତୁ,କେମିତି କଟିବ ଆଜିର ଦିନ

ଆଜିର ରାଶିଫଳ ତା ୨୩-୬-୨୦୨୧ ବୁଧବାର ଜ୍ୟୋତିର୍ବିଦ ନିରଞ୍ଜନ ମହାପାତ୍ର ଆଜି ଦିନର ମହତ୍ତ୍ଵ ଆଜି ୨୦୨୧ ମସିହା ଜୁନ ତା ୨୩ ରିଖ ବୁଧବାର ମିଥୁନ ୧୦ ଦିନ ଜ୍ୟେଷ୍ଠ ମାସ ଶୁକ୍ଳ ପକ୍ଷ ଚତୁର୍ଦ୍ଦଶୀ ତିଥି ଅନୁରାଧା ନକ୍ଷତ୍ର ବିଛା ଚନ୍ଦ୍ର ଘାତ ବାର-: କର୍କଟ ରାଶିର ଘାତ ଚନ୍ଦ୍ର-:…

ସରକାରଙ୍କ ହୋଟେଲ ପ୍ରକଳ୍ପ ଦରଦ, ନେବେ ଭୁବନେଶ୍ବର ସ୍ଥିତ ଜାତୀୟ ଗବେଷଣା ପ୍ରତିଷ୍ଠାନର ଜମି

ଭୁବନେଶ୍ବର : odishabytes.comର ଖୁଲାସାର କିଛି ସପ୍ତାହ ପରେ ଆଇଏଏସ ଅଫିସର୍ସ ଆସୋସିଏସନ ଲାଗି ଏକ ସ୍କୁଲର ଖେଳ ପଡିଆର କିଛି ଅଂଶକୁ ଦେବା ନିଷ୍ପତ୍ତିରୁ ସରକାର ଓହରିଛନ୍ତି । କିନ୍ତୁ ସେପଟେ ଏକ ପ୍ରମୁଖ ଗବେଷଣା ପ୍ରତିଷ୍ଠାନର ଜମିକୁ ଏକ କନଭେନସନ ଓ ହୋଟେଲ କମ୍ପ୍ଲେକ୍ସ ପ୍ରତିଷ୍ଠା କରିବା…

ସମୁଦ୍ରରୁ ୧୯ଟି ବିରଳ ମାଛ ଉଦ୍ଧାର

ପାରାଦ୍ଵୀପ: ପାରାଦ୍ଵୀପ ସମୁଦ୍ରରୁ ଧରାପଡ଼ିଛନ୍ତି ବିରଳ ମାଛ । ୧୯ ଟି ବିରଳ ତେଲିଆ ବୋରେହି ମାଛରେ ୪ଟି ମାଛର ଓଜନ ୩୦ କିଲୋ ଲେଖାଏଁ ୧୨୦ କିଲୋଥିବା ବେଳେ ଅନ୍ୟ ମାଛ ଗୁଡ଼ିକର ଓଜନ ଗୋଟିକ ୨୦ ରୁ ୨୨ କିଲୋ ରହିଥିଲା। । ଏ ସମସ୍ତ ମାଛକୁ ଜଣେ ବ୍ୟବସାୟୀ ୧୮ ଲକ୍ଷ ୬୫ ହଜାରରେ କ୍ରୟ କରି…