Latest Odisha News

BREAKING NEWS

Yearly Archives

2022

ଚାଷୀ ପ୍ରସଙ୍ଗକୁ ନେଇ ହଟ୍ଟଗୋଳ, ସାଢେ ୧୧ଟା ଯାଏଁ ଗୃହ ମୁଲତବୀ

ଭୁବନେଶ୍ୱର: ଆଜି ବିଧାନସଭା ଶୀତକାଳୀନ ଅଧିବେଶନର ଦ୍ୱିତୀୟ ଦିନରେ ବି ଗୃହରେ ସରକାରଙ୍କୁ ଘେରିଛନ୍ତି ବିରୋଧୀ । ୧୧ଟା ୩୦ ମିନିଟ ପର୍ଯ୍ୟନ୍ତ ଗୃହ ମୁଲତବୀ ରହିଛି । ଚାଷୀ ପ୍ରସଙ୍ଗ ନେଇ ମୁହାଁମୁହିଁ ହୋଇଥିଲେ ଶାସକ ଓ ବିରୋଧୀ । ଗୃହ ମଧ୍ୟରେ ପ୍ରବଳ ହଟ୍ଟଗୋଳ କରିବାରୁ ବାଚସ୍ପତି ବିକ୍ରମ…

ଜଳିଗଲା ଝିଅ ବାହାଘରର ସବୁ ଫର୍ଣ୍ଣିଚର ଓ ଇଲୋକ୍ଟ୍ରୋନିକ୍ସ ସାମଗ୍ରୀ

କାମାକ୍ଷାନଗର: ଝିଅ ବାହାଘର ପାଇଁ ଏକଜୁଟ କରିଥିଲେ ଫର୍ଣ୍ଣିଚର ଓ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ । କିନ୍ତୁ ନିଆଁର ଲେଲିହାନରେ ସବୁ ଜଳି ଛାରଖାର ହୋଇଗଲା । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ବାଙ୍ଗୁରା ଗାଁର ବାବୁଲି ଦିଆଣି ସର୍ବସ୍ୱାନ୍ତ ହୋଇଛନ୍ତି । ରାତିରେ ଶୋଇଥିବାବେଳେ କୌଣସି…

ଓଡ଼ିଶା ପାଳୁଛି ହକି ଲିଜେଣ୍ଡ୍ ଦିଲ୍ଲୀପ ତିର୍କୀଙ୍କ ଜନ୍ମଦିନ

ଭୁବନେଶ୍ୱର : ଓଡ଼ିଶା ପାଳୁଛି ହକି ଲିଜେଣ୍ଡ ଡ. ଦିଲ୍ଲୀପ ତିର୍କୀଙ୍କ ଜନ୍ମଦିନ । ତାଙ୍କ ଜନ୍ମ ଦିନ ପାଇଁ ରାଜଧାନୀ ଭୁବନେଶ୍ୱର ସମେତ ଜନ୍ମମାଟି ସୁନ୍ଦରଗଡ ଓ ଅନ୍ୟାନ୍ୟ ସ୍ଥାନରେ ଅନେକ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି ହକି ପ୍ରେମୀ  । ତାଙ୍କ ଉଦ୍ଦେଶ୍ୟରେ ଭୁବନେଶ୍ୱରରେ ଏକ ଫଟୋ ସମ୍ମିଳନୀର…

‘ନାଗଫାଶ’ କେଳେଙ୍କାରୀକୁ ନେଇ ଆଜି ବି ଗୃହ ହୋଇପାରେ ହୁଲୁସ୍ତୁଲ

ଭୁବନେଶ୍ୱର : ବିଧାନସଭା ଶୀତକାଳୀନ ଅଧିବେଶନର ଆଜି ଦ୍ୱିତୀୟ ଦିନ । ନାଗ ଦମ୍ପତ୍ତିଙ୍କ କଳା କାରନାମା ନେଇ ପ୍ରଥମ ଦିନରେ ଗୃହ ବାରମ୍ବାର ମୁଲତବୀ ରହିଥିଲା । ଆରମ୍ଭରୁ ଭଟ୍ଟା ପଡିଥିବା ବେଳେ ଆଜି ବି ଗୃହରେ ପୁଣି ନାଗ ଝଡ଼ ଉଠିପାରେ । ଅର୍ଚ୍ଚନା ନାଗଙ୍କ ବ୍ଲାକମନି, ମନି ଲଣ୍ଡରିଂ ମାମଲାରେ…

ଅର୍ଚ୍ଚନା-ଶ୍ରଦ୍ଧାଞ୍ଜଳିକୁ ମୁହାଁମୁହିଁ ଜେରା କରିବ ଇଡ଼ି !

ଭୁବନେଶ୍ୱର: ଇଡି ନୋଟିସ କରିଥିବା ୧୨ ଜଣଙ୍କ ମଧ୍ୟରୁ ଅଦ୍ୟାବଧି ତିନି ଜଣ ହାଜର ହୋଇ ଇଡି ଜେରାର ସମ୍ମୁଖୀନ ହୋଇଛନ୍ତି। ଏବେ ଆଗକୁ କିଏ ଇଡି ଅଫିସରେ ଆସି ଜେରାର ସମ୍ମୁଖୀନ ହେବେ ସେ ନେଇ ପ୍ରଶ୍ନ ଉଠିଥିବା ବେଳେ ଏବେ ଏହି ଘଟଣାର ମୁଖ୍ୟ ଚରିତ୍ର କୁହାଯାଉଥିବା ଅର୍ଚ୍ଚନା ନାଗ ଏବଂ…

ଉତ୍କଳ ବିଶ୍ୱବିଦ୍ୟାଳୟରେ ‘ପ୍ରଫେସର ସୂର୍ଯ୍ୟକାନ୍ତ ଦାସ ସ୍ମାରକୀ’ ବକୃତା

ଭୁବନେଶ୍ୱର : ସ୍ନାତକୋତ୍ତର ବାଣିଜ୍ୟ ବିଭାଗ, ଉତ୍କଳ ବିଶ୍ୱବିଦ୍ୟାଳୟ ଏବଂ ସୂର୍ଯ୍ୟକାନ୍ତ ଦାସ ସ୍ମୃତି ସଂସଦ ମିଳିତ ଆନୁକୁଲ୍ୟରେ ୧୯ତମ 'ପ୍ରଫେସର ସୂର୍ଯ୍ୟକାନ୍ତ ଦାସ ସ୍ମାରକୀ ବକୃତା' ଅନୁଷ୍ଠିତ ହୋଇଯାଇଛି। ପ୍ରଫେସର ଦାସ ଆମେରିକାରେ ନିଜର ଉଚ୍ଚ ଶିକ୍ଷା ସମାପ୍ତ କରି ୧୯୬୨ ମସିହାରେ…

ଯୌନ ଶୋଷଣର ବିଲୋପ ପାଇଁ ଅଭିଭାବକମାନେ ପିଲାଙ୍କ କଥା ଶୁଣିବା ଦରକାର

ଭୁବନେଶ୍ୱର : ପିଲାମାନଙ୍କ ଉପରେ ହେଉଥିବା ଯୌନ ନିର୍ଯ୍ୟାତନା ଓ ଶୋଷଣକୁ ସବୁସ୍ତରରେ ବିଲୋପ କରିବାକୁ ହେବ । ନଚେତ ଏହା ଏକ ବ୍ୟାଧି ଭାବରେ ବ୍ୟାପିବା ସହ ଆଗାମୀ ପୀଢିକୁଏହା ଆକ୍ରାନ୍ତ କରିବ । ଯୌନ ଶୋଷଣକୁ ବିଲୋପ ପାଇଁ ପିଲାଙ୍କଠାରୁ ଆରମ୍ଭ କରି ଅଭିଭାବକ, ସରକାରୀ ଓ ବେସରକାରୀସ୍ତରରେ…

“ଥିଲେ ଦିଅ, ନଥିଲେ ନିଅ” ‘ଉଡ୍ର’ ପକ୍ଷରୁ ଶୀତବସ୍ତ୍ର ବଂଟନ

କୋରେଇ: “ଥିଲେ ଦିଅ, ନଥିଲେ ନିଅ” ଆନ୍ଦୋଳନର ପ୍ରବର୍ତକ ବିଶିଷ୍ଟ ସାହିତ୍ୟିକ, ସମାଜସେବୀ, ଶ୍ରମିକ ନେତା  ମାୟାଧର ନାୟକଙ୍କ ଶୀତ ଅଭିଯାନରେ ଅନୁପ୍ରାଣିତ ହୋଇ ‘ଉଡ୍ର’ ଚାରିଟେବୁଲ ଟ୍ରଷ୍ଟ ତରଫରୁ ଚଳିତ ବର୍ଷ ପୁରୁଣା ବସ୍ତ୍ର ଏବଂ ନୂତନ ବସ୍ତ୍ର ସଂଗ୍ରହ ଅଭିଯାନ ୨୪ ତାରିଖ ଅପରାହ୍ନରେ…

ଦୁର୍ବ୍ୟବହାର ପ୍ରତିବାଦରେ ଭଦ୍ରକ ପୌରପାଳିକା କର୍ମଚାରୀଙ୍କ କଲମ ଛାଡ ଆନ୍ଦୋଳନ

ଭଦ୍ରକ (ଲାଲା ପ୍ରମୋଦ ରାୟ): ଭଦ୍ରକ ପୌରପାଳିକାର ଜଣେ ବରିଷ୍ଠ କର୍ମଚାରୀଙ୍କୁ କିଛି ଦୁର୍ବୃତ୍ତ ଦୁର୍ବ୍ୟବହାର କରିବା ପରେ ଗୁରୁବାର ପୌରପାଳିକା କର୍ମଚାରୀମାନେ କଲମଛାଡ଼ ଆନ୍ଦୋଳନ କରିବା ସହ ପୌରପାଳିକା କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ। କିଛି ମହିଳା କର୍ମଚାରୀଙ୍କ ସମେତ…

ରାଜଧାନୀରେ ଖୋଲିଲା ଆଉ ଏକ ଆଇ.ଟି କମ୍ପାନୀର ଶାଖା, ମୁଖ୍ୟମନ୍ତ୍ରୀ କଲେ ଉଦଘାଟନ

ଭୁବନେଶ୍ୱର: ରାଜଧାନୀରେ ଥିବା ଫର୍ଚୁନ ଟାୱାରରେ ହାପିଏଷ୍ଟ ମାଇଣ୍ଡସ ଗ୍ଲୋବାଲ ଆଇ.ଟି. ଡେଭେଲପମେଣ୍ଟ ସେଣ୍ଟରର ଉଦଘାଟନ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଉଦଘାଟନ କରିଛନ୍ତି। ଭାରତ ଏବଂ ଭାରତ ବାହାରେ ଥିବା ଗ୍ରାହକଙ୍କ ସେବାପାଇଁ ଉଦ୍ଦିଷ୍ଟ ଏହି ଇନୋଭେସନ୍ ସେଣ୍ଟରରେ ଏକ…