ସନେଟ : ମରୁର ତଟିନୀ ମୁହିଁ
ରଞ୍ଜିତା ରାଣୀ ହୋତା
ହଜେଇ ଦେଇଛି ସାଗର ଠିକଣା ମରୁର ତଟିନୀ ମୁହିଁ
ଶୀର୍ଣ୍ଣ ମୋହର ତନୁକୁ ଯାଇଛି କେତେ ବାଲିଝଡ଼ ଛୁଇଁ।
ପ୍ରଖର ତାପର ପରଶରେ କ୍ଷୀଣ, ମୋ ପ୍ରାଣ ପୀୟୂଷଧାର
ପ୍ରୀତିପଖଳା ମୋ ହୃଦୟପଦ୍ମେ ତଥାପି ପିପାସା ଘୋର।
ସେ ମଧୁ ତୃଷ୍ଣା ଯୁଗଯୁଗ ଧରି ଯୋଜିତ ତୁମରି ସାଥେ…