Latest Odisha News

BREAKING NEWS

Yearly Archives

2022

ଜ୍ୟାକଲିନଙ୍କ ଅଡୁଆ ବଢ଼ିଲା, ସମନ ଜାରୀ କଲା ପଟିୟାଲା ହାଉସ କୋର୍ଟ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଅଡୁଆ ବଢ଼ିଛି । ବୁଧବାର ପଟିୟାଲା ହାଉସ କୋର୍ଟ ସମନ ଜାରୀ କରିବା ସହ ସେପ୍ଟମ୍ବର ୧୨ରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛି । ପ୍ରବର୍ତନ ନିର୍ଦ୍ଦେଶାଳୟ ୨୧୫ କୋଟି ଟଙ୍କାର ମନି ଲଣ୍ଡ୍ରିଂ ମାମଲାରେ ଏହି ନିର୍ଦ୍ଦେଶାନାମା ଦେଇଛନ୍ତି ।…

କୁଆଖାଇ ନଦୀରେ ବୁଡ଼ି ଦୁଇ ଯୁବକ ନିଖୋଜ

କଟକ : କଟକ ପ୍ରତାପନଗରୀ କୁଆଖାଇ ଘାଟରେ ପୋଲ ତଳେ ଗାଧୋଉଥିବା ବେଳେ ଅଘଟଣ ଘଟିଛି। କୁଆଖାଇ ନଦୀରେ ବୁଡ଼ି ଆଜି ଦୁଇ ଜଣ ଯୁବକ ନିଖୋଜ ହୋଇଯାଇଛନ୍ତି  । ବର୍ତ୍ତମାନ ସୁଦ୍ଧା ନିଖୋଜ ଦୁଇ ଯୁବକଙ୍କର ପରିଚୟ ମିଳିପାରି ନାହିଁ। ମିଳିଥିବା ସୂଚନା ମୁତାବକ, ପାଞ୍ଚ ଜଣ ସାଙ୍ଗ ଏକାଠି ଗାଧୋଉଥିବା…

[ଦେଖନ୍ତୁ ଭିଡିଓ] ମାତ୍ର ୬ ମିନିଟରେ ଗଜାନନଙ୍କ ଓଲଟା ଚିତ୍ର ଆଙ୍କିଲେ ଆୟୁଷ

ପୁରୀ: ଅଗ୍ରପୂଜ୍ୟ ବିଘ୍ନ ବିନାଶକଙ୍କ ପୂଜାକୁ ନେଇ ସବୁଠି ଉତ୍ସାହ । ଗଣେଶ ଚତୁର୍ଥୀ ଅବସରରେ ପୁରୀର ଛାତ୍ର ଆୟୁଷ ମହାପାତ୍ର ଆଙ୍କିଛନ୍ତି ଗଣେଶଙ୍କ ନିଆରା ଚିତ୍ରକଳା । ରିଭର୍ସ ସ୍ପିଡ୍ ପେଣ୍ଟିଂ ତଥା ଗଣେଶଙ୍କ ଓଲଟା ଚିତ୍ର ଆଙ୍କି ଆୟୁଷ ସମସ୍ତଙ୍କୁ ଗଣେଶ ପୂଜାର ଶୁଭେଚ୍ଛା ଜଣାଇଛନ୍ତି ।…

ବିଚାରପତି ଦେବପ୍ରିୟ ମହାପାତ୍ରଙ୍କ ଦେହାନ୍ତ

କଟକ: ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଚିସ ଦେବପ୍ରିୟ ମହାପାତ୍ରଙ୍କ ଅସୁସ୍ଥତା କାରଣରୁ ପରଲୋକ ହୋଇଥିବାର ଖବର ମିଳିଛି  ।୧୯୩୭ ମସିହା ଅଗଷ୍ଟ ୩ ତାରିଖରେ ବରିଷ୍ଟ ଆଇନଜୀବୀଙ୍କ ପରିବାରରେ ଜଷ୍ଟିସ ଦେବପ୍ରିୟ ମହାପାତ୍ର ଜନ୍ମ ଗ୍ରହଣ କରିଥିଲେ । ଜଷ୍ଟିସ୍ ମହାପାତ୍ର ତାଙ୍କର…

ବର୍ଣ୍ଣ ଓ ଶବ୍ଦ

ଦେବାଶିଷ ମହାପାତ୍ରଙ୍କ ବ୍ୟାକରଣ ବିଭାଗ ଆମ ବର୍ଣ୍ଣମାଳାରେ ସ୍ଥାନ ପାଇ ଥିବା ପୂର୍ଣ୍ଣାକ୍ଷର ବିଶିଷ୍ଟ ବ୍ୟଞ୍ଜନ ବର୍ଣ୍ଣଗୁଡିକ ଦୁଇ ଭାଗରେ ବିଭକ୍ତ । ଯଥା: ବର୍ଗ୍ୟବର୍ଣ୍ଣ ଓ ଅବର୍ଗ୍ୟ ବର୍ଣ୍ଣ । ବର୍ଗ୍ୟବର୍ଣ୍ଣଗୁଡିକ ଉଚ୍ଚାରଣ ସ୍ଥାନ ଅନୁସାରେ ପାଞ୍ଚ ପ୍ରକାରର । ଏହାକୁ ଆମେ ସଂକ୍ଷେପରେ…

ନଦୀ ସୁରକ୍ଷା କାନ୍ଥ ସଟର ପ୍ଲେଟ ବାହାର ବେଳେ ଅଘଟଣ, ଶ୍ରମିକଙ୍କ ମୃତ୍ୟୁ

ରାୟଗଡ଼ା: ଠିକା କାମ ବେଳେ ଶ୍ରମିକଙ୍କ ସୁରକ୍ଷାକୁ ଗୁରୁତ୍ୱ ଦିଆଯାଉନି । ଫଳରେ ଶ୍ରମିକଙ୍କ ଜୀବନ ଯାଉଛି । କଲ୍ୟାଣସିଂହପୁର ସଦର କଲ୍ୟାଣୀ ନଦୀର ସୁରକ୍ଷା କାନ୍ଥର ସଟର ପ୍ଲେଟ ବାହାର କରିବା ବେଳେ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ମୃତ ଶ୍ରମିକ କାଶୀପୁର ବ୍ଲକ ସିଙ୍ଗାରୀ ଖଡ଼କା ଗାଁର…

୨୦୨୪ ପାଇଁ ବିଜେପି ଫୋକସରେ ଓଡ଼ିଶା, ସେପ୍ଟେମ୍ବର ଶେଷ ଆଡ଼କୁ ଆସିବେ ଜେପି ନଡ୍ଡା

ଭୁବନେଶ୍ୱର: ୨୦୨୪ ପାଇଁ ବିଜେପି ଫୋକସରେ ଓଡ଼ିଶା । ଅମିତ ଶାହ ଆସିଥିଲେ, ଏବେ ଜେପି ନଡ୍ଡା ଆସିବେ । ୨୦୨୪ ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ଗୋଟି ଚାଳନା କରୁଛି ବିଜେପି । ଫୋକସରେ ରହିଛି ଓଡ଼ିଶା । ରାଜ୍ୟରେ ମୁଖ୍ୟ ବିରୋଧୀ ଦଳ ଥିବା ବିଜେପି ୨୦୨୪ରେ ସରକାରକୁ ଆସିବା ପାଇଁ ପ୍ରସ୍ତୁତ…

ଗତକାଲି ମଧ୍ୟ ରାତ୍ରୀରେ ଭୁବନେଶ୍ୱରରେ ଦୁଇଟି ହତ୍ୟାକାଣ୍ଡ

ଭୁବନେଶ୍ୱର : ଗତ କାଲି ମଧ୍ୟ ରାତ୍ରୀରେ ଭୁବନେଶ୍ୱରରେ ଦୁଇଟି ହତ୍ୟାକାଣ୍ଡ ଘଟିଛି । ବିଳମ୍ବିତ ରାତିରେ ଭୁବନେଶ୍ୱରର ରୁପାଲି ଛକରେ ଜଣେ ସାଙ୍ଗକୁ ଅନ୍ୟ ୨ଜଣ ସାଙ୍ଗ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଅନ୍ୟ ଅଭିଯୋଗଟି ଶାସ୍ତ୍ରୀନଗର ବାସିନ୍ଦା ତାଙ୍କ ସ୍ତ୍ରୀଙ୍କୁ କିଏ ହତ୍ୟା କରିଥିବାର…

ଗଣେଶ ପୂଜା: ବିଦ୍ୟା ଅନୁକୂଳର ଦିନ ଖଡ଼ିଛୁଆଁ

। । ବକ୍ରତୁଣ୍ଡ ମହାକାୟ, ସୂର୍ୟକୋଟି ସମପ୍ରଭଃ। ନିର୍ବିଘ୍ନମ୍। କୁରମେଦେବ, ସର୍ବକାର୍ଯ୍ୟେସୁ ସର୍ବଦା । । ଭାଦ୍ରବ ଶୁକ୍ଳ ଚତୁର୍ଥୀ ଦିନ ସାରା ଭାରତରେ ଗଣେଶ ପୂଜା ପାଳନ ହୋଇଥାଏ । ତେବେ, ଓଡ଼ିଆ ମାନଙ୍କର ଆଉ ଏକ ନିଆରା ପ୍ରାଚୀନ ପରମ୍ପରା ଏହି ଉତ୍ସବ ସହିତ ଯୋଡ଼ି ହୋଇ ରହିଛି। ତାହା…

ଆପ ଅଭିଯୋଗର ଯାଂଚ କରିବା ପାଇଁ ଉପ ରାଜ୍ୟପାଳଙ୍କୁ ପତ୍ର ଲେଖିଲେ ବିଜେପିର ୭ ସାଂସଦ

ନୂଆଦିଲ୍ଲୀ: ଦିଲ୍ଲୀରେ ଆମ ଆଦମୀ ପାର୍ଟି ଓ ବିଜେପି ମଧ୍ୟରେ ଛକା ପଞ୍ଝା ଚାଲିଛି । ବୁଧବାର ସମସ୍ତ ୭ ବିଜେପି ଏମପି ଆମ ଆଦମୀ ପାର୍ଟି ଆଣିଥିବା ଅଭିଯୋଗର ତଦନ୍ତ କରିବା ପାଇଁ ଉପ ରାଜ୍ୟପାଳ ବିନୟ କୁମାର ସାକ୍ସେନାଙ୍କୁ ପତ୍ର ଲେଖି ଅନୁରୋଧ କରିଛନ୍ତି । ଅପରେଶନ ଲୋଟସ ଅଭିଯୋଗ ପ୍ରକୃତ ଯାଂଚ…