Latest Odisha News

BREAKING NEWS

Yearly Archives

2022

ବିଜୟ ପାଇଁ ଟିମ ଇଣ୍ଡିଆକୁ ଦରକାର ୪ଟି ୱିକେଟ

ଚଟ୍ଟୋଗ୍ରାମ: ଏଠାରେ ଚାଲିଥିବା ବାଂଲାଦେଶ ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟରେ ବିଜୟ ପାଇଁ ଅନ୍ତିମ ଦିବସରେ ଭାରତକୁ ଆଉ ୪ଟି ୱିକେଟର ଆବଶ୍ୟକତା ରହିଛି । ଅପରପକ୍ଷରେ ବାଂଲାଦେଶ ବିଜୟଠାରୁ ୨୪୧ ରନ ପଛରେ ରହିଛି । ୫୧୩ ରନର ବିଜୟ ଲକ୍ଷ୍ୟକୁ ପିଛା କରି ଘରୋଇ ଦଳ ୬ ୱିକେଟ ହରାଇ ୨୭୨ ରନ କରିଛି…

ବାପା ନା ପିଶାଚ ? କୁନି ପୁଅକୁ ୩ ମହଲା କୋଠାରୁ ତଳକୁ ଫିଙ୍ଗିଦେଲା

ନୂଆଦିଲ୍ଲୀ: ପତ୍ନୀଙ୍କ ସହ କଳି କଲେ, କୁନି ପୁଅ ଉପରେ ରାଗ ସୁଝାଇଲା ରାକ୍ଷସ ବାପ । ୨ ବର୍ଷର ପୁଅକୁ ବାଲକୋନରୁ ତଳକୁ ଫିଙ୍ଗି ଦେଲା । ତା ସହ ନିଜେ ବି ଡେଇ ପଡ଼ିଲା । ଉଭୟଙ୍କୁ ଗୁରୁତର ଅବସ୍ଥାରେ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଛି । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ରାଜଧାନୀରେ…

୨୦୨୩ରେ କରୋନା ବିସ୍ଫୋରକ ରୂପ ନେବ

ଚିକାଗୋ: ପୁଣି  ହେବ କରୋନା ବିସ୍ଫୋରଣ । ୧୦ ଲକ୍ଷରୁ ଅଧିକ ଲୋକଙ୍କ ଜୀବନ ଯିବ  । ଏମିତି ଆକଳନ କରିଛି ଆମେରିକାସ୍ଥିତ ଇନଷ୍ଟିଚ୍ୟୁଟ ଅଫ ହେଲ୍ଥ  ମେଟ୍ରକ୍ସ ଆଣ୍ଡ ଏଭଲ୍ୟୁଶନ ବା  ଆଇଏଚଏମଇ । ଆଇଏଚଏମଇ   ଆକଳନ ଅନୁଯାୟୀ,   ମହାମାରୀ କରୋନା ଚୀନରେ ଏପ୍ରିଲ ୧ ସୁଦ୍ଧା   ସର୍ବୋଚ୍ଚ…

ନୀଳନୟନାଙ୍କ ନାଁରେ ନକଲି ପାସପୋର୍ଟ, ବନ୍ଧାହେଲେ ନାଇଜେରିଆର ୩ ନାଗରିକ

ନୂଆଦିଲ୍ଲୀ : ପୂର୍ବତନ ମିସ୍‌ ଓ୍ୱାଲର୍ଡ ତଥା ଅଭିନେତ୍ରୀ ଐଶର୍ଯ୍ୟା ରାୟଙ୍କ ନାଁରେ ନକଲି ପାସପୋର୍ଟ ଧରି ବୁଲୁଥିଲା ନାଇଜେରିଆର ନାଗରିକ । ନୋଏଡ଼ାରେ ୩ ନାଇଜେରିଆ ନାଗରିକଙ୍କୁ ମାଡ଼ିବସିଲା ପୋଲିସ  । ନାଇଜେରିଆର ଏକ ଗ୍ୟାଙ୍ଗ ଏହି ନକଲି ପାସପୋର୍ଟ ଧରି ଲୋକଙ୍କୁ ଠକୁଥିଲେ । ଏହି…

ଚୀନ ପ୍ରସଙ୍ଗରେ ରାହୁଲଙ୍କୁ ବିଜେପିର କଡା ଜବାବ-ଇଏ ନେହରୁଙ୍କ ଭାରତ ନୁହେଁ..

ଜୟପୁର: ଭାରତ-ଚୀନ ସଂପର୍କକୁ ନେଇ ରାହୁଲ ଗାନ୍ଧୀ ଗତକାଲି ଦେଇଥିବା ମନ୍ତବ୍ୟକୁ କଟୁ ସମାଲୋଚନା କରିଛି ବିଜେପି । ଏପରି ମନ୍ତବ୍ୟ ଦେଇ ରାହୁଲ ଗାନ୍ଧି ସେନାଙ୍କ ମନୋବଳ କମାଇ ଦେଇଛନ୍ତି ବୋଲି କହିଛି ବିଜେପି । ଏଥିସହିତ ରାହୁଲଙ୍କ ଅଣ ଜେଜେବାପା ଜବାହରଲାଲ ନେହରୁଙ୍କୁ ବି କଟାକ୍ଷ…

କାର କାଚ ଭାଙ୍ଗି ଲୁଟୁଥିଲେ, ଧରାପଡ଼ିଲେ ଆନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗ

ଭୁବନେଶ୍ୱର: କମିଶନରେଟ ପୋଲିସକୁ ମିଳିଛି ବଡ଼ ସଫଳତା ।ସ୍ପେଶାଲ ସ୍କ୍ୱ ଡ଼ ହାତରେ ଧରା ପଡ଼ିଛନ୍ତି ଗାଡି କାଚ ଭଙ୍ଗା ଗ୍ୟାଙ୍ଗ । ପଶ୍ଚିମବଙ୍ଗର ଏହି ଗ୍ୟାଙ୍ଗ ଓଡିଶା, ବିହାର, ତାମିଲନାଗୁ ଆଦି ରାଜ୍ୟରେ ଆତଙ୍କ ଖେଳାଇ ଦେଇଛନ୍ତି । ଏମାନେ ବୁଲି ଚୋରି କରନ୍ତି । ଏହି ଇଣ୍ଟରଷ୍ଟେଟ…

ରାଜଧାନୀରେ ଉଡ଼ିଲା ଡ୍ରୋନ; ମାରିବ ମଶା

ଭୁବନେଶ୍ୱର: ଭୁବନେଶ୍ୱରକୁ ମଶମୁକ୍ତ କରିବ ଡ୍ରୋନ  । ଟିଫା ଫେଲ ମାରିବା ପରେ ଏବେ ଡ୍ରୋନ ସାହାଯ୍ୟରେ ବିଏମସି ଆରମ୍ଭ କରିବ ମଶମରା ଅଭିଯାନ । ଆଜିଠାରୁ ବିଏମସି ପକ୍ଷରୁ ଏକ ପାଇଲଟ ପ୍ରୋଜେକ୍ଟ ଆରମ୍ଭ ହୋଇଛି  । ସାତ ଦିନ ଧରି ଚାଲିବ ଏହି କାର୍ଯ୍ୟକ୍ରମ । ଭୁବନେଶ୍ଠରର ମଶପ୍ରବଣ ଅଞ୍ଚଳର…

ଦୃଷ୍ଟିହୀନ ଟି୨୦ ବିଶ୍ୱକପ: ଭାରତକୁ କ୍ରମାଗତ ତୃତୀୟ ଟାଇଟଲ

ବାଙ୍ଗାଲୋର: ଏଠାରେ ଅନୁଷ୍ଠିତ ଦୃଷ୍ଟହୀନ ଟି୨୦ ବିଶ୍ୱକପ କ୍ରିକେଟରେ ଭାରତ ଫାଇନାଲରେ ବାଂଲାଦେଶକୁ ୧୨୦ ରନରେ ହରାଇ ଚାମ୍ପିୟନ ହୋଇଛି । ଭାରତର ଏହା କ୍ରମାଗତ ତୃତୀୟ ଟାଇଟଲ । ଭାରତ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୨୭୭ ରନର ବିଶାଳ ସ୍କୋର କରିଥିଲା । ପ୍ରଥମ ୨ଟି ୱିକେଟ ମାତ୍ର ୨୯ ରନରେ…

୧୨କୋଟି ଟଙ୍କାରୁ ଊର୍ଦ୍ଧ୍ୱ ସବସିଡି ହେରଫେର୍ ମାମଲାରେ ୩ଜଣଙ୍କୁ ଗିରଫ କଲା EOW

ଭୁବନେଶ୍ୱର: କୃଷି ଉପକରଣ ସବସିଡି ବାବଦକୁ ୧୨ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ହେରଫେର ମାମଲାରେ ପୂର୍ଣ୍ଣଚ୍ଛେଦ ପକାଇଲା ଅର୍ଥନୈତିକ ଅପରାଧ ଶାଖା ବା ଇଓଡବ୍ଲ୍ୟୁ । ରାଜଧାନୀ, ଦଶପଲ୍ଲା ଓ ବ୍ରହ୍ମପୁରରେ ଗତକାଲିଠାରୁ ଚଢାଉ କରି ଇଓଡବ୍ଲ୍ୟୁ ୩ଜଣଙ୍କୁ ଗିରଫ କରିଛି । ଏମାନେ ହେଲେ ପ୍ରଦୀପ କୁମାର…

ବିକୁଥିଲେ ନିମ୍ନମାନର ସୁନା; ଦୋକାନରେ ପଶିଲା ଜିଏସଟି ଭିଜିଲାନ୍ସ

ରାୟଗଡ଼ା: ଚଢା ଦାମ ନେଇ ବିକୁଥିଲେ ନିମ୍ନମାନର ସୁନା । ଖବର ପାଇ ମାଡି ବସିଲା ବାଣିଜ୍ୟ କର ବିଭାଗ ।  ରାୟଗଡ଼ା ଜିଲ୍ଲା ସଦର ମହକୁମା ମୁଖ୍ୟ ବଜାରରେ ଥିବା ଭାରତୀ ସୁନା ଦୋକାନରେ ଜିଏସଟି ଭିଜିଲାନ୍ସ ବିଭାଗ ପକ୍ଷରୁ ଅତର୍କିତ ଚଢ଼ଉ କରାଯାଇଛି ।  ରାଜ୍ୟ ବାଣିଜ୍ୟ କର ବିଭାଗ ଅତିରିକ୍ତ…