କବିତା : ମନେପଡ଼ ଯେବେ
ପ୍ରିୟମ୍ବଦା ସାମଲ
ଯେବେ ଯେବେ ତୁମେ ମନେପଡ଼ ମୋର
ଖେଳେ ଦୁଃଖର ଲହରୀ
ହୃଦୟ ବିଦାରି ଚକ୍ଷୁରୁ ମୋହର
ଝରେ ଲୋତକର ବାରି।
ବିନା ସ୍ପର୍ଶେ ତୁମେ ପୋଛି ଦେଉଥାଅ
ନୀରବେ ଆଖିର ଲୁହ
ତୁମ ମିଠା କଥା ସତେକି ପୀୟୁଷ
ନ ପାରେ ସମ୍ଭାଳି କୋହ।
ଯେବେ ଯେବେ କିଛି ଭୁଲ କରୁଥାଏ
ନପାରେ…