Latest Odisha News

BREAKING NEWS

Yearly Archives

2023

ରାଜ୍ୟରେ ଏହି ଜିଲ୍ଲାରେ ରହିଛି ରକ୍ତଚନ୍ଦନ ଗଛ

ଭୁବନେଶ୍ୱର: ରାଜ୍ୟରେ ଗୋଟିଏ ଜିଲ୍ଲାରେ ଅଛି ମୂଲ୍ୟବାନ ରକ୍ତଚନ୍ଦନ ଗଛ । ଏହି ଜଙ୍ଗଲ ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ବନଖଣ୍ଡରେ ରହିଛି । ଏକଥା କହିଛନ୍ତି ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ମନ୍ତ୍ରୀ ପ୍ରଦୀପ କୁମାର ଅମାତ ।  ମଙ୍ଗଳବାର ବିଧାନସଭାରେ  ବିଜେପି ବିଧାୟକ ଗଣେଶ…

ଅପପୁଷ୍ଟିର ଚିକିତ୍ସା ଉପରେ ଆମ୍ରି ହସ୍ପିଟାଲରେ କର୍ମଶାଳା

ଭୁବନେଶ୍ୱର: ଆମ୍ରି ହସ୍ପିଟାଲରେ କ୍ରିଟିକାଲ୍ କେୟାର ନୁଟ୍ରିସନ୍ (ଅପପୁଷ୍ଟି) ଉପରେ ଏକ କର୍ମଶାଳା ଆୟୋଜିତ ହୋଇଛି । ଯେଉଁଥିରେ ଶହେରୁ ଅଧିକ ବିଶେଷଜ୍ଞଙ୍କ ସହ ସରକାରୀ ଓ ବେସରକାରୀ ହସ୍ପିଟାଲର ଡାକ୍ତର ଓଡ଼ିଶା ଏବେ ବାହାରୁ ଯୋଗ ଦେଇଥିଲେ । କର୍ମଶାଳାରେ ଏମ୍ସ, ଆପୋଲ ହସ୍ପିଟାଲକର…

ମାଲକାନଗିରିରେ ମାଓ କ୍ୟାମ୍ପ ଠାବ, ବିପୁଳ ବିସ୍ଫୋରକ ଜବତ

ମାଲକାନଗିରି: ନକ୍ସଲ ବିରୋଧୀ ଅପରେସନକୁ ବଡ଼ ସଫଳତା ମିଳିଛି । ମାଲକାନଗିରି ଜିଲ୍ଲାର ଯୋଡ଼ାମ୍ବ ଥାନା ଅନ୍ତର୍ଗତ ଆର୍ଲିଙ୍ଗପଡ଼ା ଗାଁ ନିକଟରେ ସୁରକ୍ଷା କର୍ମୀ ମାଓ କ୍ୟାମ୍ପ ଠାବ କରିଥିବା ବେଳେ ବିପୁଳ ବିସ୍ଫୋରକ ଜବତ କରାଯାଇଛି । ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇ ବିଏସଏଫର ୧୭୭…

ମାଓବାଦୀଙ୍କ ନାଁରେ ବଟି ଆଦାୟ କରି ପୁଣି ଜେଲ ଗଲେ ଭିନିଲକ୍ରିଷ୍ଣା ଅପହରଣରେ ସଂପୃକ୍ତ ତପନ ସାହା

ମାଲକାନଗିରି: ମାଲକାନଗିରିର ପୁର୍ବତନ ଜିଲ୍ଲାପାଳ ଆର ଭିନିଲ କ୍ରିଷ୍ଣାଙ୍କ ଅପହରଣ ଘଟଣାରେ ସାମିଲ ରହି ଜାମିନରେ ଆସିଥିବା ତପନ ସାହାଙ୍କୁ ପୁଣି ଜେଲଦଣ୍ଡ । ମାଓବାଦୀ ନାଁରେ ସ୍ଥାନୀୟ ଲୋକଙ୍କୁ ଭୟଭୀତ କରାଇବା, ଧମକ ଦେଇ ବଟି ଆଦାୟ କରିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇ ଜେଲ ପଠା ଯାଇଛି…

ରାଜସ୍ୱ ବିଭାଗକୁ ଶ୍ରୀମନ୍ଦିର ପ୍ରଶାସନର ଚିଠି: ଜଗନ୍ନାଥଙ୍କ ଜମି ଉପରେ ତିଆରି ହୋଇଛି ସମ୍ରାଟ କମ୍ପ୍ଲେକ୍ସ

ପୁରୀ: ଅସ୍ତିତ୍ୱ ହରାଇବ କି ସମ୍ରାଟ କମ୍ପ୍ଲେକ୍ସ ? ଭଙ୍ଗାଯିବ କି ସମ୍ରାଟ କମ୍ପ୍ଲେକ୍ସର କୋଠା ? ହଟିବ ଜବରଦଖଲ ? ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମ୍ରାଟ କମ୍ପ୍ଲେକ୍ସ ଜମି ନେଇ ତହସିଲଦାରଙ୍କୁ ଚିଠି ଦିଆଯିବା ପରେ ଉଠିଛି ଏମିତି କିଛି ପ୍ରଶ୍ନ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏମିତି…

୩ ଦିନ ଭିଜିବ ଓଡ଼ିଶା ! ବିଜୁଳି ଘଡ଼ଘଡ଼ି ସହ ଝଡ଼ବର୍ଷା ସମ୍ଭାବନା, ସତର୍କ କଲା ପାଣିପାଗ ବିଭାଗ

ଖୁବ ଶୀଘ୍ର ଗରମ ଓ ଗୁଳୁଗୁଳିରୁ ଆଶ୍ୱସ୍ତି ପାଇବେ ରାଜ୍ୟବାସୀ । ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ପଶ୍ଚିମା ଝଡ଼ ପ୍ରଭାବରେ ଆସନ୍ତାକାଲିଠାରୁ ତିନି ଦିନ ଯାଏଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ପଶ୍ଚିମା ଝଡ଼ ସହ ଜଡ଼ିତ ବାୟୁମଣ୍ଡଳ…

ଗାଁକୁ ନାହିଁ ରାସ୍ତା, ସ୍ଥାୟୀ ରାସ୍ତା ନିର୍ମାଣ ପାଇଁ ଗ୍ରାମବାସୀଙ୍କ ଦାବୀ

ଜଗତସିଂହପୁର : ଗାଁକୁ ନାହିଁ ରାସ୍ତା । ରୋଗୀଟିଏ ରୋଗରେ ପଡ଼ିଲେ ନାଁ ଆସିପାରୁଛି ଆମ୍ବୁଲାନ୍ସ, ନାଁ ଆସିପାରୁଛି ଅଗ୍ନିଶମ ଗାଡ଼ି । ଦୀର୍ଘ ଏକ କିଲୋମିଟର ପର୍ଯ୍ୟନ୍ତ ରୋଗୀକୁ ଟେକିଟେକି ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଆଣିଥାନ୍ତି ଗ୍ରାମବାସୀ। ଆମେ କୌଣସି ଉପାନ୍ତ ଅଞ୍ଚଳ କଥା କହୁନାହୁଁ ବରଂ ଏ…

ବିଲଡିଂରୁ ଖସିପଡି ଏୟାର ହୋଷ୍ଟେସଙ୍କ ମୃତ୍ୟୁ, ପ୍ରେମିକଙ୍କୁ ଧରିଲା ପୁଲିସ

ବେଙ୍ଗାଲୁରୁ: ପ୍ରେମିକଙ୍କ ସହ ଝଗଡା ପରେ ଏକ କୋଠାର ଚତୁର୍ଥ ମହଲାରୁ ଖସିପଡି ଯୁବତୀଙ୍କ ମୃତ୍ୟୁ ହୋଇଯାଇଛି । ପେସାରେ ଏୟାର ହୋଷ୍ଟେସ ଥିବା ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ତାଙ୍କ ପରିବାର ପ୍ରେମିକଙ୍କ ନାମରେ ହତ୍ୟା ଅଭିଯୋଗ ଆଣିଛନ୍ତି । ଏହି ଏୟାର ହୋଷ୍ଟେସଙ୍କ ନାମ ଅର୍ଚ୍ଚନା…

ନିଆଳିରେ ପୁଣି ଅଜଣା ଜନ୍ତୁ ଆତଙ୍କ ! ମାରିସାରିଲାଣି ୨୬ଟି ମେଣ୍ଢା, ବନ ବିଭାଗର ତନାଘନା

କଟକ : ନିଆଳିକୁ ପୁଣି ଫେରିଛି ଅଜଣା ଜନ୍ତୁ ଆତଙ୍କ ! କଣ୍ଟାପଡ଼ା ବ୍ଲକ ନାହାଳପୁର ପଞ୍ଚାୟତ ଗୁଣାଦୋଳ ଗାଁରେ ସୋମବାର ବିଳମ୍ବିତ ରାତିରେ ଅଜଣା ଜନ୍ତୁ ଗୁହାଳରେ ପଶି ୧୦ଟି ମେଣ୍ଢାଙ୍କୁ ମାରିଥିବା ଅଭିଯୋଗ ହୋଇଛି । ଗାଁର ଶରତ ଚୌଧୁରୀଙ୍କ ଆଜି ସକାଳେ ଗୁହାଳ ଖୋଲିବାପରେ ୧୦ଟି ମେଣ୍ଢାଙ୍କ…

ଗରମ ଡାଲିରେ ପଡି ଛାତ୍ର ମୃତ୍ୟୁ ଘଟଣାରେ WEO, ପ୍ରଧାନ ଶିକ୍ଷୟିତ୍ରୀ ନିଲମ୍ବିତ

ଭୁବନେଶ୍ୱର: ସୁନ୍ଦରଗଡ ଜିଲ୍ଲା କୋଇଡା ବ୍ଲକର ଡେଙ୍ଗୁଳା ଉଚ୍ଚ ବିଦ୍ୟାଳୟରେ   ଗରମ  ଡାଲିରେ ପଡି ଛାତ୍ରଙ୍କର ମୃତ୍ୟୁ ଘଟଣାରେ କୋଇଡା ବ୍ଲକ WEO (Welfare Extension Officer) ବିକାଶ ରଞ୍ଜନ ନାଏକ ଏବଂ ସ୍କୁଲର ପ୍ରଧାନଶିକ୍ଷୟିତ୍ରୀଙ୍କୁ ନିଲମ୍ବିତ କରାଯାଇଛି । ଏହି ଘଟଣାରେ ସୁନ୍ଦରଗଡ…