କବିତା : ସ୍ୱଗତୋକ୍ତି
ସୁଷମା ପରିଜା
ଧୁ ଧୁ ଖରାରେ ଥୁଣ୍ଟା ହୋଇ
ଏକଲା ଠିଆ ହୋଇଥିବା
କଲେଜ୍ ହତା ଭିତରର
ପୁରୁଣା କୃଷ୍ଣଚୂଡା ଗଛଟିଏ ମୁଁ,
ଆଜି ଅଣ୍ଡାଳି ଅଣ୍ଡାଳି ଖୋଜୁଛି,
ଝୁରି ହେଉଛି,ଦିନେ ମୋ ଦେହରେ
ଖୁନ୍ଦି ହୋଇ ରହିଥିବା ନବପଲ୍ଲକୁ
ଲାଲ୍ ଟୁକ୍ ଟୁକ୍ ଫୁଲର ସମ୍ଭାରକୁ,
ଶୀତ ସକାଳର କାକରଭିଜା…