ରାଜଧାନୀ ରାସ୍ତାରେ ହିଟ୍ ଆଣ୍ଡ ରନ୍, ମର୍ସିଡିଜ୍ କାର ଡ୍ରାଇଭର ଗିରଫ
ଭୁବନେଶ୍ୱର: ରାଜଧାନୀ ରାସ୍ତାରେ ପୁଣିଥରେ ଦେଖିବାକୁ ମିଳିଛି ରକ୍ତର ଖେଳ। ଖାଲି ରାସ୍ତା ପାଇ ବେପରୁଆ ଗତିରେ ମାଡ଼ି ଆସୁଥିଲା ଏକ ଦାମୀ କାର୍, ଆଉ କ୍ଷଣିକ ଭିତରେ ନେଇଗଲା ଜଣେ ନିରୀହର ଜୀବନ। ଭୁବନେଶ୍ୱରରେ ଘଟିଥିବା ଏହି ଛାତିଥରା ଦୁର୍ଘଟଣା ଏବେ ସମଗ୍ର ସହରରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।…