Latest Odisha News

ଜାଣନ୍ତୁ, ସର୍ଚ୍ଚ ଇଞ୍ଜିନ ଗୁଗୁଲ ସମ୍ପର୍କରେ କିଛି ରୋଚକ କଥା

ଭୁବନେଶ୍ୱର: ଗୁଗୁଲ ହେଉଛି ଇଣ୍ଟରନେଟରେ ସର୍ବବୃହତ ସର୍ଚ୍ଚ ଇଞ୍ଜିନ । ଏହା ସର୍ଚ୍ଚିଙ୍ଗ ଛଡ଼ା ଅନ୍ୟ କାମ ମଧ୍ୟ କରେ । ଏଓଏଲ୍‌ ପରି ସର୍ଚ୍ଚ ଇଞ୍ଜିନ ଏହାର ସଫ୍ଟୱେର୍‌ ଓ ତଥ୍ୟାଧାର ବ୍ୟବହାର କରନ୍ତି । ତେଣୁ ଏହା ୱେବ୍‌ର ସର୍ବାଧିକ ବ୍ୟବହୃତ ସର୍ଚ୍ଚ ଇଞ୍ଜିନ । ପ୍ରତିଦିନ ପ୍ରାୟ ୨୨ କୋଟି ଲୋକ ଏହାକୁ ବ୍ୟବହାର କରନ୍ତି । ଆମେରିକାର କାଲିଫୋର୍ନିଆ ରାଜ୍ୟରେ ଗୁଗୁଲର ମୁଖ୍ୟ କାର୍ଯ୍ୟାଳୟ ରହିଛି।

ଫରଚୂନ୍ ମାଗାଜିନ୍ ଅନୁସାରେ ଗୁଗୁଲ ୨୦୦୭, ୨୦୦୮ ଏବଂ ୨୦୧୨ ରେ ବିଶ୍ୱର ସର୍ବ ପ୍ରଥମ କମ୍ପାନୀର ମର୍ଯ୍ୟାଦା ପାଇଁ ଥିଲା। ୨୦୦୯ ଏବଂ ୨୦୧୦ ରେ ଚତୁର୍ଥ ସ୍ଥାନରେ ରହିଥିଲା ।

୧୯୯୬ରେ ଷ୍ଟାନ୍‌ଫୋର୍ଡ଼୍‌ ବିଶ୍ୱବିଦ୍ୟାଳୟର ଦୁଇ ଛାତ୍ର ଲାରୀ ପେଜ୍‌ ଓ ସର୍ଜି ବ୍ରିନ୍‌ଙ୍କ ଦ୍ୱାରା ଗୁଗଲ ଆରମ୍ଭ ହୋଇଥିଲା । କାଲିଫୋର୍ନିଆର ମେନ୍‌ଲୋ ପାର୍କରେ ଥିବା ଜଣେ ବନ୍ଧୁଙ୍କ ଗ୍ୟାରେଜ୍‌ରେ ୭ ସେପ୍ଟେମ୍ବର, ୧୯୯୮ରେ ଗୁଗୁଲର କମ୍ପାନୀରେ ପରିଣତ ହେଲା ।

୧୯୯୯ ଫେବ୍ରୁୟାରୀରେ କାଲିଫୋର୍ନିଆର ପାଲୋ ଆଲ୍‌ଟୋକୁ କମ୍ପାନୀ ସ୍ଥାନାନ୍ତରିତ ହେଲା । ଏହାର ବର୍ଷେ ପରେ ‘ଗୁଗୁଲପ୍ଲେକ୍ସ’ ନାମକ ସ୍ଥାନକୁ ଏହା ଅଣାଗଲା ।

ସେପ୍ଟେମ୍ବର ୨୦୦୧ରେ ଗୁଗଲର ପୃଷ୍ଠା ତଉଲ (PageRank) ପଦ୍ଧତିକୁ ଆମେରିକୀୟ ପେଟେଣ୍ଟ ମିଳିଲା । ଏହାର ଉଦ୍ଭାବକ ଥିଲେ ଲାରୀ ପେଜ୍‌ ।

ଅଗଷ୍ଟ ୧୦, ୨୦୧୫ରେ ସୁନ୍ଦର ପିଚାଇ ଗୁଗଲର ସିଇଓ ଭାବେ ସ୍ଥାନ ଗ୍ରହଣ କରିଥିଲେ।

୨୦୧୩ ମସିହାର ଗଣନା ଅନୁସାରେ ଗୁଗଲରେ ୪୭,୭୫୬ ଜଣ କର୍ମଚାରୀ ଥିଲେ । ଯେଉଁଥିରୁ ୧୦,୦୦୦ ଜଣ ସଫ୍ଟୱେର ଇଞ୍ଜିନିୟର ଅଟନ୍ତି । ୨୦୦୭ ଏବଂ ୨୦୦୮ରେ ବହୁତ ଉପରାଧିକାରୀ ମାନେ ଗୁଗୁଲ ଛାଡ଼ି ପଳାଇ ଥିଲେ ।

୨୦୧୧ରେ ଲାରୀ ପେଜ୍ ଗୁଗୁଲର ସିଇଓ ହୋଇଥିଲେ । ଗୁଗୁଲର କର୍ମଚାରୀ ମାନଙ୍କୁ ଉତ୍ସାହିତ କରିବା ନିମନ୍ତେ ଗୁଗୁଲ ସେମାନଙ୍କୁ ୨୦% ସମୟ ନିଜ ପସନ୍ଦର କାମ କରିବା ପାଇଁ ଛାଡ଼ି ଥାଏ ।

ଗୁଗଲର ମୁଖ୍ୟ କାର୍ଯ୍ୟାଳୟ ମାଉଣ୍ଟେନଭିଉଠାରେ ଅବସ୍ଥିତ ।ଏହାକୁ ଗୁଗଲପ୍ଲେକ୍ସ ବୋଲି ମଧ୍ୟ କୁହାଯାଏ । ଏହା ଏକ ବିରାଟ କାୟ କାର୍ଯ୍ୟାଳୟ । ଏହାର କାରୁକାର୍ଯ୍ୟ ମଧ୍ୟ ଆକର୍ଷଣୀୟ । ଏଠାରେ କାମ କରୁଥିବା ବ୍ୟକ୍ତି ମାନଙ୍କ ପାଇଁ ମାଗଣା ଖାଇବା ପିଇବା ସୁବିଧା ମଧ୍ୟ ରହିଛି।

ଗୁଗଲର ଏହି କାର୍ଯ୍ୟାଳୟ ପ୍ରତିଷ୍ଠା ୨୦୦୬ରେ ହୋଇଥିଲା । ଏଠାରେ ଗୁଗଲର ବିଜ୍ଞାପନ ଦାତାଙ୍କ ସଂଖ୍ୟା ସେଲସ କର୍ମୀ ମାନଙ୍କ ସଂଖ୍ୟା ସମସ୍ତଙ୍କଠୁଁ ଅଧିକ । ବର୍ତ୍ତମାନ ଗୁଗଲର କାର୍ଯ୍ୟାଳୟ ଦେଶ ବିଦେଶରେ ବ୍ୟାପି ରହିଛି ।

Leave A Reply

Your email address will not be published.