Latest Odisha News

BREAKING NEWS

ଜନ୍ମଦିନ ଉତ୍ସବକୁ ଡାକି ପ୍ରତିଶୋଧ, ଦୁଇ ଭାଇଙ୍କୁ ଅତି ନିର୍ମମ ଭାବେ ହତ୍ୟା 

ପାଟନା: ଜନ୍ମଦିନ ପାର୍ଟିକୁ ଡାକି ଦୁଇ ଭାଇଙ୍କୁ ହତ୍ୟା । ହାତ ଗୋଡ଼ରେ ରଶି ବାନ୍ଧି ବେକରେ ତାର ଗୋଡ଼ାଇ ହତ୍ୟା କରିବା ସହ ଶରୀରକୁ ଛୁରୀରେ ଭୁଶି ଲହୁ ଲୁହାଣ କରି ଫିଙ୍ଗି ଦେଇଛନ୍ତି ଅଭିଯୁକ୍ତ । ଦୁଇ ଭାଇଙ୍କୁ ସମାନ ଢ଼ଙ୍ଗରେ ହତ୍ୟା କରାଯାଇଥିବା ବେଳେ ଦୁଇ ଜଣଙ୍କ ମୃତଦେହ ଦୁଇଟି ସ୍ଥାନରୁ ମିଳିଛି । ବିହାରର ମୁଜାଫରପୁରସ୍ଥିତ ଅହିୟାପୁର ଥାନା ଅଞ୍ଚଳରେ ଘଟିଛି ଏହି ହତ୍ୟାକାଣ୍ଡ ।

ଦୁଇ ଯୁବକଙ୍କ ମୃତଦେହ ଚିହ୍ନଟ କରାଯାଇଛି । ବଡ଼ା ଜଗନ୍ନାଥ ବାସିନ୍ଦା ରାଜୁ ପାଶଓ୍ବାନ ମୃତକଙ୍କୁ ଚିହ୍ନଟ କରିଛନ୍ତି । ଜଣେ ରାଜୁଙ୍କ ପୁଅ ଦୀପକ ହୋଇଥିବା ବେଳେ ଅନ୍ୟ ଜଣେ ତାଙ୍କ ଭଣଜା ରାଜା ବୋଲି ଜଣାପଡ଼ିଛି । ରାଜୁଙ୍କ ଅଭିଯୋଗ କ୍ରମେ ଦୀପକ ଓ ରାଜାଙ୍କୁ ରାହୁଲ ଏବଂ ପଙ୍କଜ ଜନ୍ମଦିନ ପାଇଁ ଡାକିଥିଲେ । କିନ୍ତୁ ବିଳମ୍ବିତ ରାତି ଯାଏ ସେମାନେ ଘରକୁ ନଫେରିବାରୁ ପରିବାର ଲୋକେ ଖୋଜାଖୋଜି ଆରମ୍ଭ କରିଥିଲେ । ଏପରିକି ସେମାନଙ୍କ ଫୋନ ମଧ୍ୟ ବନ୍ଦ ଥିଲା । ପରେ ଜଣାପଡ଼ିଲା ଯେ ପଙ୍କଜ ଏବଂ ରାହୁଲ ଫେରାର ହୋଇଯାଇଛନ୍ତି ।

ଦୀପକଙ୍କ ବାପା ରାଜୁ ପୋଲିସକୁ କହିଛନ୍ତି, ଚାରି ମାସ ପୂର୍ବରୁ ରାହୁଲ ଏବଂ ପଙ୍କଜ ଦ୍ରୁତ ଗତିରେ ଗାଡ଼ି ଚଳାଉଥିବାରୁ ଏହାକୁ ରୋକିବାକୁ ନେଇ ତାଙ୍କ ସହ ଦୀପକର ଝଗଡ଼ା ହୋଇଥିଲା । ପରେ ପୋଲିସ ପହଞ୍ଚି ଗାଡ଼ି ଜବତ କରିଥିଲା । ଯାହାକୁ ନେଇ ଦୀପକଙ୍କୁ ଜୀବନରୁ ମାରିଦେବାକୁ ଧମକ ​‌ଦେଇଥିଲେ ପଙ୍କଜ ଏବଂ ରାହୁଲ । ମୃତଦେହ ଦୁଇଟିକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି । ଅଭିଯୁକ୍ତଙ୍କୁ ଧରିବାକୁ ପୋଲିସ ଚେଷ୍ଟା ଚଳାଇଛି ।

Leave A Reply

Your email address will not be published.