ମିନତି ଦାସ
‘ବାଟୋଇଟେ’ ଆସିଲା, ଦୟା ଦେଖାଇଲା
ପକେଟରୁ ସବୁ ଟଙ୍କା ବହାର କଲା
ଭିକାରୀକୁ ଦେଖି,ମନ ଖରାପ ହେଉଥିଲା
ଟଙ୍କାସବୁ ରଖିଦେଇ ଦି ଟଙ୍କାଟିଏ ଦେଲା ।
ସେ ତୁମକୁ କିଛି ନକହି ଖୁବ୍ ନିରୀହ ଆଖିରେ ଅନେଇଥିଲା,
ଦି ଟଙ୍କାରେ ଚା କପେ ମିଳିବନି ମନେ ମନେ ଭାବୁଥିଲା
‘ତୁମେ’ ଆସିଲ ହୂଦୟରେ ଦୟା ନେଇ
ଖାଦ୍ୟ ପୁଟିଳିଟେ ଦେଲ, ଏଥର ବି ନିର୍ବାକାର ହୋଇ
ଅନେଇ ଥିଲା,
ସେଥିରେ କେତେ ଭୋକ ମେଣ୍ଟାଇବ
ହିସାବ କରିଚାଲିଥିଲା !
ଏବେ ମୋ ‘ବାନ୍ଧବୀ’ ଆସିଲେ
ସେ ବି ଦେଖି ତାକୁ ମନେ ମନେ ଛଟପଟ ହେଲେ
ଆଉ ଦୟାରେ ମନ ଭରିଗଲା,
କମ୍ୱଳଟିଏ ବଢାଇ ଦେଲେ,
ଏଥର ବି ଉଷ୍ନତାକୁ ମାପୁମାପୁ କମ୍ବଳଟିରେ,
ସେମିତି କିଛି ନକହି ତୁମକୁ ଅନେଇଥିଲା
ନିଜ ଦାରିଦ୍ର୍ଯତାର ଚଦର ତଳୁ !
ଏଥର ଆସିଲି ‘ମୁଁ ‘,ସମସ୍ତକୁ ନେଇ ସପ୍ନ
ଦେଖୁଥିବା ଅଗନ୍ତୁକଙ୍କୁ ନେଇ ମୋ ମନରେ
ଦୟାର କୁହୁଡିର ଲହଡି ଭାଙ୍ଗୁ ଥିଲା
ଟଙ୍କା, ଖାଦ୍ୟ ,କମ୍ୱଳଟିଏ ନଦେଇ ଭାବୁଥିଲି
ମୋ ଘରେ ନେଇ ରଖିବି ବନ୍ଧନଟିଏ ବାନ୍ଧି,
ସେବା କରିବି ତାର, ନିରନ୍ତର ଭଲ ପାଇବି,
ହସାଇବି ତାଗିଦ୍ କରିବି,
ଖିଆଲ ରଖିବି ବାର ବାର,
ବୁଝିଲାସେ ଏଥର,
ସ୍ୱସ୍ତିରେ ହସିଲା ମୋପାଇଁ
ଏକ ମିଠା ମନଛୁଆଁ ହସ ,
ବୁଝିଗଲା ଅଛି ବୋଲି ମୋର ହୂଦୟଟିଏ
ଅଗଣିତ ପ୍ରେମର,
ଆଖିରେ ତାର ଭରି ଥିଲା ଦି ଟୋପା ଖୁସିର ନିର,
ପାଦ ତାର ଥୋଇବି ବୋଲି ଆଙ୍କୁଥିଲି
ମୋ ଅଗଣାରେ ଝୋଟିିର ଚିତ୍ର ।
Comments are closed.